ସୋସିଆଲ୍‌ ମିଡିଆରେ ଅପପ୍ରଚାର କରି ୪ ଗିରଫ

କେନ୍ଦୁଝର, ୬ା୪(ଡି.ଏନ୍‌.ଏ.)-କରୋନାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରିବା ୪ଜଣ ଯୁବକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ କେନ୍ଦୁଝର ଟାଉନ ପୋଲିସ ରବିବାର ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଗତ ୩୧ ତାରିଖ ରାତି ୧୦ଟା ୪୧ ମିନିଟ୍‌ରେ ଭଦ୍ରକରେ ରାଜ୍ୟର ଚତୁର୍ଥ କରୋନା ପଜିଟିଭ୍‌ ଚିହ୍ନଟ ନେଇ ଏକ ନ୍ୟୁଜ୍‌ ଚ୍ୟାନେଲରେ ବ୍ରେକିଂ ନିଉଜ୍‌ ପ୍ରସାରଣ ହୋଇଥିଲା। ଏହି ଖବର ଏକ ସ୍କ୍ରିନ ସଟ୍‌ ନେଇ ଜଣେ ଯୁବକ ଏହାକୁ ଏଡିଟିଂ କରି କେନ୍ଦୁଝର ଜିଲାର ମଇଦାନକେଲରେ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ବୋଲି ଏକ ଗୁଜବ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଖବର ସାରା ଜିଲାରେ ବ୍ୟାପି ଯାଇଥିବା ବେଳେ ଜିଲାରେ ଭୟର ବାତାବରଣ ଖେଳିଯାଇଥିଲା। ଏନେଇ ଉକ୍ତ ନ୍ୟୁଜ୍‌ ଚ୍ୟାନେଲ ପକ୍ଷରୁ କେନ୍ଦୁଝର ଟାଉନ ଥାନାରେ ଏତଲା ଦିଆଯାଇଥିଲା। ଏହାକୁ କେନ୍ଦୁଝର ପୋଲିସ ଗୁରୁତର ଭାବେ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅପପ୍ରଚାରକାରୀଙ୍କୁ ଖୋଜା ଆରମ୍ଭ କରିଥିଲା। ଶେଷରେ କୁଣ୍ଢେଇ ଗ୍ରାମର ମାନସ କୁମାର ମହାନ୍ତ ଏହାକୁ ଏଡିଟିଂ କରି ତାଙ୍କ ସାଙ୍ଗ ସୂର୍ଯ୍ୟନାରାୟଣ ଘଣାଙ୍କ ହ୍ବାଟସଆପ୍‌ରେ ପଠାଇଥିଲେ। ତା’ପରେ ସୂଯର୍‌ୟନାରାୟଣ ଏହାକୁ ତାଙ୍କ ସାଙ୍ଗ ତ୍ରିଲୋଚନ ବାରିକଙ୍କୁ ପଠାଇଥିଲେ। ତ୍ରିଲୋଚନ ପୁଣି ଜିତୁ ପ୍ରଧାନଙ୍କୁ ହ୍ବାଟସଆପ୍‌ ସେୟାର କରିଥିଲେ। ଜିତୁ ପ୍ରଧାନ ଖାଣ୍ଟି କେନ୍ଦୁଝରିଆ ନାମକ ଏକ ହ୍ବାଟସଆପ୍‌ ଗ୍ରୁପରେ ପୋଷ୍ଟ କରି ଦେବାରୁ ଏହି ଗୁଜବ କ୍ଷୀପ୍ର ଗତିରେ ସାରା ଜିଲାରେ ପ୍ରଚାରିତ ହୋଇଥିଲା। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ପାରଳାଖେମୁଣ୍ଡି ରାଜପ୍ରାସାଦର ଦୁର୍ଦ୍ଦଶା ଦେଖି ମନ୍ତ୍ରୀଙ୍କ ଉଦ୍‌ବେଗ: ପୁନରୁଦ୍ଧାର ପାଇଁ ଜୋର ଧରିଲା ଦାବି

ପାରଳାଖେମୁଣ୍ଡି, ୨୩ା୭(ଗିରିଧାରୀ ପରିଚ୍ଛା): ରାଜ୍ୟର ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁବାର ଗଜପତି ଜିଲା ଗସ୍ତରେ ଆସିଥିବା ବେଳେ ଐତିହ୍ୟବାହୀ ପାରଳାଖେମୁଣ୍ଡି…

ବ୍ରହ୍ମଚାରୀ ଓଭରବ୍ରିଜ୍ ନିକଟରେ ବରଗଡ଼ ପୋଲିସର ଚଢ଼ାଉ: ୧୧୮୦ ବୋତଲ କଫ୍ ସିରପ ଜବତ, ୨ ଗିରଫ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ରହ୍ମଚାରୀ ଓଭରବ୍ରିଜ୍ ନିକଟରେ ପୋଲିସ ପକ୍ଷରୁ ଏକ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ କଫ୍ ସିରପ ଜବତ କରାଯାଇଛି। ଏହି…

ଭଞ୍ଜନଗର ଥାନା ସମ୍ମୁଖରେ ବିଦ୍ୟୁତ୍ ଖୁଣ୍ଟରେ ନିଆଁ: ସଟ୍ ସର୍କିଟ୍ ଯୋଗୁଁ ହୁ ହୁ ହୋଇ ଜଳିଲା ତାର, ଭୟଭୀତ ହେଲେ…

ଭଞ୍ଜନଗର, ୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଗୁରୁବାର ସନ୍ଧ୍ୟାରେ ହଠାତ୍ ନିଆଁ ଲାଗିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ…

ଦିଗପହଣ୍ଡି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନ: ରାମ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଗୁରୁବାର ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ…

ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ, ଯୁକ୍ତ ୨ ନୂତନ ଛାତ୍ରୀଙ୍କୁ ସ୍ବାଗତ

ଭଞ୍ଜନଗର, ,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଗୁରୁବାର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଯୁକ୍ତ ୨ ପ୍ରଥମ ବର୍ଷର ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri