ଆମ ଜିଲା ଖବର

ଏକତରଫା ପ୍ରେମ: ନାବାଳିକାଙ୍କ ଗଳା କାଟିଦେଲେ ଯୁବକ

ବାଲେଶ୍ୱର ଅଫିସ, ୩।୨- ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧୀନ ନୂଆବଜାର ଅଞ୍ଚଳର ଜଣେ ଯୁବକ ଏକ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ସୋମବାର ସାରେ ନାବାଳିକାଜଣକ ଟ୍ୟୁଶନରୁ ଫେରୁଥିବା ବେଳେ ଉକ୍ତ ଯୁବକ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚାଷୀଙ୍କ ଜୀବନ ଗଲା

ଭୋଗରାଇ,୨।୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ତାଳସାରୀ ମେରାଇନ୍‌ ଥାନା ଅଧୀନ ବରବରିଆ ଗ୍ରାମର ଜୟରାମ ପ୍ରଧାନ (୩୮) ନାମକ ଚାଷୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ସେ ମଙ୍ଗଳବାର ସକାଳେ ପାନବରଜରେ ପାଣି ଦେବା ପାଇଁ ଏକ ବୈଦ୍ୟୁତିକ ମିଟରରେ ତାର…

ସାଇକେଲ ଚୋରି କରି ଜେଲ ଗଲେ

ଦିଗପହଣ୍ଡି,୨।୨ (ଡି.ଏନ.ଏ.)- ଗଞ୍ଜାମ ଜିଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ସଞ୍ଜୀବ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ସାଇକେଲ ଚୋରି କରିବା ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକଙ୍କ ନାମ ଭଗବାନ ପ୍ରଧାନ। ସେ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନଗଲା

ବାଲେଶ୍ୱର ଅଫିସ, ୨।୨: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାଜିତପୁର ପଞ୍ଚାୟତ ବରବରିଆ ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଜୟନାରାୟଣ ପ୍ରଧାନ(୩୮)। ପ୍ରକାଶ ଯେ, ଜୟନାରାୟଣ ନିଜ ପାନ ବରଜକୁ…

୭ ମାସ ପରେ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ମହିଳା ଆଇଆଇସି

ବାଲେଶ୍ୱର ଅଫିସ, ୨।୨: ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ମଙ୍ଗଳବାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ବେଳେ ସରୋଜିନୀ, ଏକ ଜମିଜମା ଗଣ୍ଡଗୋଳର ସମାଧାନ ପାଇଁ ୨୫ ହଜାର ଟଙ୍କା…

ଚୋରା ମୋରମ ଚାଲାଣର ଭୂସ୍ୱର୍ଗ

କୋରେଇ,୨।୨(ସ୍ୱ.ପ୍ର.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଞ୍ଚଳ ମୋରମ ଚୋରାଚାଲାଣର ଭୂସ୍ୱର୍ଗ ପାଲଟିଛି। ମଞ୍ଜୁରୀ, ଖମିଗାଁ, ମଲାରିଆ, କୋରାବନ୍ଦୀ, ପୂର୍ବକୋଟ, କନ୍ତୋର ଇତ୍ୟାଦି ମୌଜାରୁ ଓଭରଲୋଡିଂ ମୋରମ ଗାଡି ଚଳାଚଳ ଯୋଗୁ ପୂର୍ତ୍ତ ବିଭାଗର ରଗଡି-ପାଣିକୋଇଲି ଓ ପୂର୍ବକୋଟ-ଖଜୁରନାଲୁଆ, ଗ୍ରାମ୍ୟ ନିର୍ମାଣ…

ଆର୍‌ଜିଏଚ୍‌ରେ ଷ୍ଟ୍ରେଚର, ହୁଇଲ ଚେୟାର ଅଭାବ

ରାଉରକେଲା ଅଫିସ, ୨।୨: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସହରର ଏକ ପ୍ରମୁଖ ହସ୍‌ପିଟାଲ ହୋଇଥିବାବେଳେ ଏଠାରେ ଦେଖାଦେଇଛି ଅବ୍ୟବସ୍ଥା। ଏହି ଡାକ୍ତରଖାନାରେ ପୋଡ଼ାଜଳା କକ୍ଷ, ଅସ୍ଥି, ମାତୃଶିଶୁ, ଅନ୍ତଃବିଭାଗ, ସର୍ଜରୀ ବିଭାଗ ନିକଟରେ କୌଣସି ରୋଗୀଙ୍କ ପାଇଁ ଷ୍ଟ୍ରେଚର ବା…

ଶୁକ୍ରିଗୁଡ଼ା: ଚୁଆପାଣିରେ ଯେଉଁଠି ଜୀବନ ବଞ୍ଚେ

କୋରାପୁଟ, ୨।୨(ସ୍ବ.ପ୍ର.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ମୁଜାଙ୍ଗା ପଞ୍ଚାୟତର ଶୁକ୍ରିଗୁଡା ଗ୍ରାମର ଗାଦବା ସାହି ଲୋକେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅବସ୍ଥା ଭୋଗୁଛନ୍ତି। ଏଠାରେ ୧୬ଟି ଆଦିବାସୀ କନ୍ଧ ସମ୍ପ୍ରଦାୟର ପରିବାର ସବୁ କ୍ଷେତ୍ରରେ ଅବହେଳିତ…

ଶୋଇଥିବା ବେଳେ ଲାଗିଲା ନଆଁ: ବଞ୍ଚିଗଲେ ବାପ-ଝିଅ, ଜିଅନ୍ତା ଜଳିଗଲେ ମା’

ବାଲେଶ୍ୱର ଅଫିସ,୨।୨: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଚାନ୍ଦମାରି ଅଞ୍ଚଳରେ ରବିବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଖାଇପିଇ ଘରେ ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପଦ୍ମାବତୀ ବାହାଦୁରଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଓ ସ୍ବାମୀ ଅଳ୍ପକେ…

ବେଆଇନ ଗୋ ଚାଲାଣ: ପୋଲିସର ନିଷ୍କ୍ରିୟତା ବିରୋଧରେ ରାସ୍ତାରୋକୋ

ଭଦ୍ରକ ଅଫିସ,୨।୨: କଣ୍ଟେନରରେ ଲେଖା ହୋଇଛି ଡାକ ପାର୍ସଲ, ମାତ୍ର ଭିତରେ ବୋଝେଇ ହୋଇଛନ୍ତି ଗୋରୁ । ବେଆଇନ୍‌ ଗୋ ଚାଲାଣକୁ ବିରୋଧ କରିବା ସହ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ସୋମବାର ରାତିରେ ଭଦ୍ରକ ଶନି ମନ୍ଦିର ଛକ ଓ…

ଅବକାରୀ ଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର,୨।୨(ବ୍ୟୁରୋ): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡା ଜିଲା ବେଲପାହାଡ ଅବକାରୀ ବିଭାଗରେ କାର୍ଯ୍ୟରତ ଏସ୍‌ଆଇ ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଏକସମୟରେ ବେଲପାହଡସ୍ଥିତ କାର୍ଯ୍ୟାଳୟ ସମେତ ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନୀ କଲ୍ୟାଣ ନଗରର ନିଜସ୍ବ ବାସଭବନ,…

ଭିଜିଲାନ୍ସ ଜାଲରେ ସିଆର୍‌ସିସିି

ବାରିପଦା ଅଫିସ/ ଠାକୁରମୁଣ୍ଡା(ଡି.ଏନ୍‌.ଏ.),୨।୨: ଦରମା ବିଲ୍‌ କରାଇ ଦେବାକୁ ଜଣେ ଶିକ୍ଷକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଆରସିସି ମଧୁସୂଦନ ନାଏକ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?