ଭିନ୍ନକ୍ଷମ ମା’, ପୁଅଙ୍କ ମୃତଦେହ ଉଦ୍ଧାର: ପୋଡି ମାରି ଦିଆଯାଇଥିବା ସନ୍ଦେହ

ହାଟଡିହୀ,୧୦।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଭିନ୍ନକ୍ଷମ ମା’ ଓ ପୁଅଙ୍କ ପୋଡା ମୃତ ଦେହ ଉଦ୍ଧାର ହୋଇଛି। ସୂଚନାରୁ ଜଣାଯାଇଛି ଯେ ଭିନ୍ନକ୍ଷମ ମା’ ଜଞ୍ଜାଳି ଜେନା(୭୦)ଓ ପୁଅ ବନମାଳୀ ଜେନା(୪୫) ଏକ ପରିତ୍ୟକ୍ତ ଅଙ୍ଗନବାଡି ଘରେ ବସବାସ କରନ୍ତି। ବନମାଳୀଙ୍କ ଶଶୁର ଘର ଭଦ୍ରକ ଜିଲା ବନ୍ତ ଥାନା ପଦାକଣା ଗ୍ରାମରେ ତାଙ୍କ ସ୍ତ୍ରୀ ଓ ପୁଅ ରୁହନ୍ତି l ଗୁରୁବାର ସକାଳୁ ଉଭୟଙ୍କ ପୋଡା ମୃତଦେହ ଦେଖିବାକୁ ମିଳିଥିଲା। ଖବର ପାଇ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଉତ୍ତେଜନା ଓ ଅସନ୍ତୋଷ ପ୍ରକାଶ ପାଇଛି l ସ୍ଥାନୀୟ ଲୋକ ପୋଡି ମାରି ଦିଆଯାଇଥିବା ଅଭିଯୋଗ କରି ଏବଂ ଦୋଷୀକୁ ଗିରଫ ଦାବିରେ ଶାଳନିଆ-ଓରାଳି ରାସ୍ତାରୋକୋ କରିଛନ୍ତି। ତେବେ କିଏ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟେଇଲା ତାହା ମୁଖ୍ୟ ପ୍ରଶ୍ନ ସାଜିଛି। ଅପରପକ୍ଷେ ମା’ ପୁଅଙ୍କୁ ହତ୍ୟା ପରେ ପୋଡି ମାରି ଦିଆଯାଇଛି ନା ଆଉ କିପରି ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ହୋମ୍‌ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ: କ୍ୱାରାଣ୍ଟାଇନ ସେଣ୍ଟର ଗଲେ ସମ୍ପୃକ୍ତ ବ୍ୟକ୍ତି

ଛତ୍ରପୁର,୧୮ା୫(ଡି.ଏନ୍‌.ଏ)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବାସ୍ଥ୍ୟ ଆପ୍‌। ଜିଲାରେ ହୋମ୍‌ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କୁ ଏହି ଆପ୍‌ ଦ୍ୱାରା ମନିଟରିଂ କରାଯାଉଛି। ଉକ୍ତ...

୧,୪୧,୮୯୯ ମାମଲା ଫଇସଲା

କଟକ ଅଫିସ,୧୪।୧୧: ରାଜ୍ୟର ୩୦ଟି ଜିଲାସ୍ତରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଓ ବ୍ଲକ ସ୍ତରରେ ମୋଟ ୨,୯୦,୧୭୩ଟି ମାମଲା...

ଖବରଦାତାଙ୍କ ସହଯୋଗ ଲୋଡ଼ିଲେ ଏସ୍‌ପି

କୋରାପୁଟ,୧୪ା୧(ସ୍ବ.ପ୍ର.): କାରାପୁଟରେ ନୂଆ ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗଦେଇଥିବା ଅଭିନବ ସୋନାକର ଜିଲାର ସାମଗ୍ରିକ ବିକାଶ ନିମନ୍ତେ ଜିଲାର ଖବରଦାତାମାନଙ୍କ ସହଯୋଗ କାମନା କରିଛନ୍ତି। ଶନିବାର...

ଧଳାସୁନାରେ କୀଟ

ବଲାଙ୍ଗୀର ଅଫିସ, ୪ା୧୧:ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଦୀର୍ଘବର୍ଷ ହେଲା ଚାଷୀ ଉତ୍ସାହିତ ହୋଇ ଅର୍ଥକରୀ କପାଚାଷ କରୁଛନ୍ତି। ଧଳାସୁନାର ଅଞ୍ଚଳ ଭାବେ...

ସର୍ପାଘାତରେ ମହିଳାଙ୍କ ଜୀବନଗଲା, ଡାକ୍ତରଖାନାରେ ଗୁଣିଆଙ୍କ ଝଡ଼ାଫୁଙ୍କା

ଉଦଳା,୧୯।୯(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନରେ ଥିବା କାଠପାଳ ଗ୍ରାମର ଆରତି ମାଝି(୫୦)ଙ୍କୁ ବୁଧବାର ସର୍ପାଘାତ ହେବାରୁ ପରିବାର ଲୋକେ ଉଦଳା ଡାକ୍ତରଖାନା...

ସାତ୍‌ସପନ ହେଇଛେ ଉଚ ଚିକିଛା

ଗୁଡ଼ଭେଲା,୨୩ା୯ (ଡି.ଏନ୍‌.ଏ.)- ରୂପେଲି ଠିକ୍‌ ହେଇଯିବା, ନିଜେ ନିଜର କାମ୍‌ବୁତା କରିପାରବା। ଉନିଆ ଛୁଆକର ସଂଗେ ମିଶି ଖେଲବା। ପରିବାର ଲୁକ୍‌କର ଇ ସବୁ ସପନ୍‌...

ସାଙ୍ଗ ନିକଟରେ ଲକ୍ଷାଧିକ ଟଙ୍କା ଥିବା ଜାଣି, ନୃଶଂସ ସାଜିଥିଲେ ଅଭିଯୁକ୍ତ

ଝାରସୁଗୁଡ଼ା ଅଫିସ,୧୮।୭ : ଝାରସୁଗୁଡା ବେହେରାମାଲ ଦୁର୍ଗା ମନ୍ଦିର ନିକଟ ଗଳିରେ ଗୁରୁବାର ବିପିନ ସାହା ନାମକ ଯୁବକଙ୍କୁ ହତ୍ୟାକରି ଅଭିଯୁକ୍ତ ଫେରାର ହୋଇଯାଇଥିଲା ।...

ଆର୍ଥତ୍କ ଜନଗଣନା ନେଇ ଦିନିକିଆ କର୍ମଶାଳା

ନୂଆପଡା ଅଫିସ,୨୭ା୮ ସ୍ଥାନୀୟ ଜିଲାପାଳଙ୍କ ସଭାଗୃହରେ ୭ମ ଆର୍ଥତ୍କ ଜନଗଣନା ସମ୍ପର୍କୀତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲାପାଳ ସୀତାରାମ...

Advertisement
Archives

Model This Week