ଥଣ୍ଡା, କାଶ ପାଇଁ ଘରେ ବସି ନେବେ ଡାକ୍ତରଙ୍କ ପରାମର୍ଶ

ପୁରୀ ଅଫିସ,୬ା୪: କରୋନାର ମୁକାବିଲା ପାଇଁ ଦିନକୁ ଦିନ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। କିପରି ଏହି ପ୍ରାଣଘାତୀ ଭୂତାଣୁ ନ ବ୍ୟାପିବ ସେଥିଲାଗି ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ ଚଳାଇଛନ୍ତି। ପୁରୀ ଜିଲା ପ୍ରଶାସନ ମଧ୍ୟ ବିଭିନ୍ନ ପ୍ରକାର କଟକଣା ଲଗାଇଥିବାବେଳେ ଏବଂ ଅନେକଗୁଡ଼ିଏ ପଦକ୍ଷେପ ନେଇଛି। ସବୁ ଥଣ୍ଡା, କାଶ ରୋଗୀ ଯେପରି ହସ୍ପିଟାଲ ନ ଆସିବେ ସେଥିପାଇଁ ବ୍ୟବସ୍ଥା କରିଛି। ଥଣ୍ଡା, କାଶ ଓ ଫ୍ଲୁରେ ଯଦି କେହି ଆକ୍ରାନ୍ତ ହୋଇଥାନ୍ତି ତେବେ ସେମାନେ ଘରେ ଥାଇ ଡାକ୍ତରଙ୍କୁ ଫୋନ କରି ପରାମର୍ଶ ନେବେ। ଏଥିପାଇଁ କେଉଁ ଔଷଧ ସେବନ କରିବାକୁ ପଡ଼ିବ ଡାକ୍ତର ଫୋନରେ ସମ୍ପୃକ୍ତ ରୋଗୀଙ୍କୁ କହିବେ। ରୋଗୀ ନିକଟସ୍ଥ ଔଷଧ ଦୋକାନ କିମ୍ବା ଏଏନ୍‌ଏମ୍‌/ଆଶାଙ୍କଠାରୁ ସେହି ଔଷଧ ସଂଗ୍ରହ କରିପାରିବେ। ଏଥିଲାଗି ପୁରୀ ସହର ସମତେ ୧୧ଟି ଯାକ ବ୍ଲକରେ ଥିବା ସମସ୍ତ ସିଏଚ୍‌ସି ଓ ପିଏଚ୍‌ସିର ଡାକ୍ତରଙ୍କ ନମ୍ବର ଜିଲା ପ୍ରଶାସନ ପକ୍ଷରୁ ଜିଲାବାସୀଙ୍କ ଲାଗି ଜାରି କରାଯାଇଛି। ପୁରୀ ସହର ବ୍ୟତୀତ ପିପିଲି ବ୍ଲକର ପାଣିଦୋଳ ସିଏଚ୍‌ସି, ମଙ୍ଗଳପୁର ସିଏଚ୍‌ସି, ସଦର ବ୍ଲକର ଚନ୍ଦନପୁର ସିଏଚ୍‌ସି, ନିମାପଡ଼ା ବ୍ଲକର ଚାରିଛକ ସିଏଚ୍‌ସି, କୃଷ୍ଣପ୍ରସାଦ ବ୍ଲକର ଚିଲିକା ନୂଆପଡ଼ା ସିଏଚ୍‌ସି, ଅସ୍ତରଙ୍ଗ ବ୍ଲକ ସିଏଚ୍‌ସି, ସତ୍ୟବାଦୀ ବ୍ଲକର ଅଳଗୁମ ସିଏଚ୍‌ସି, କଣାସ ବ୍ଲକ ସିଏଚ୍‌ସି, କାକଟପୁର ବାଙ୍ଗୁରିଙ୍ଗା ସିଏଚ୍‌ସି, ବ୍ରହ୍ମଗିରି ବ୍ଲକର ରେବଣା ନୂଆଗଁା ସିଏଚ୍‌ସି, ଗୋପ ବ୍ଲକ ସିଏଚ୍‌ସି, ଡେଲାଙ୍ଗ ବ୍ଲକ ସିଏଚ୍‌ସି ଡାକ୍ତରଙ୍କ ନମ୍ବର ଜାରି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉଲଗ୍ନ ହୋଇ ରାସ୍ତାରେ ଦୌଡ଼ିଲେ ଯୁବକ: ଭିଡିଓ ଭାଇରାଲ ପରେ ଅଞ୍ଚଳରେ ଚାଞ୍ଚଲ୍ୟ

ନାଗୌର,୧୭।୭: ରାଜସ୍ଥାନର ନାଗୌର ଜିଲାରେ ଜଣେ ଯୁବକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଦୌଡ଼ୁଥିବାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାକୁ…

ବଣ ବିଲୁଆ ଆତଙ୍କ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି

ନୂଆପଡ଼ା,୧୭ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ୍‌ ବେଲଟୁକୁରି ଥାନା ଅନ୍ତର୍ଗତ ଭାଲେଶ୍ୱର ପଞ୍ଚାୟତ ଅଞ୍ଚଳରେ ବଣ ବିଲୁଆ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ବିଲୁଆ କାମୁଡ଼ାରେ ୪ଜଣ…

ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା, ହେଲେ ଜିଦ୍‌ରେ ଅଟଳ ସୋନମ; ଡାକ୍ତର ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ,୧୭।୭: ବିଶିଷ୍ଟ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀର ଯନ୍ତର-ମନ୍ତରଠାରେ ତାଙ୍କର ଆମରଣ ଅନଶନ ଆଜି ୨୦…

କେସିଙ୍ଗାରେ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ: ସହାୟତା କଲେ ବିଧାୟକ

କେସିଙ୍ଗା,୧୭।୭(ତୁମେଶ୍ୱର ସାହୁ): ତୁହାକୁ ତୁହା ବର୍ଷା ସତ୍ତ୍ୱେ କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା…

ବର୍ଷା ଜଳରେ ବୁଡିଲା କେଶପୁର, ଘରୁ ବାହାରି ପାରୁନାହାନ୍ତି ଲୋକେ

କଟକ ସଦର,୧୭।୭(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ଆୟତ୍ତପୁର ପଞ୍ଚାୟତ କେଶପୁର ଗହିରରେ ବର୍ଷା ଜଳ ଜମି ରହିଛି । ଫଳରେ ନଦୀର ଭ୍ରମ…

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ପରିବାରରେ ଶୋକାକୁଳ ପରିବେଶ

ନୂଆପଡ଼ା,୧୭ା୭ (ମକାରୁ ବେମାଲ): ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଏପରି ଏକ କରୁଣ ଚିତ୍ର ନୂଆପଡ଼ା ଜିଲା କୋମନା ଥାନା କୁରେଶ୍ୱର ପଞ୍ଚାୟତ…

ନକଲି ସୁନା ବନ୍ଧକ ଦେଇ ନେଉଥିଲେ ଋଣ, ସତ ଜଣାପଡିବା ପରେ ହେଲା…

ଦେବଗଡ,୧୭।୭(ଶଶାଙ୍କ ଶେଖର ଝାଙ୍କର): ନକଲି ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଟଙ୍କା ହାତେଇବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ…

୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୩ ଜିଲାକୁ ରେଡ୍‌-ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୭।୭ (ସୌମ୍ୟରଞ୍ଜନ ରାଉତ)- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗଠାରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri