ଆମ ଜିଲା ଖବର

ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେଲା ସ୍ବାବ୍‌ ଟେଷ୍ଟ

ପୁରୁଷୋତ୍ତମପୁର, ୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏହି କ୍ରମରେ ପୁରୁଷୋତ୍ତମପୁର ଅଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶୁକ୍ରବାର ଏନ୍‌ଏସିର ବିଭିନ୍ନ ୱାର୍ଡରୁ ୨୫ଜଣ ପଜିଟିଭ ଚିହ୍ନଟ…

କେନ୍ଦୁଝରରେ ଆକ୍ରାନ୍ତ ହେଲେ ୩ କରୋନା ଯୋଦ୍ଧା

କେନ୍ଦୁଝର,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ କରୋନା ଯୋଦ୍ଧା ଅଛନ୍ତି। ଅବଶିଷ୍ଟ ୧୪ ଜଣ ପୂର୍ବରୁ କରନା ସଂକ୍ରମିତଙ୍କ ସଂସ୍ପର୍ଶରେରେ ଆସିଥିବା…

ମାଲକାନଗିରିରେ ୫୪ ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ୨ କରୋନା ଯୋଦ୍ଧା

କୋରୁକୋଣ୍ଡା,୧୭।୭(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି କରୋନା। ଜିଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଜିଲାର ସର୍ବାଧିକ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ମାଲକାନଗିରି ଜିଲାପାଳ ଟୁଇଟ୍‌ କରି ଜଣାଇଛନ୍ତି। ମାଲକାନଗିରି ପୌରପରିଷଦ,…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ କରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଫୁଲସୁନ୍ଦରୀ ସାହିର ସହକାରୀ ଶିକ୍ଷକ ବଂଶୀଧର ବେହେରାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଜଣାଇଛନ୍ତି। ସେ ଦିଗପହଣ୍ଡି କୁଶପଡ଼ା ପଞ୍ଚାୟତ କେ.…

ରାଇକିଆରୁ ଜଣେ କରୋନା ଯୋଦ୍ଧା ସମେତ ୪ ପଜିଟିଭ ଚିହ୍ନଟ

ରାଇକିଆ,୧୭।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲାରୁ ଶୁକ୍ରବାର ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣ ରାଇକିଆ ବ୍ଲକର। ତିନି ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ ରାଇକିଆ ଥାନାର କରୋନା ଯୋଦ୍ଧା ବୋଲି ଜଣାପଡ଼ିଛି।…

ଗଞ୍ଜାମର ୯ ସହରରୁ ଉଠିଲା ଶଟ୍‌ଡାଉନ୍‌: ରାତି ୯ରୁ ଲାଗୁ ହେବ ଲକ୍‌ଡାଉନ୍‌

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍‌ଡାଉନ୍‌ ପକ୍ରିୟା ଜାରି ରହିବ। ଅପରପକ୍ଷରେ ଗଞ୍ଜାମ ଜିଲାର ୯ଟି ସହରରେ ୨୧ ତାତିଖ ପର୍ଯ୍ୟନ୍ତ ଜାରି ହୋଇଥିବା ଶଟ୍‌ଡାଉନ୍‌କୁ ଉଠାଇ…

ବରଗଡ଼ ଜିଲାରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଲା

ବରଗଡ଼ ଅଫିସ,୧୭ା୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ୩ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଏହାକୁ ମିଶାଇ…

ଭିଡିଓ କଲିଂ ହେଲା କାଳ, ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଲେ ଫାର୍ମାସୀ ଛାତ୍ର

ଦେବଗଡ଼,୧୭ା୭(ଡି.ଏନ୍‌.ଏ.): ସହରସ୍ଥିତ ପ୍ରଧାନପାଟ ଜଳପ୍ରପାତ ଉପରେ ଥିବା ୧ ନଂ. କୁଣ୍ଡରେ ଭିଡିଓ କଲିଂ କରୁଥିବା ସମୟରେ ପ୍ରାଣ ହରାଇଛନ୍ତି ଜଣେ ଫାର୍ମାସୀ ଛାତ୍ର । ସୂଚନାଯୋଗ୍ୟ, ପ୍ରଧାନପାଟ ଜଳପ୍ରପାତ ଉପରେ ଥିବା ୧ ନମ୍ବର କୁଣ୍ଡରେ ଭିଡିଓ କଲିଂ କରି…

ପାଳନ ହେଉନି କୋଭିଡ୍‌-୧୯ ନିୟମ

ପାରାଦୀପ,୧୭।୭(ସ୍ବ.ପ୍ର.): କରୋନା ଭୂତାଣୁ ଏବେ ହୁହୁ ହୋଇ ବଢ଼ିଚାଲିଛି। ଫଳରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢ଼ୁଛି। କିନ୍ତୁ ଏହାରି ଭିତରେ ପାରାଦୀପ ମାଛଧରା ବନ୍ଦରରେ ମାଛ ଉତ୍ପାଦନ ଆରମ୍ଭ ହୋଇଛି। ପ୍ରାୟ ୧୧୫ ମାଛଧରା ଟ୍ରଲର ସମୁଦ୍ରକୁ ଗଲାଣି।…

ହାଇକୋର୍ଟରେ ରାଶନ ସାମଗ୍ରୀ ହଡ଼ପ ମାମଲା: ଗରିବଙ୍କୁ ଧନୀ ଦର୍ଶାଇ ସତ୍ୟପାଠ ଦାଖଲ

ଯାଜପୁର ଅଫିସ୍‌,୧୭।୭: ମାମଲାରୁ ବର୍ତ୍ତିବା ପାଇଁ ଗରିବ ଲୋକଙ୍କୁ ଧନୀ ଦର୍ଶାଇ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରାଯିବା ଭଳି ଏକ ସମ୍ବେଦନଶୀଳ ଘଟଣା ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଦେଖିବାକୁ ମିଳିଛି। ଗରିବ ଓ ମୃତ ଲୋକଙ୍କ ନାମରେ ରାଶନ…

୧୧ ବର୍ଷ ତଳେ ରତ୍ନଭଣ୍ଡାରରୁ ଚୋରି ଚର୍ଚ୍ଚା

ପୁରୀ ଅଫିସ,୧୭।୭: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ବହୁ ଦୁର୍ମୂଲ୍ୟ ରତ୍ନଅଳଙ୍କାର ଚୋରି ହୋଇଛି। ୧୧ ବର୍ଷ ତଳେ ବରିଷ୍ଠ ଅଧିକାରୀ, ପୋଲିସ ଏବଂ ସେବାୟତଙ୍କ ମଧୁଚନ୍ଦ୍ରିକାରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସମ୍ମୁଖରେ ରାତିରେ ଲାଗିଥିବା ଏକ ମିନିଟ୍ରକ୍‌ରେ…

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ମାମଲା: ପରିବାର ଅନୁମତି ନେଇ ନାଁ ସାର୍ବଜନୀନ କରିହେବ

କଟକ ଅଫିସ,୧୭।୭: କରୋନା ଆକ୍ରାନ୍ତଙ୍କ ନାମ ପ୍ରଘଟ ଉପରେ କଟକଣା ଜାରି କରିବା ପାଇଁ ରୁଜୁ ହୋଇଥିବା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରିବାର ବର୍ଗଙ୍କଠାରୁ ଅନୁମତି ନେଇ ଆକ୍ରାନ୍ତଙ୍କ ନାମ ସାର୍ବଜନୀନ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?