ବୈତରଣୀ କୂଳ ପାଲଟିଛି ଗଞ୍ଜେଇ ଆଡ୍ଡା

ଯାଜପୁର ଟାଉନ,୧୯ା୧୦(ଡି.ଏନ୍‌.ଏ.): ଯାଜପୁର ସହରରେ ଗଞ୍ଜେଇ ଖୁଲମଖୁଲା ବିକ୍ରି ହେଉଛି। କମ ପରିଶ୍ରମରେ ଅଧିକ ଲାଭ ଆଶାରେ ଯୁବପିଢ଼ି ଗଞ୍ଜେଇ ଚୋରା ବ୍ୟବସାୟ କରୁଥିବା ବେଳେ ସାଙ୍ଗସାଥିଙ୍କୁ ଏହାକୁ ବିକ୍ରି କରୁଛନ୍ତି। ଫଳରେ ସହରର ଅନେକ ଯୁବପିଢ଼ି ଗଞ୍ଜେଇ ନିଶା କବଳରେ ପଡମୁଛନ୍ତି। ଯାଜପୁର ସହରର ବାଳାଶ୍ରମ ପଡ଼ିଆ, ବଲ୍ଲଭି ଘାଟ, ଦେବୀଗଡ଼ା ଘାଟ, ଦଶାଶ୍ୱମେଧ ଘାଟ, ଜଗନ୍ନାଥ ମନ୍ଦିର ଓ ବରାହ ରିଂରୋଡ୍‌ ଆଦି ସ୍ଥାନରେ ଅନେକ ସମୟରେ ବହୁ ଯୁବକ ଏକାଠି ଗଞ୍ଜେଇ ସେବନ କରୁଥିବା ଦେଖାଯାଇଛି। ସିଗାରେଟରେ ଗଞ୍ଜେଇ ପୁରାଇ ସହରର ବିଭିନ୍ନ ପାନ ଦୋକାନ, ଜଳଖିଆ ଦୋକାନ, ଚା’ ଦୋକାନରେ ବିକ୍ରି କରାଯାଉଥିବା ନଜିର ରହିଛି। ବିଶେଷ କରି ୧୫ ରୁ ୨୦ ବର୍ଷର ପିଲାମାନେ ଏହି ନିଶା କବଳରେ ପଡିଛନ୍ତି। ଯାଜପୁରସହର ସଂଲଗ୍ନ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ଗ୍ରାମରୁ ଗଞ୍ଜେଇ ଆସୁଥିବା ଶୁଣିବାକୁ ମିଳୁଛି। ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ଚୋରା ବ୍ୟବସାୟୀଙ୍କ ଉପରେ ନଜର ରଖୁ ନ ଥିବା ବେଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉ ନ ଥିବାରୁ ସହରରେ ଧୀରେଧୀରେ ଗଞ୍ଜେଇ ବିକ୍ରି ବଢିବାରେ ଲାଗିଛି। ଏ ସମ୍ପର୍କରେ ଅବକାରୀ ବିଭାଗ ଇନ୍ସପେକ୍ଟର ସ୍ବପ୍ନାରାଣୀ ସାହୁଙ୍କୁ ପଚାରିବାରେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ଯାଜପୁର ଥାନା ଭାରପ୍ରାପ୍ତ ଅଧିକାରୀ ମାନସ ରଞ୍ଜନ ଚକ୍ରଙ୍କୁ ପଚାରିବାରେ ଗଞ୍ଜେଇ ବିକ୍ରି କଥାକୁ ସ୍ବୀକାର କରିବା ସହ ଅଧିକାଂଶ ସମୟରେ ଚଢ଼ାଉ କରାଯାଇ ମାମଲା ରୁଜୁ କରାଯାଉଛି ଏବଂ ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?