ଅନୁଭବ-ବର୍ଷା ବିବାଦ: ଆଜି ଶୁଣାଣି

କଟକ ଅଫିସ,୭।୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅନୁଭବଙ୍କ ବିରୋଧରେ ଅଭିଯୋଗ ଉଠାଇ ବର୍ଷା କଟକସଦର ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଅନୁଭବ ମଧ୍ୟ ଛାଡପତ୍ର ଦେବାକୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛନ୍ତି। ପ୍ରସଙ୍ଗ ଜଟିଳ ପରିସ୍ଥିତି ଭିତରକୁ ଠେଲି ହେବାରେ ଲାଗିଲାଣି। ଅନ୍ୟପକ୍ଷରେ ବର୍ଷାଙ୍କ ଆବେଦନକୁ ନେଇ କଟକସଦର ଏସ୍‌ଡିଜେଏମ୍‌ କୋର୍ଟରେ ସୋମବାର ପ୍ରଥମ ଶୁଣାଣି ହେବ।
ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ପିଟିଶନ ଦାଖଲ କରିଛନ୍ତି। ପିଟିଶନ ୪୭ ପୃଷ୍ଠାର ରହିଛି। ଏଥିରେ ସେ ବର୍ଷାଙ୍କ ନଁାରେ ଗୁରୁତର ଅଭିଯୋଗ ଉଠାଇଛନ୍ତି। ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବର୍ଷା ରାଜି ହେଉ ନ ଥିବା ଅନୁଭବ ଏଥିରେ ଉଲ୍ଲେଖ କରିଛନ୍ତି। ଯାହା ତାଙ୍କୁ ଅସହଜ, ଅସୁଖୀ କରୁଥିଲା। ବର୍ଷା ଶାଶୁଘରେ ନ ରହି ଅଧିକାଂଶ ସମୟ ବାପଘରକୁ ଚାଲି ଯାଉଥିଲେ। ଶାଶୁଘର ଖାଦ୍ୟ ତୁଳନାରେ ବାପଘର ଖାଦ୍ୟକୁ ଅଧିକ ପସନ୍ଦ କରୁଥିଲେ। ଏପରି କି ସେ ଶାଶୁଘର ଲୋକଙ୍କ ସହ ମିଶୁ ନ ଥିଲେ ଓ ବାରମ୍ବାର ବାପଘର ଯିବାକୁ ବାହାନା କରୁଥିଲେ ବୋଲି ଅନୁଭବ ପିଟିଶନରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା। ଜଣେ ସହ ଅଭିନେତ୍ରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ମିଥ୍ୟା ଆରୋପ କରି ତାଙ୍କ ସହ କଳି କରୁଥିଲେ ଓ ବିଭିନ୍ନ କେସ୍‌ରେ ଫସାଇବାକୁ ଧମକ ଦେଉଥିଲେ ବୋଲି ମଧ୍ୟ ଅନୁଭବ ଦର୍ଶାଇଛନ୍ତି। ଭଲ ସ୍ତ୍ରୀ ଓ ଭଲ ବୋହୂ ହେବାରେ ବର୍ଷା ବିଫଳ ହୋଇଛନ୍ତି। ବର୍ଷାଙ୍କ ସହ ରହିବାକୁ ଅନୁଭବ ଅନିଚ୍ଛା ପ୍ରକାଶ କରିଥିବା ପିଟିଶନରେ ଉଲ୍ଲେଖ କରାଯାଇଛି। ୨୦୧୯ ମେ’ ପହିଲାରୁ ଉଭୟ ଅଲଗା ରହୁଛନ୍ତି। ଏଣୁ ଏହି ବିବାହକୁ ରଦ୍ଦ କରିବା ସହ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri