ପାନୀୟ ଜଳ ଚିନ୍ତାରେ ଭୁବନ ଏନ୍‌ଏସି ବାସିନ୍ଦା

ଭୁବନ,୧୪ା୪(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୧୫ଟି ଓ୍ବାର୍ଡରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଠାରେ ଥିବା କୂଅ, ପୋଖରୀଗୁଡ଼ିକ ଶୁଖି ଚାଲିଥିବାବେଳେ ୫ଟି ଓ୍ବାର୍ଡବାସୀ ଜଳ ସଙ୍କଟର ସମ୍ମୁଖୀନ ହେଲେଣି। ଏନ୍‌ଏସିର ୨୫ ହଜାର ଲୋକଙ୍କ ପାଇଁ ଯେତିକି ଜଳ ଆବଶ୍ୟକ ତାହାଠାରୁ ଜନସ୍ବାସ୍ଥ୍ୟ ବିଭାଗ କମ୍‌ ସଂଗ୍ରହ କରୁଥିବାରୁ ଆଗାମୀ ଦିନରେ ଜଳ ସଙ୍କଟ ନେଇ ଏନ୍‌ଏସି ବାସିନ୍ଦା ଚିନ୍ତିତ ହୋଇପଡ଼ିଛନ୍ତି।
ଏନ୍‌ଏସିର ୧୫ଟି ଓ୍ବାର୍ଡରେ ୧୨୧ ନଳକୂପ, ୫୭ ଖୋଲା କୂଅ, ୧୧ଟି ପୋଖରୀ ଥିବାବେଳେ ପାଇପ୍‌ ପାଣି ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୯୭ଟି ଷ୍ଟାଣ୍ଡ ପୋଷ୍ଟ ବ୍ୟବସ୍ଥା କରାଯାଇଛି। ଏନ୍‌ଏସି ବାସିନ୍ଦାଙ୍କ ପାଇଁ ମୋଟ୍‌ ୦୩.୦୧ ମିଲିୟନ ପାନୀୟ ଜଳ ଆବଶ୍ୟକ ପଡୁଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଦୈନିକ ୦୨.୦୫ ମିଲିୟନ ପାନୀୟ ଜଳ ବ୍ରହ୍ମଣୀ ନଦୀର ଶାଖା ରଙ୍ଗମାଟିଆ ନାଳ ନିକଟରୁ ସଂଗ୍ରହ କରୁଛି। ଏନ୍‌ଏସିର ଉତ୍ତର ଓ ପୂର୍ବ ଦିଗରେ ରେଙ୍ଗାଳି ଜଳସେଚନ ପ୍ରକଳ୍ପ ଆରମ୍ଭ ହେବା ଓ ବ୍ରାହ୍ମଣୀ ନଦୀ କୂଳରେ ମାଳବନ୍ଦ ନିର୍ମାଣ ଦ୍ୱାରା ଅଞ୍ଚଳକୁ ନଦୀ ଜଳ ଓ ବନ୍ୟାଜଳ ଆସିବାରେ ପ୍ରତିବନ୍ଧକ ସାଜିଛି। ଏହି କାରଣରୁ ଜଳସ୍ତର ହ୍ରାସ ପାଉଥିବାରୁ ଆବଶ୍ୟକ ପାଣି ସଂଗ୍ରହ କରାଯାଇପାରୁ ନାହିଁ। ଏଥିସହ ଖୋଲା କୂଅ, ନଳକୂପ ଓ ପୋଖରୀ ମଧ୍ୟ ଶୁଖିବାକୁ ଲାଗିଲାଣି। ଏନ୍‌ଏସିର ୨, ୩, ୮, ୧୪ ଓ ୧୫ନଂ ଓ୍ବାର୍ଡବାସୀ ଜଳସଙ୍କଟର ସମ୍ମୁଖୀନ ମଧ୍ୟ ହେଲେଣି। ୨ ଓ ୩ ନଂ. ଓ୍ବାର୍ଡବାସୀଙ୍କ ନିମନ୍ତେ ଗୋଡ଼ିପାଟଣାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରିଥିବା ବେଳେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଲଗାଯାଇଛି। କିନ୍ତୁ ସଂଯୋଗ ଦିଆଯାଇ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଫଳରେ ଏଠାକାର ବାସିନ୍ଦା ପାଣି ପାଇବାର ସମସ୍ୟା ଉପୁଜିଛି। ଜଳସ୍ତର ହ୍ରାସ କାରଣରୁ ଦିନକୁ ଦିନ ସମସ୍ୟା ବଢୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନାହିଁ। ତେଣୁ ଆଗାମୀ ଦିନରେ ଜଳ ସମସ୍ୟା ନେଇ ଆନ୍ଦୋଳନ ତୀବ୍ରତର ହେବା ବୋଲି ଏନ୍‌ଏସି ବାସିନ୍ଦା ଚେତାବନୀ ଦେଇଛନ୍ତି। ସମସ୍ୟା ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୋନାଲି ନାୟକ କହିଛନ୍ତି, ଅଞ୍ଚଳରେ ଚଳିତବର୍ଷ ଜଳ ସଙ୍କଟ ଦେଖା ଦେବା ଆଶଙ୍କା ରହିଛି। ଜଳସ୍ତର କମିବା ସାଙ୍ଗକୁ ଆବଶ୍ୟକ ଠାରୁ କମ୍‌ ପାନୀୟ ଜଳ ସଂଗ୍ରହ କରାଯାଉଛି। ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସହ ଅଞ୍ଚଳବାସୀ ସହଯୋଗ କଲେ ସମସ୍ୟା ଦୂର ହୋଇପାରିବ।

ବଡ଼ ପଦକ୍ଷେପ ନିଆଯିବା ଜରୁରୀ
ପାନୀୟ ଜଳ ସମସ୍ୟା ନେଇ ଏଯାଏ କୌଣସି ଅଭିଯୋଗ ଆସିନାହିଁ। ତଥାପି ଅଞ୍ଚଳବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯିବ। ବ୍ରାହ୍ମଣୀ ନଦୀରୁ ପାଣ୍ଡରା ନାଳକୁ ଜଳସ୍ରୋତ ସଂଯୋଗ କରାଯାଇପାରିଲେ ସମସ୍ୟା ରହିବ ନାହିଁ। ଏଥିପାଇଁ ଏକ ବଡ ପଦକ୍ଷେପ ନିଆଯିବା ଆବଶ୍ୟକ।
-ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କାମାକ୍ଷାନଗର ଉପଜିଲାପାଳ
ସମାଧାନ ଲାଗି ପଦକ୍ଷେପ ନିଆଯାଉନି
ଭୁବନ ଏକ ଜନବହୁଳ ସହର। ଦିନକୁ ଦିନ ଏଠାରେ ଜଳ ସଙ୍କଟ ଦେଖାଦେଉଛି। ସମସ୍ୟାର ସମାଧାନ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ଓ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ପରେ ମଧ୍ୟ ସ୍ଥିତି ସୁଧୁରୁନି। ବୁଦ୍ଧିଜୀବୀମାନେ ଲୋକ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରନ୍ତୁ।
-ପ୍ରଭାକର ସାହୁ, ବରିଷ୍ଠ ନାଗରିକ
ଅଧିକ ପ୍ରକଳ୍ପର ଆବଶ୍ୟକତା ରହିଛି
ପୂର୍ବରୁ ପାନୀୟ ଜଳ ଯୋଗାଣରେ କିଛି ସମସ୍ୟା ନ ଥିଲା। କିଛି ବର୍ଷ ହେଲା ଜନସଂଖ୍ୟା ବୃଦ୍ଧି ଘଟିଥିବାରୁ ଏପରି ଅସୁବିଧା ଉପୁଜୁଛି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ କରାଯାଉ ନାହିଁ। ପୋଖରୀ, କୂଅ ଓ ନଳକୂପକୁ ମଧ୍ୟ ଅଧିକ ଗଭୀର କରାଯାଉ ନାହିଁ। ଏହି କାରଣରୁ ଜଳ ସଙ୍କଟ ଦେଖାଦେଉଛି।
-ଦିଲୀପ କୁମାର ମିଶ୍ର, ଭୁବନ
ପ୍ରକଳ୍ପ ହୋଇଛି, ପାଇପ୍‌ ପଡ଼ିନି
ଏନ୍‌ଏସିର ୩ ନମ୍ବର ଓ୍ବାର୍ଡରେ ଦୀର୍ଘଦିନରୁ ଜଳ ପ୍ରକଳ୍ପ ନିର୍ମାଣ ସରିଛି। ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗର ଉଦାସୀନତା ଓ ଦାୟିତ୍ୱହୀନତା କାରଣରୁ ପାଇପ୍‌ ଲାଇନ ପୋତା ଯାଇନାହିଁ। ଫଳରେ ୨ ଓ ୩ ନମ୍ବର ଓ୍ବାର୍ଡବାସୀ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି।
-ଗିରୀଶ ଚନ୍ଦ୍ର ମହାରଣା, ୩ଂ. ଓ୍ବାର୍ଡ
ନିମ୍ନମାନର କାର୍ଯ୍ୟ କରାଯାଉଛି
ସରକାରୀ ଯୋଜନାକୁ ଏଠାରେ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନି। ଜାତୀୟ ରାଜପଥ ୫୩ କାଳୀଜାର ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସର୍ବଦା ପାଇପ ଫାଟି ରାସ୍ତାରେ ପାଣି ମାଡ଼ୁଛି। ଲୋକେ ପିଇବାକୁ ପାଣି ପାଉ ନ ଥିବାବେଳେ ଏଠାରେ ନଷ୍ଟ ହେଉଛି। ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଲେ ସମାଧାନ ହୋଇପାରିବ।
-ମାନସ କୁମାର ସାହୁ, ଭୁବନ


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri