ଆମ ଜିଲା ଖବର

ଶନିମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି: ପୋଲିସ,ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ପରେ ଖାଲି ହେଲା ମନ୍ଦିର

ଦେବଗଡ଼, ୨୧।୩ (ଡି.ଏନ.ଏ .): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି l ଆସନ୍ତା ଏପ୍ରିଲ ୧ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ଧର୍ମାନୁଷ୍ଠାନରେ କେବଳ ଦୈନନ୍ଦିନ ରୀତିନୀତି ପରେ ବନ୍ଦ ପାଇଁ ସରକାର...

ଗଞ୍ଜାମ ବ୍ଲକରେ ୪ କେରଳ ଫେରନ୍ତା, ଘରୁ ନ ବାହାରିବାକୁ ବିଡିଓଙ୍କ ପରାମର୍ଶ

ଗଞ୍ଜାମ,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଗୋଖରକୁଦା ଗ୍ରାମର କେତେଜଣ ବ୍ୟକ୍ତି ରୋଜଗାର ପାଇଁ କେରଳ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ନିଜ ଗ୍ରାମକୁ ଫେରିଛନ୍ତି। ଏ ନେଇ ଗ୍ରାମରେ ଆତଙ୍କ ଖେଳିଯାଇଛି l ଖବର ପ୍ରଚାରିତ ହେବା ପରେ ଗଞ୍ଜାମ ବ୍ଲକ...

ରାଜନଗରର ୩୭ ପ୍ରବାସୀ ଆଇସୋଲେଶନରେ

ରାଜନଗର,୨୧।୩(ଡି.ଏନ୍‌.ଏ.): କରୋନା ଭୟରେ ଆତଙ୍କିତ ସାରା ପୃଥିବୀ। ଏ ନେଇ ରାଜ୍ୟ ସରକାର ଅନେକ ପ୍ରତିକାରାତ୍ମକ ପଦକ୍ଷେପମାନ ନେବାରେ ଲାଗିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ରାଜନଗର  ବ୍ଲକର ୩୭ ପ୍ରବାସୀ ଏବେ ଆଇସୋଲେଶନରେ ଅଛନ୍ତି। ୧୪ ଜଣ ନାଗରିକ...

କରୋନା ମୁକାବିଲା ପାଇଁ କେନ୍ଦୁଝରରେ ସ୍ବତନ୍ତ୍ର ଅଧିବେଶନ: ହଲ୍‌କୁ ପ୍ରବେଶ ପୂର୍ବରୁ ସମସ୍ତେ ହ୍ୟାଣ୍ଡଓ୍ବାଶ୍‌ରେ ଧୋଇଲେ ହାତ

କେନ୍ଦୁଝର,୨୧ା୩(ସ୍ବ.ପ୍ର.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଜିଲା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ସ୍ବତନ୍ତ୍ର ଅଧିବେଶନ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ଏବଂ ଆଗାମୀ...

କେନ୍ଦୁଝରରେ ଅଡ୍‌-ଇଭିନ୍‌ କଟକଣା: ୫ ପୌରାଞ୍ଚଳରେ ଲାଗୁ କରିବାକୁ ଜିଲାପାଳଙ୍କ ଚିଠି

କେନ୍ଦୁଝର,୨୧ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ପୌରାଞ୍ଚଳରେ ଅଡ୍‌-ଇଭିନ୍‌ ନମ୍ବର ବ୍ୟବସ୍ଥାକୁ ପ୍ରଶାସନ ଶନିବାର ଲାଗୁ କରିଛନ୍ତି। ଏ ନେଇ ଜିଲାପାଳ ସ୍ବତନ୍ତ୍ର ଚିଠି କରି ଜିଲାର କେନ୍ଦୁଝର, ଚମ୍ପୁଆ, ବଡ଼ବିଲ, ଯୋଡ଼ା, ଆନନ୍ଦପୁର ପୌରାଞ୍ଚଳରେ ଲାଗୁ କରିବାକୁ ଆଦେଶ କରିଛନ୍ତି।...

ଋଷିକୁଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ

ଗଞ୍ଜାମ,୨୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ବେଳାଭୂମିଠାରେ ଚଳିତବର୍ଷ ବିଳମ୍ବରେ ହେଲେ ମଧ୍ୟ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି l ଶନିବାର ଭୋରରେ ପ୍ରାୟ ୨୨୪୮ କଇଁଛ ଅଣ୍ଡା ଦେଇଥିବା ଖଲ୍ଲିକୋଟ ରେଞ୍ଜର...

କରୋନା ଭୟ: ରାଜପଥରେ ବସ୍‌ ଅଟକାଇ ୫୧ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସମସ୍ତ ଯାତ୍ରୀ ସୁସ୍ଥ

ସିମୁଳିଆ,ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଅଞ୍ଚଳର ୫୧ ଜଣ ତାମିଲନାଡୁରେ ବସବାସ କରୁଥିଲେ। ଶନିବାର ସେମାନେ ଘରୋଇ ବସ୍‌ ସାଡୋ (କେଏଲ୦୭ ସିଟି ୯୫୮୪) ଯୋଗେ ବାଲେଶ୍ୱର ଫେରୁଥିଲେ। ୧୬ ନଂ. ଜାତୀୟ ରାଜପଥର ସିମୁଳିଆ ଥାନା ଅଧୀନ ଜାମୁଝାଡି ନିକଟରେ ପ୍ରଶାସନ...

କରୋନା ମୁକାବିଲା: ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡ଼ି ପୋଲିସ

ଦାରିଙ୍ଗବାଡ଼ି,୨୧।୩(ଡି.ଏନ୍‌.ଏ.): କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ୧୪୪ ଧାରାକୁ ବଜାୟ ରଖିବା ସହ ଦୋକାନ ବଜାର ବନ୍ଦ ରଖିବା ପାଇଁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ...

କରୋନା କଟକଣା: ଯୋଡ଼ାରେ ଅଡ୍‌-ଇଭିନ୍‌ ଲାଗୁ

ଯୋଡ଼ା,୨୧ା୩ (ଡି.ଏନ୍‌.ଏ.): କରୋନା ସଚେତନତା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଅଡ୍‌-ଇଭିନ୍‌ ଫର୍ମୁଲା ସମଗ୍ର ଜିଲାରେ ଜାରି କରାଯାଇଛି। ଯୋଡା ପୌରପାଳିକାରେ ଏହାର ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳିଛି । ଶନିବାର ସକାଳୁ ଜନସାଧାରଣ ଏ ବାବଦରେ...

କଂଗ୍ରେସ ଭାଇଙ୍କ ପରଲୋକ

ଠାକୁରମୁଣ୍ଡା, ୨୧ା୩(ଡି.ଏନ.ଏ): ମୟୂରଭଞ୍ଜର ଭୂମିପୁତ୍ର ସେବକ କଂଗ୍ରେସ ଭାଇଙ୍କର ଶୁକ୍ରବାର ପରଲୋକ ଘଟିଛି। ଶ୍ୱାସ ରୋଗରେ ପୀଡ଼ିତ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମଧ୍ୟାହ୍ନ ୧୨.୩୦ ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ...

ମହାପ୍ରଭୁଙ୍କ ଦର୍ଶନ ନ ପାଇ ଫେରିଲେ ଭକ୍ତ

ପୁରୀ ଅଫିସ, ୨୧ା୩: ଖଁ। ଖଁ। ବଡ଼ଦାଣ୍ଡ, ଶୂନ୍‌ଶାନ୍‌ ବେଳାଭୂମି। ପ୍ରତ୍ୟେକ ଦିନ ଭକ୍ତ, ପର୍ଯ୍ୟଟକଙ୍କ ଗହଳିରେ ଫାଟି ପଡୁଥିବା ବଡ଼ଦାଣ୍ଡ ଶୁକ୍ରବାର ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଥିଲା। କଁ। ଭଁ। ଲୋକେ ଯା’ ଆସ କରୁଥିବାବେଳେ ଗାଡ଼ିମୋଟର ସଂଖ୍ୟା ବି...

‘ନିର୍ଭୟା ଭଳି କୁନ୍ଦୁଲି ପୀଡ଼ିତାଙ୍କ ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ’

ଜୟପୁର,୨୧ା୩(ନି.ପ୍ର.) ନିର୍ଭୟା ମାମଲାରେ ଫାଶୀ ଦିଆଯିବା ପରେ ଏହାର ବିଚାର କରିଥିବା ବିଚାରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି କୁନ୍ଦୁଲି ପୀଡ଼ିତାଙ୍କ ସମ୍ପର୍କୀୟ। ପୀଡ଼ିତାଙ୍କ ଖୁଡ଼ୀ କହିଛନ୍ତି, ନିର୍ଭୟାଙ୍କ ଆତ୍ମାକୁ ଏବେ ଶାନ୍ତି ମିଳିଲା, ସେଥିରେ ସେ ଖୁସି। କିନ୍ତୁ ୩ ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri