ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବରଗଡ଼-ଭଟଲି ମୁଖ୍ୟ ରାସ୍ତା ଅବରୋଧ
ଭଟିଲି,୧୧।୩(ଡି.ଏନ୍.ଏ.): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ଭଟଲି ରେଞ୍ଜ କମିଟି ପକ୍ଷରୁ ବୁଧବାର ରାସ୍ତା ଅବରୋଧ କରାଯାଇଛି। ବରଗଡ଼-ଭଟଲି ମୁଖ୍ୟ ରାସ୍ତା ଗୋପାଳପୁର ଛକଠାରେ ବନ୍ଦ କରାଯାଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କର୍ମଚାରୀମାନଙ୍କ ଦରମା...
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କଳାହାଣ୍ଡି ଜିଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଲ୍ଲୀ ଯାତ୍ରା
ଭବାନୀପାଟଣା,୧୧।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଓ ଅନ୍ୟାନ୍ୟ ଦାବି ନେଇ କଳାହାଣ୍ଡି ଜିଲା ମିଳିତ ଓକିଲ ସଂଘ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ଚାଲୁ ରହିଛି। ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାର...
ମା’ ବାଙ୍କେଶ୍ୱରୀଙ୍କ ପ୍ରସିଦ୍ଧ ଡିମ୍ବୁଳା ଯାତ୍ରାରେ ମୁଣ୍ଡନ ହେଲେ ୧୦ ହଜାରରୁ ଊର୍ଦ୍ଧ୍ବ ଶିଶୁ: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ
ଦିଗପହଣ୍ଡି,୧୧।୩(ଡି.ଏନ୍.ଏ.): ପ୍ରତିବର୍ଷ ଭଳି ଚଳିତବର୍ଷ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମସ୍ଥିତ ମା’ ବାଙ୍କେଶ୍ୱରୀଙ୍କ ପୀଠରେ ରବିବାର ରାତିରୁ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଡିମ୍ବୁଳା ଯାତ୍ରା। ଏହି ଯାତ୍ରା ବୁଧବାର ଉଦ୍ଯାପିତ ହୋଇଛି। ସୋମବାର ଭୋରରେ ପ୍ରଚଳିତ...
ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ: ଜଣେ ଅଟକ
ଝାରସୁଗୁଡ଼ା ଅଫିସ,୧୧।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗଙ୍ଗାନଗରଠାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ସେ ହେଲେ ଗଙ୍ଗାନଗରର ଅଜୟ କୁମାର ପ୍ରଧାନ। ସୂଚନାନୁଯାୟୀ, ଅଜୟଙ୍କୁ କେହି ଦୁର୍ବୃତ୍ତ ମଙ୍ଗଳବାର ଅପରାହ୍ନରେ ଛୁରି ମାରିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ...
ଯୁବତୀଙ୍କୁ ନେଇ ବିବାହିତ ଯୁବକ ଫେରାର: ଅଭିଯୋଗ ଆଣିଲେ ସ୍ତ୍ରୀ
ବଅଁରପାଳ,୧୧।୩(ଡିଏନ୍ଏ): ଅନୁଗୋଳ ଜିଲା ନାଲ୍କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଅଞ୍ଚଳ ଜଣେ ବିବାହିତ ଯୁବକ ହିନ୍ଦୋଳ ଅଞ୍ଚଳର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଏହା ନିଜେ ଯୁବକଙ୍କ ସ୍ତ୍ରୀ ବୁଧବାର ଥାନାରେ ଅଭିଯୋଗ କରିଛନ୍ତି। ୩ ବର୍ଷ ତଳେ...
୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ ଅଫିସ, ୧୧।୩: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ...
୩ ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
ପଟ୍ଟାଙ୍ଗି, ୧୧।୩(ଡି.ଏନ୍.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥଠାରୁ ସମ୍ବାଇ ପଞ୍ଚାୟତ ଅଭିମୁଖେ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ଉପରୁ ତିନୋଟି ଗାଡ଼ି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି କାରବାରରେ...
ବିଭିନ୍ନ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘର ରାସ୍ତାରୋକୋ
ସମ୍ବଲପୁର, ୧୧।୩ (ବ୍ୟୁରୋ): ବିଭିନ୍ନ ଦାବିନେଇ ଓଡିଶା ରାଜ୍ୟ କେନ୍ଦୁପତ୍ର ସଂଘ ଡାକରାରେ ସମ୍ବଲପୁର କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୫ଟି ସ୍ଥାନରେ ବୁଧବାର ରାସ୍ତାରୋକୋ ହୋଇଛି । ଜିଲାର ଜାତୀୟ ରାଜପଥ ଅଇଁଠାପାଲି ଛକ, ରେଢ଼ାଖୋଲ, ଯୁଯୁମୁରା, ଉଲୁଣ୍ଡା,...
ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ, ଶାଶୁ, ଶ୍ୱଶୁର, ଦିଅର ଫେରାର
ଓଡଗାଁ, ୧୧।୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାଉଁଶଗାଡ଼ିଆ ଲେଙ୍କାସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ସୁନୀତା ଲେଙ୍କା (୧୯)। ସୁନୀତାଙ୍କ ବାପଘର ଶିଖରପୁର...
ଠେଙ୍ଗାରେ ବନ କର୍ମଚାରୀଙ୍କୁ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,୧୧।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ଜଣେ ବନ କର୍ମଚାରୀଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଉକ୍ତ ଗ୍ରାମର କାଳିଆ ସାହୁଙ୍କୁ କେ. ନୂଆଗାଁ ଥାନା ପୋଲିସ ଗିରଫ...
ଚା’ପତି ବଦଳରେ କୀଟନାଶକ: ଚା’ ପିଇ ୧୧ ଗୁରୁତର
ଭୋଗରାଇ,୧୧।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରଣସିଙ୍ଗପୁର ଗ୍ରାମର ଏକ ବିବାହ ଭୋଜିରେ ଚା’ ପିଇ ବୁଧବାର ୧୧ ଜଣ ଗୁରୁତର ହୋଇଛନ୍ତି l ସେମାନଙ୍କୁ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ...
ନଦୀରେ ବୁଡି ୨ ନାବାଳିକା ଭଉଣୀ ମୃତ
କୋଷାଗୁମୁଡ଼ା, ୧୧।୩(ଡି.ଏନ୍.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ପଞ୍ଚାୟତ ରୁନିଗୁଡ଼ା ଗ୍ରାମର ଦୁଇ ନାବାଳିକାକା ଭଉଣୀଙ୍କର ଭାଷ୍କେଲ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ସମଦୁ ପୂଜାରୀ ଏବଂ ଭାଇ ଡମ୍ବରୁଧର ପୂଜାରୀଙ୍କର ଦୁଇ ଝିଅ ଜୟମଣି (୬) ଏବଂ...
Archives


