ରାସ୍ତା ଉପରେ ପରିବା ବିକ୍ରି, ରହୁନି ଡଷ୍ଟବିନ୍
ଛତ୍ରପୁର,୧୨ା୨(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ସାଇକେଲରେ ଛତ୍ରପୁର ଏନ୍ଏସି ବୁଲିଥିଲେ। ମଦ ଦୋକାନଠାରୁ ଆରମ୍ଭ କରି ଚା ଦୋକାନ, ପରିବା, ଛତୁ ଦୋକାନ, ଫାଷ୍ଟଫୁଡ୍ ଆଦିକୁ ଯାଇ ଜିଲାପାଳ ଯାଞ୍ଚ କରିଥିଲେ ା ସବୁଠି...
ଦକ୍ଷିଣା ନ ଦେବାରୁ ଭକ୍ତଙ୍କୁ ଖଣ୍ଡାରେ ହାଣିଲେ: ୨ ପୂଜକ ଗିରଫ
ପୁରୁଷୋତ୍ତମପୁର,୧୨ା୨(ଡି.ଏନ୍.ଏ.)- ଗଞ୍ଜାମର ଇଷ୍ଟଦେବୀ ପୁରୁଷୋତ୍ତମପୁରସ୍ଥିତ ମା’ ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦକ୍ଷିଣା ନ ଦେବାରୁ ଜଣେ ମହିଳା ଭକ୍ତଙ୍କୁ ପୂଜକ ଗାଳିଗୁଲଜ କରିବା ସହ ତାଙ୍କ ଜ୍ୱାଇଁଙ୍କୁ ଖଣ୍ଡାରେ ହାଣିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ...
ଡଙ୍କଲପାଡୁରେ ବସ୍ ଟ୍ରାଜେଡି: ଦ୍ରୌପଦୀଙ୍କୁ ସହାୟତା ପ୍ରତିଶ୍ରୁତି ଦେଲେ ଜିଲାପାଳ
ଗୋପାଳପୁର,୧୨ା୨-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ରବିବାର ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାରରେ ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ଗ୍ରାମରେ...
ସରକାରୀ ଜମିରେ ଛତୁଆ ପ୍ରସ୍ତୁତି କେନ୍ଦ୍ର: ତହସିଲ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ
କେନ୍ଦୁଝର,୧୨।୨ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ କୁମୁଣ୍ଡି ପଞ୍ଚାୟତ ତଳଜାଗର ଡୁମୁରିଡିହି ସାହିରେ ସରକାରୀ ଜମିରେ ବେଆଇନ ଭାବେ ଛତୁଆ ପ୍ରସ୍ତୁତି କେନ୍ଦ୍ର ହୋଇଥିବା ଅଭିଯୋଗ କରାଯାଇଛି। ଏ ନେଇ ସ୍ଥାନୀୟ କେତେଜଣ ଲୋକ ବାଂଶପାଳ ତହସିଲଦାରଙ୍କ ନିକଟରେ ଅଭିଯୋଗ...
ଜମିବାଡ଼ି ବିବାଦରୁ ଶିକ୍ଷକଙ୍କୁ ହତ୍ୟା: ବାପ,ପୁଅ ଗିରଫ
ରାଇରଙ୍ଗପୁର,୧୨ା୨(ଡି.ଏନ୍.ଏ.): ଜମିବାଡି ବିବାଦକୁ କେନ୍ଦ୍ର କରି ଜଣେ ଶିକ୍ଷକଙ୍କୁ ସୋମବାର ସନ୍ଧ୍ୟାରେ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା(ନଂ.୬/୨୦) ରୁଜୁ କରି ହତ୍ୟାକାରୀ ମୟୂରଭଞ୍ଜ ଜିଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମବଣି ଗ୍ରାମର...
ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ
ବାରିପଦା ଅଫିସ, ୧୨ା୨- ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ପୋକ୍ସୋ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ଯୁବକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସେହିଭଳି...
ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼
ବଡ଼ସାହି,୧୨ା୨(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାର ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଛି ା ମୟୂରଭଞ୍ଜ ଜିଲା ସମେତ ପଡୋଶୀ ବାଲେଶ୍ୱର,...
ପାଚିକା ଚୟନ ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା
ଭୋଗରାଇ,୧୨।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁମ୍ଭାରମୂଳୀ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଚୟନ ପ୍ରତିବାଦରେ ମଙ୍ଗଳବାର ଗ୍ରାମବାସୀ ଓ ଛାତ୍ରୀଛାତ୍ରମାନେ ପୂର୍ବାହ୍ନ ସ୍କୁଲ ଖୋଲିବା ପୂର୍ବରୁ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତୀକ ଧାରଣା ଦେଇଥିଲେ। ଭୋଗରାଇ ଗୋଷ୍ଠୀ ସହକାରୀ...
୫ଶହ ଟଙ୍କା ଲାଞ୍ଚ ନେଇ କୁଡ଼େଇ ଆର୍ଆଇ ଗିରଫ
ସୋର, ୧୨।୨(ଡି.ଏନ.ଏ.)- ମୃତ ପ୍ରମାଣପତ୍ର ପାଇଁ ୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋର ତହସିଲ ଅଧୀନ କୁଡ଼େଇ ଆର୍ଆଇ ରାକେଶ କୁମାର ପ୍ରଧାନ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସୋର ଥାନା ଢ଼ିଙ୍କିଆପଦା ଗ୍ରାମର ହେମନ୍ତ କୁମାର ପଣ୍ଡାଙ୍କ...
ଇପିଏଫ୍ ପେନସନର୍ସଙ୍କ ବିକ୍ଷୋଭ
ବାଲେଶ୍ୱର ଅଫିସ, ୧୨।୨-ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏଶନ୍ ଆହ୍ବାନରେ ବାଲେଶ୍ୱର ଶାଖା ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଦୀର୍ଘବର୍ଷ କାର୍ଯ୍ୟ କରି ଅବସର ନେବା ପରେ ଇପିଏଫ୍ରୁ ପେନ୍ସନ ପାଉଥିବା ଶହ ଶହ କର୍ମଚାରୀ ୪ଦଫା...
ଶ୍ମଶାନ ଜମିରୁ ଜବରଦଖଲ ଉଚ୍ଛେଦ: ଖୋଲା ଆକାଶ ତଳେ ୭୦ ପରିବାର
ଜଳେଶ୍ୱର, ୧୨।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ନିମପୁର ଗାଁରେ ଦୀର୍ଘଦିନ ହେଲା ଆଦିବାସୀମାନେ ଶ୍ମଶାନ ଜମିରେ ଜବରଦଖଲ କରି ରହିଆସୁଥିଲେ। ମଙ୍ଗଳବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଫଳରେ ୭୦ ପରିବାର ଏବେ ଖୋଲା ଆକାଶତଳେ ଶୀତ...
ବୁଧବାର ବନକଲାଗି: ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ ଅଫିସ,୧୧ା୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ...
Archives


