ଆମ ଜିଲା ଖବର

ସ୍ବାୟତ୍ତ ଶାସନ ଦିବସରେ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ: ଜିଲାପାଳଙ୍କ ନାଁରେ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୭।୯: ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଳ ଲେଙ୍କାଙ୍କ ନାଁରେରେ ଏନ୍‌ଏଚ୍‌ଆର୍‌ସି (ଜାତୀୟ ମାନବ ଅଧିକାର କମିଶନ)ରେ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର କଳିଙ୍ଗନଗର ବାସିନ୍ଦା…

ଅନୁଭବ-ବର୍ଷା ବିବାଦ: ଆଜି ଶୁଣାଣି

କଟକ ଅଫିସ,୭।୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅନୁଭବଙ୍କ ବିରୋଧରେ ଅଭିଯୋଗ ଉଠାଇ ବର୍ଷା କଟକସଦର ଏସ୍‌ଡିଜେଏମ୍‌ କୋର୍ଟଙ୍କ…

ଓଲଟିଲା କୋଇଲା ବୋଝେଇ ଟ୍ରଲର୍‌

ହରଭଙ୍ଗା, ୭।୯(ଡି.ଏନ.ଏ.): ବୌଦ୍ଧ ଜିଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ମାର୍ଦିଙ୍ଗ ନିକଟରେ ସୋମବାର ସକାଳୁ ଏକ କୋଇଲା ବୋଝେଇ ଟ୍ରଲର ଓଲଟି ପଡିଥିବା ଜଣାପଡିଛି। ଉକ୍ତ ଟ୍ରଲରଟି ପାରାଦୀପରୁ ଝାରସୁଗୁଡା ଅଭିମୁଖେ…

ନଡ଼ିଆଗଛ ଉପରେ ନାଗସାପ ଦେଖି ଭୟରେ ତଳକୁ ଖସିପଡ଼ିଲେ ଯୁବକ, ଆଉ ତା’ ପରେ…

ଦିଗପହଣ୍ଡି,୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦଗାଁରେ ନଡ଼ିଆ ଗଛରୁ ଖସି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏହି ଯୁବକ ଜଣକ ହେଲେ କୈଳାସ ସେଠୀ। ରବିବାର ସକାଳେ ସେ ବାଡ଼ିପଡ଼େ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳୁଥିବା…

ବୃଦ୍ଧାଙ୍କୁ ଧକ୍କା ଦେଇ ମିନି ବସ୍‌ ସହ ପିଟିହେଲା କାର୍‌, ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତାରେ ରବିବାର ଏକ କାର୍‌ (ନଂ. ଓଡ଼ି ୦୭ ଏ ବି -୧୫୧୨) ଧକ୍କା ଦେବାରୁ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ବୃଦ୍ଧା ଜଣକ ହେଲେ ଦିଗପହଣ୍ଡି ଗଜାନନ ନଗରର କାଞ୍ଚନ…

ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳା ଟପ୍ପର ଦୀପ୍ତିମୟୀ

ପାଟଣା,୬।୯(ସ୍ବ.ପ୍ର.): ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲା ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା ଫଳ ୭୫ ପ୍ରତିଶତ ହୋଇଛି। ୧୪୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୨ ଜଣ ପାସ କରି…

ଗଞ୍ଜେଇ ଚାଲାଣକାରୀଙ୍କ ନୃଶଂସ କାଣ୍ଡ: ହୋମଗାର୍ଡଙ୍କୁ ଟାଙ୍ଗିଆରେ ହାଣି କଲେ ହତ୍ୟା

କୋରୁକୋଣ୍ଡା,୬।୯(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ଗଞ୍ଜେଇ ଚାଲାଣକାରୀଙ୍କ ନୃଶଂସ କାଣ୍ଡ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣ ବେଳେ ଚାଲାଣକାରୀ ଜଣେ ପୋଲିସ ହୋମଗାର୍ଡ ବନବାସୀ ମହାରଣାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ଶନିବାର ସକାଳ ଜିଲା ମାଥିଲି ଥାନା ଅନ୍ତର୍ଗତ ନୂଆଗୁଡା ଜଙ୍ଗଲରେ…

ଦୁଇ ସାର ଦୋକାନୀଙ୍କ ଲାଇସେନ୍ସ ରଦ୍ଦ

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣାପ ବ୍ଲକରେ ୟୁରିଆ ସାରର କୁତ୍ରିମ ଅଭାବ ହେବା ପଛରେ ଥିବା ସାର ଦୁର୍ନୀତିର ଗୁମର ଦିନକୁ ଦିନ ଖୋଲିବାରେ ଲାଗିଛି। ଏହି ବ୍ଲକର ଦୁଇ ଲାଇସେନ୍ସପ୍ରାପ୍ତ ସାର ଦୋକାନୀ ଦୁଇ ଜଣ ଚାଷୀଙ୍କ ନାମରେ ଆବଶ୍ୟକତା…

ଏକ୍ସେଲ ସହ ବାହାରିଗଲା କାର୍‌ର ଆଗ ଚକା

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ନିକଟରେ ଥିବା କାର୍‌ଗିଲ ଛକରେ ରବିବାର ଓଡି ୦୨ ବି ଏଫ୫୭୨୧ ନମ୍ବର ବିଶିଷ୍ଟ ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟାଇ…

ଜନ୍ତୁ ଶିକାର ପାଇଁ ବିସ୍ଫୋରକ ତିଆରି ପଡ଼ିଲା ମହଙ୍ଗା: ବିସ୍ଫୋରଣରେ ୨ ମୃତ

ଦେବଗଡ଼,୬ା୯(ଡ଼ି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଲଇମୁରା ଫାଣ୍ଡି ଅନ୍ତର୍ଗତ ଚିଲାଣ୍ଟିଖୋଳ ଗ୍ରାମରେ ଶନିବାର ଜନ୍ତୁ ଶିକାର ପାଇଁ ବିସ୍ଫୋରକ ତିଆରି କରୁଥିବାବେଳେ ବିସ୍ଫୋରଣ ଘଟିଛି। ଏଥିରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରଞ୍ଜିତ ଭୋଇ…

ବୋର୍ଡା ସିଏଚ୍‌ସିକୁ ପଶିଲା କରୋନା: ଫାର୍ମାସିଷ୍ଟ ପଜିଟିଭ୍‌ 

ଭବାନୀପାଟଣା,୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋର୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଶନିବାର ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବୋର୍ଡା ସିଏଚ୍‌ସିକୁ ମଧ୍ୟ କରୋନା ପଶିଥିବା ଜଣାପଡିଛି। ସିଏଚ୍‌ସିର ଜଣେ ଫାର୍ମାସିଷ୍ଟ ପଜିଟିଭ୍‌ ଚିହ୍ନଟ ହେବା ପରେ ରୋଗୀମାନେ…

ପିଆଶାଳ କାଠ ବୋଝେଇ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର

ବଡ଼ବିଲ,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ଅଧିନସ୍ଥ ପିଏଚ୍‌ଡି ସାନ୍ତବାହାଳ ଅଞ୍ଚଳରୁ ଚୋରା ପିଆଶାଳ କାଠ ବୋଝେଇ ଏକ ଗାଡ଼ି ବନବିଭାଗ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଓଡି-୦୯-୦୭୯୪ ନମ୍ବର ବିଶିଷ୍ଟ ଏକ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?