କ୍ରୋମାଇଟ୍ ପରିବହନକୁ ବନ୍ଦ କଲେ ଗ୍ରାମବାସୀ
କାଳିଆପାଣି,୬ା୪(ଡି.ଏନ୍.ଏ.) : ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରୁ କ୍ରୋମାଇଟ ପରିବହନକୁ ସ୍ଥାନୀୟ ଗ୍ରାମବାସୀ ସୋମବାର ସକାଳେ ବନ୍ଦ କରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ଓଏମ୍ସି ପରିବହନକୁ ଆଜି ସକାଳୁ ସ୍ଥାନୀୟ...
ସଂକ୍ରମଣ ଭୟ ନାହିଁ, କାମରେ ବ୍ୟସ୍ତ ପୌର କର୍ମଚାରୀ
ଖୋର୍ଦ୍ଧା ଅଫିସ,୬ା୪: ସାରା ବିଶ୍ୱ ଏବେ କରୋନା ଆତଙ୍କରେ କବଳିତ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକଡାଉନ ବଳବତ୍ତର ରହିଛି। ରାଜ୍ୟରେ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ଦେଖି ସରକାରଙ୍କ ପକ୍ଷରୁ ସତର୍କତମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଅତ୍ୟାବଶ୍ୟକ...
ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ଜିଲା ଆଦିବାସୀ ସଂଘ
ଲୋଇସିଂହା,୬ା୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଆଦିବାସୀ ସଂଘ ଓ ଗୋଣ୍ଡଓନା ଛାତ୍ର ସଂଘ ମିଳିତ ଆନୁକୂଲ୍ୟରେ ଲୋଇସିଂହା ଓ ହୀରାପୁର ପଞ୍ଚାୟତର ୩୦ ଗରିବ ତଥା ଅସହାୟ ପରିବାର ଲକ୍ଡାଉନ୍ ଯୋଗୁ ରୋଜଗାର ହରାଇଛନ୍ତି। ସେହି ପରିବାରକୁ ଚିହ୍ନଟ କରି ପନିପରିବା...
କରୋନା ସଂକ୍ରମଣ ପ୍ରତିହତ ଲାଗି ବିଶୋଧକ ସିଞ୍ଚନ
ଡାବୁଗାଁ,୬ା୪(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କରୋନା ସଂକ୍ରମଣ ପ୍ରତିହତ ଲାଗି ଡାବୁଗାଁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ରବିବାର ଅପରାହ୍ନରେ ବିଶୋଧକ ସିଞ୍ଚନ କରାଯାଇଛି। ଡାବୁଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗ ପକ୍ଷରୁ ଡାବୁଗାଁ ମୁଖ୍ୟ ରାସ୍ତା, ରାସ୍ତା...
ଖୋର୍ଦ୍ଧା ଜିଲାରେ ୧୬୪ଜଣଙ୍କ ନମୁନା ନେଗେଟିଭ
ଖୋର୍ଦ୍ଧା ଅଫିସ,୬ା୪: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଚେଷ୍ଟା ଜାରି ରହିଛି। ଶନିବାର ସୁଦ୍ଧା ଖୋର୍ଦ୍ଧା, ଟାଙ୍ଗୀ, ବୋଲଗଡ଼ ଏବଂ ବାଳକାଟୀ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ରରୁ ୧୬୪ଜଣଙ୍କ ସ୍ବାବ ପରୀକ୍ଷା ଲାଗି ପଠାଯାଇଥିଲା।...
ଖୋର୍ଦ୍ଧାରୋଡ୍ ରେଲୱେ ପକ୍ଷରୁ ହାଓଡ଼ାକୁ ଅଣ୍ଡା ପରିବହନ
ଜଟଣୀ,୬ା୪(ଡି.ଏନ୍.ଏ.): ଦେଶସାରା ଲକ୍ଡାଉନ୍ ଘୋଷଣା ଯୋଗୁ ରେଲୱେର ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛି। ହେଲେ ରେଲୱେ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବାହନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଯଶବନ୍ତପୁର-ହାୱଡ଼ା ସମୟ ସାରଣୀ ସ୍ବତନ୍ତ୍ର ପାର୍ସଲ କାରଗୋ ଟ୍ରେନ୍ରେ ଅତ୍ୟାବଶ୍ୟକ...
ଦାନଗହୀର ଶଟ୍ଡାଉନ: ଘର ଦୁଆରେ ପହଞ୍ଚୁଛି ଅତ୍ୟାବଶ୍ୟକ ସାମଗ୍ରୀ
ପୁରୀ ଅଫିସ/ପିପିଲି,(ଡି.ଏନ.ଏ.)୬ା୪: ପୁରୀ ଜିଲା ପିପିଲି ବ୍ଲକ ଦାନଗହୀର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ଅଧିକ ତତ୍ପର ହୋଇପଡିଛି। ଜିଲାର ଅନ୍ୟ ଅଞ୍ଚଳକୁ କିପରି ଏହା ସଂକ୍ରମିତ ନ ହେବ ସେଥିଲାଗି ବିଭିନ୍ନ...
ଥଣ୍ଡା, କାଶ ପାଇଁ ଘରେ ବସି ନେବେ ଡାକ୍ତରଙ୍କ ପରାମର୍ଶ
ପୁରୀ ଅଫିସ,୬ା୪: କରୋନାର ମୁକାବିଲା ପାଇଁ ଦିନକୁ ଦିନ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। କିପରି ଏହି ପ୍ରାଣଘାତୀ ଭୂତାଣୁ ନ ବ୍ୟାପିବ ସେଥିଲାଗି ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ ଚଳାଇଛନ୍ତି। ପୁରୀ...
ସରକାରୀ ଅଧିକାରୀ,କର୍ମଚାରୀଙ୍କୁ ଜିଲାପାଳଙ୍କ ଚେତାବନୀ: ଅନୁପସ୍ଥିତ ରହିଲେ ନିଲମ୍ବନ
ପୁରୀ ଅଫିସ,୬ା୪: ବିଶ୍ୱ ମହାମାରୀ କରୋନା ସହିତ ଲଢୁଛି ବିଶ୍ୱ। କିପରି ଏହାକୁ ମୁକାବିଲା କରାଯାଇପାରିବ ତାହାକୁ ନେଇ ସମସ୍ତେ ଚିନ୍ତିତ। ଦିନକୁ ଦିନ ଅଧିକ ଉଗ୍ର ହେଉଛି କରୋନା। ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚତ୍ଲାଣି। ଏଭଳି...
ଭୁବନେଶ୍ୱରରେ ଏବେ ୩୦ କରୋନା ଆକ୍ରାନ୍ତ ଚିକିତ୍ସିତ: ବମିଖାଲର ସବୁ ଆକ୍ରାନ୍ତ ଗୋଟିଏ ପରିବାରର
ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୩୯ରେ ପହଞ୍ଚିଛି। ଏଥିରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୩୦ଜଣ ରହିଛନ୍ତି। ଗତ ୩ଦିନ...
ହାତୀ ନେଲା ୪ଜଣଙ୍କ ଜୀବନ
ପଦ୍ମପୁର, ୬/୪ (ଡି.ଏନ.ଏ.) – ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ରବିବାର ବିଳମ୍ବିତ ରା ତିରେ ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛନ୍ତି। ସେମାନେ ହେଲେ, ପଦ୍ମପୁର ସ୍ବସ୍ତିକନଗର ରଜାପଡାର ଦ୍ବାରିକାନାଥ...
ସୋସିଆଲ୍ ମିଡିଆରେ ଅପପ୍ରଚାର କରି ୪ ଗିରଫ
କେନ୍ଦୁଝର, ୬ା୪(ଡି.ଏନ୍.ଏ.)-କରୋନାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରିବା ୪ଜଣ ଯୁବକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ କେନ୍ଦୁଝର ଟାଉନ ପୋଲିସ ରବିବାର ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ୩୧ ତାରିଖ ରାତି ୧୦ଟା ୪୧ ମିନିଟ୍ରେ...
Archives


