୮ବର୍ଷ ହେଲା ମରାମତି ହେଉନି ରାସ୍ତା: ଦୃଷ୍ଟି ଦେଉନି ବିଭାଗ, ବଢୁଛି ଦୁର୍ଘଟଣା

ଜେନାପୁର,୧୯ା୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥଠାରୁ ଗୋଡ଼ିପାଟିଆ ଦେଇ ଜେନାପୁର ଲେବୁଲ କ୍ରସିଂ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଅନେକ ସ୍ଥାନରେ ମେଟାଲ, ଚିପ୍ସ ଉଠି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବିରାଟ ଖାଲ ସୃଷ୍ଟି ହୋଇଛି। ଏହି ରାସ୍ତା ଉପରେ ବାଲିସାହି, ଭୋଜିଗୋଠ, ଗୋଡ଼ିପାଟିଆ, ଦଣ୍ଡାଘାଟି, ରଘୁନାଥପୁର ଆଦି ଗ୍ରାମର ହଜାର ହଜାର ଲୋକ ନିର୍ଭର କରନ୍ତି। ହେଲେ ଉକ୍ତ ସାଢ଼େ ୩ କି.ମି. ରାସ୍ତା ୮ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମରାମତି କରା ନ ଯିବାରୁ ଗାଡ଼ିମୋଟର ଚଳାଚଳରେ ବାଧା ଉପୁଜୁଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ଘଟୁଛି। ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ସ୍ଥାନୀୟ ଲୋକେ ଆବଶ୍ୟକ ବେଳେ ଜରୁରିକାଳୀନ ସେବା (ଯଥା-ଆମ୍ବୁଲାନ୍ସ, ଅଗ୍ନିଶମ ସେବା ସଂସ୍ଥା ଗାଡ଼ି)ଆଦିର ସୁବିଧା ପାଇପାରୁ ନାହାନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହାର ମରାମତି କରାଇବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ବିଭାଗୀୟ ଏସ୍‌ଡିଓଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଂଗ୍ରାମ ପୁଣି ଜଗତ୍‌ସିଂହପୁର ଜିଲାପାଳ

ଜଗତସିଂହପୁର ଅଫିସ,୪।୧: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଏସ୍‌ଡି ଭାବେ କାର୍ଯ୍ୟ କରୁଥିବା ସଂଗ୍ରାମ କେଶରୀ ମହାପାତ୍ର ପୁଣି ଜଗତ୍‌ସିଂହପୁର ଜିଲାପାଳ ଭାବେ ନିଯୁକ୍ତ...

ରାସ୍ତା ଉପରେ ଝୁଲିରହିଛି ବିଦ୍ୟୁତ୍‌ ତାର:ବିପଦ ଆଶଙ୍କାରେ ସାହିବାସୀ

ଖଣ୍ଡପଡା,୧୧ା୯(ସ୍ବ.ପ୍ର.): କଣ୍ଟିଲୋ ଅଞ୍ଚଳ ଦେଇ ଯାଇଛି ଦଶପଲ୍ଲା-ଖୋର୍ଦ୍ଧା ରାଜ୍ୟ ରାଜପଥ। ଏହି ରାସ୍ତାର କଣ୍ଟିଲୋ ଅଞ୍ଚଳରେ ବିଦ୍ୟୁତ୍‌ ତାର ଝୁଲିରହିଥିବାରୁ ବିଭିନ୍ନ ସାହି, ବସ୍ତିର ଲୋକେ...

ଜିଲାପାଳଙ୍କ କାର୍ଯ୍ୟାଳୟରେ ଭାଜପା କର୍ମୀଙ୍କ ଭଙ୍ଗାରୁଜା

ଭଦ୍ରକ ଅଫିସ,୬ା୧: ଓବିସିମାନଙ୍କ ପାଇଁ ସିଟ୍‌ ସଂରକ୍ଷଣ, ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ତାଲିକାରେ ବ୍ୟାପକ ବେଆଇନ...

ସୌନ୍ଦର୍ଯ୍ୟକରଣ ଆଳରେ ଗଛ କଟା

କେନ୍ଦୁଝର,୨୪।୨ (ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୂଳୀର ଏକ ବିଦ୍ୟାଳୟ ପରିସରରେ ସାୈନ୍ଦର୍ଯ୍ୟକରଣ ଆଳରେ ବ୍ୟାପକ ଗଛ କଟାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ ବିଦ୍ୟାଳୟ...

ହାତୀର ମୃତଦେହ ଉଦ୍ଧାର: ଦେହରେ ଲାଗିଛି ଗୁଳି

ବୌଦ୍ଧ,୧୭।୬(ଡି.ଏନ୍‌.ଏ.): ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲର ଗୁଟୁଣିମାଟୁ ନାଳ ନିକଟରେ ଏକ ଦନ୍ତା ହାତୀର ମୃତଦେହ ବୁଧବାର ଦେଖିବାକୁ ମିଳଛି। ସକାଳେ...

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ବାଲେଶ୍ୱର ଅଫିସ, ୧୦।୭: ବାଲେଶର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଗତ ୬ତାରିଖରେ ନୀଳଗିରି ବିଧାୟକ ସୁକାନ୍ତ...

ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତକାଣ୍ଡ

ରୂପସା, ୨୩।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଇଡ଼ଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ଫାର୍ମାସିଷ୍ଟ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଫାର୍ମାସିଷ୍ଟଙ୍କ ଆକ୍ରମଣରେ କରୋନା...

ଛତ୍ରପୁର ଆରଟିଓ ଅଫିସରେ ତରିକା ବଦଳାଇଲେ ଦଲାଲ: ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଛତ୍ରପୁର,୧୫ା୧୨(ଡି.ଏନ.ଏ)-ଗାଡି ରେଜିଷ୍ଟ୍ରେଶନଠାରୁ ଆରମ୍ଭ କରି ଇନ୍‌ସ୍ୟୁରାନ୍ସ ସାର୍ଟିଫିକେଟ୍‌, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଧିକୁ ଆଉ...

Advertisement
Archives

Model This Week