ମହାପ୍ରଭୁଙ୍କ ଦର୍ଶନ ନ ପାଇ ଫେରିଲେ ଭକ୍ତ

ପୁରୀ ଅଫିସ, ୨୧ା୩: ଖଁ। ଖଁ। ବଡ଼ଦାଣ୍ଡ, ଶୂନ୍‌ଶାନ୍‌ ବେଳାଭୂମି। ପ୍ରତ୍ୟେକ ଦିନ ଭକ୍ତ, ପର୍ଯ୍ୟଟକଙ୍କ ଗହଳିରେ ଫାଟି ପଡୁଥିବା ବଡ଼ଦାଣ୍ଡ ଶୁକ୍ରବାର ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଥିଲା। କଁ। ଭଁ। ଲୋକେ ଯା’ ଆସ କରୁଥିବାବେଳେ ଗାଡ଼ିମୋଟର ସଂଖ୍ୟା ବି ବହୁତ କମ୍‌ ଥିଲା। ସେହିପରି ଶୂନଶାନ୍‌ ରହିଥିଲା ପୁରୀ ବେଳାଭୂମି। ନ ଥିଲେ ପର୍ଯ୍ୟଟକ କି ଖୋଲି ନ ଥିଲା ଉଠାଦୋକାନୀଙ୍କ ପସରା। ସେହିପରି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ଥିବାବେଳେ ଶୁକ୍ରବାର ରାଜ୍ୟ ବାହାରର କେତେକ ଶ୍ରଦ୍ଧାଳୁ ଆସି ଫେରିଯାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ କରୋନା ମୁକାବିଲା ପାଇଁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସେମାନେ ସ୍ବାଗତ କରିଥିଲେ।
ଦିନକୁ ଦିନ କରୋନା ଅଧିକ ଭୟ ଦେଖାଉଛି। ଗୋଟିଏ ପରେ ଗୋଟିଏ ନୂଆ ଦେଶକୁ ମାଡ଼ୁଛି। ତେଣୁ ଏହାର ମୁକାବିଲା ପାଇଁ ପ୍ରତିଦିନ ନୂଆ ଆଡଭାଇଜରି ଜାରି କରାଯାଉଛି। ଓଡ଼ିଶାରେ ବି ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲାଗୁ ହୋଇଛି। ଶୁକ୍ରବାରଠାରୁ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ଏପ୍ରିଲ ପହିଲା ପର୍ଯ୍ୟନ୍ତ ଏହି କଟକଣା ଲାଗିଥିବାବେଳେ ପୁରୀରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥଳୀ ବୁଲିବା ଲାଗି ପ୍ରତ୍ୟହ ପୁରୀକୁ ଦେଶ ବିଦେଶରୁ ଭକ୍ତ, ପର୍ଯ୍ୟଟକ ଆସିଥାନ୍ତି। ଭୋର ହେଲେ ଭକ୍ତଙ୍କ ଆତଯାତରେ ପୂରିଉଠେ ବଡ଼ଦାଣ୍ଡ। ଦିନତମାମ୍‌ ଗହଳି ଲାଗି ରହୁଥିବାବେଳେ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଭକ୍ତ ଓ ସହରବାସୀ ଯିବାଆସିବା କରିଥାନ୍ତି। ହେଲେ ଶୁକ୍ରବାର ବଡ଼ଦାଣ୍ଡରେ ଦେଖିବାକୁ ମିଳି ନ ଥିଲା ଶ୍ରଦ୍ଧାଳୁଙ୍କ ଗହଳି । ସେହିପରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କୁ ମଧ୍ୟ ନିରାଶରେ ଫେରିଯିବାକୁ ପଡ଼ିଥିଲା।
ଉତ୍ତରପ୍ରଦେଶରୁ ଆସିଥିବା ସାଗର ଶର୍ମା କହିଥିଲେ, ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ବିଷୟରେ ଜାଣି ନ ଥିଲି। ସକାଳେ ଟ୍ରେନରେ ପହଞ୍ଚତ୍ ମନ୍ଦିରକୁ ଆସିଥିଲି। ଏଠାରେ ପହଞ୍ଚତ୍ବା ପରେ ଦର୍ଶନ ବନ୍ଦ ଥିବା ପୋଲିସ କର୍ମଚାରୀ କହିଥିଲେ। ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରି ମୁଣ୍ଡିଆ ମାରି ଫେରିଯାଉଛି। ତେବେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ଠିକ୍‌ ଅଛି। ଯଦି କିଛିଦିନ କଷ୍ଟ ସହିଯିବା ତେବେ ଆଗକୁ କରୋନା କବଳରୁ ଆମେ ଓ ଦେଶବାସୀ ରକ୍ଷା ପାଇବେ ବୋଲି ସାଗର କହିଥିଲେ। ସେହିପରି ରାଜ୍ୟ ବାହାରୁ ଅନ୍ୟ କେତେଜଣ ଭକ୍ତ ମଧ୍ୟ ଆସିଥିଲେ। ସେମାନେ ମନ୍ଦିର ଚତୁଃପାର୍ଶ୍ୱ ବୁଲିବା ପରେ ସିଂହଦ୍ୱାରରେ କିଛି ସମୟ ବିତାଇ ଫେରିଯାଇଥିଲେ।

ପତିତପାବନଙ୍କୁ ମୁଣ୍ଡିଆ ମାରି ମନ ବୁଝାଇଲେ

ସିଂହଦ୍ୱାର ଗୁମୁଟରେ ପୂଜା ପାଉଛନ୍ତି ପତିତପାବନ। ଯେଉଁମାନେ ମନ୍ଦିର ଭିତରକୁ ଯାଇପାରନ୍ତି ନାହିଁ ସେମାନେ ପତିତପାବନଙ୍କୁ ଦର୍ଶନ କରିଥାନ୍ତି। କରୋନା କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ତେଣୁ ଶୁକ୍ରବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ପତିତପାବନଙ୍କୁ ମୁଣ୍ଡିଆ ମାରି ମନ ବୁଝାଇ ଫେରିଛନ୍ତି। ଅନ୍ୟପକ୍ଷରେ ପତିତପାବନଙ୍କ ଦର୍ଶନ ମହାପ୍ରଭୁଙ୍କ ଦର୍ଶନ ସହ ସମାନ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ। ଗବେଷକଙ୍କ ସୂଚନା ଅନୁଯାୟୀ, ୧୭୩୩ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କୁ ସ୍ଥାପନା କରାଯାଇଥିଲା। ପତିତପାବନଙ୍କ ଆସ୍ଥାନ ହେଉଛି ପୂର୍ବ ବୈକୁଣ୍ଠ। ତତ୍କାଳୀନ ଖୋର୍ଦ୍ଧା ଭୋଇ ବଂଶର ଗଜପତି ମହାରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ସେ ସମୟରେ ମୁସଲମାନ ନବାବ ସୁଜା ଖଁାଙ୍କ କନ୍ୟା ବିବି ରେଜିଆଙ୍କୁ ବିବାହ କରିଥିଲେ। ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ଥିବାରୁ ସେତେବେଳେ ରାମଚନ୍ଦ୍ର ଦେବଙ୍କୁ ବି ଶ୍ରୀମନ୍ଦିର ବାରଣ କରାଯାଇଥିଲା। ମୁକ୍ତିମଣ୍ଡପ ପଣ୍ଡିତମାନେ ମଧ୍ୟ ତାଙ୍କ ଶ୍ରୀମନ୍ଦିର ପ୍ରବେଶକୁ ବିରୋଧ କରିଥିଲେ। ଯେହେତୁ ରାମଚନ୍ଦ୍ର ଦେବ ମହାପ୍ରଭୁଙ୍କ ପରମ ଭକ୍ତ ଥିଲେ ଓ ସର୍ବଦା ଠାକୁରଙ୍କୁ ଦର୍ଶନ କରୁଥିଲେ ସେହି ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରବେଶ ଦ୍ୱାର ଗୁମୁଟରେ ପତିତପାବନଙ୍କୁ ସ୍ଥାପନ କରାଯାଇଥିଲା। ଗଜପତି ରାମଚନ୍ଦ୍ର ଦେବ ସେଠାରୁ ଦୈନିକ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଏହାଦ୍ୱାରା ଅନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ଉପକୃତ ହେଲେ। ପ୍ରାୟ ୩୦୦ ବର୍ଷର ଏହି ପରମ୍ପରା ଆଜି ବି ରହିଛି। କେବଳ ଅନ୍ୟ ଧର୍ମାବଲମ୍ବୀ ନୁହନ୍ତି, ଆଖପାଖ ଲୋକେ ଶ୍ରୀମନ୍ଦିର ଯାଇ ନ ପାରିଲେ ପତିତପାବନଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ଫେରିଥାନ୍ତି। ବର୍ତ୍ତମାନ କରୋନା ପାଇଁ ସେହିଭଳି ସ୍ଥିତି ପହଞ୍ଚତ୍ଛି। ଭକ୍ତଙ୍କ ଦର୍ଶନ ବନ୍ଦ ଥିବାବେଳେ ଶୁକ୍ରବାର ଯେଉଁ ଅଳ୍ପ କେତେଜଣ ଶ୍ରଦ୍ଧାଳୁ ଆସିଥିଲେ ସେମାନେ ବାହାରୁ ପତିତପାବନଙ୍କୁ ଦୁଇହାତ ଟେକି ସମର୍ପଣ ଭାବ ଜଣାଇବା ସହ ମୁଣ୍ଡିଆ ମାରି ଫେରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri