ଅଂଶୁଘାତରେ ଛୁଆ ହାତୀର ମୃତ୍ୟୁ

ସଜନାଗଡ଼,୨୦।୫: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରୁ ବନବିଭାଗ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରିଛି। ହାତୀର ବୟସ ୩ ବର୍ଷ ହେବ। ଅଂଶୁଘାତ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।
କୁଲଡ଼ିହା ଅଭୟାରଣ୍ୟର ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଜୋଡ଼ାଚୁଆ ସେକ୍ସନ ଅଧୀନ ମୁଖଚତୁରୀ ନାଳ ନିକଟରେ ଏକ ଛୁଆ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। କର୍ମଚାରୀମାନେ ତୁରନ୍ତ କୁଲଡ଼ିହା ରେଞ୍ଜର ବିଜୟ କୁମାର ମହାପାତ୍ରଙ୍କୁ ଜଣାଇଥିଲେ। ଏନେଇ ରେଞ୍ଜର ମହାପାତ୍ର ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କୁ ଖବର ଦେଇଥିଲେ। ପରେ ଡିଏଫ୍‌ଓ ପଣ୍ଡା, ଏସ୍‌ଏଫ୍‌ଓ ଶରତ ଚନ୍ଦ୍ର ବେହେରା ଏବଂ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ଛୁଆହାତୀକୁ ଜବତ କରିଥିଲେ। ହାତୀର ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ଏନେଇ ଏକ ମାମଲା (ନଂ. ୧୬/୨୧-୨୨) ରୁଜୁ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନେଇଗଲା ଦେଢ଼ବର୍ଷ ଶିଶୁର ଜୀବନ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ଜଣେ ଦେଢ଼ବର୍ଷ ଶିଶୁର କରୋନାରେ ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଆଉ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ...

ଶରୀର ଦାନ କରିବେ ଶିକ୍ଷୟିତ୍ରୀ

ସିମୁଳିଆ, ୨୪ା୧୦(ସନ୍ତୋଷ କୁମାର ନାୟକ)-ଏବେ ଶିକ୍ଷାଦାନ କରି ପିଲାମାନଙ୍କୁ ଶିକ୍ଷିତ କରୁଛନ୍ତି। ଜୀବନର ଅନ୍ତିମ ସମୟରେ ଅଙ୍ଗଦାନ ସହ ତାଙ୍କ ଶରୀରକୁ ମଧ୍ୟ ବିଜ୍ଞାନ ବିଭାଗର...

ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ବାରିପଦା ଅଫିସ,୨୮ା୧- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ଷ୍ଟେଶନ ବଜାର ଅଞ୍ଚଳରେ ସୋମବାର ରାତିରେ ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ...

ନିର୍ମାଣ ହେଉନି ସ୍ଥାୟୀ ପରିବା ହାଟ

କୁଜଙ୍ଗ,୭ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର ସର୍ବ ପୁରାତନ ସାପ୍ତାହିକ ହାଟ ହେଉଛି କୁଜଙ୍ଗ ହାଟ। ଏହାର ପରିଚାଳନା ଦାୟିତ୍ୱ ରାହାମା ନିୟନ୍ତ୍ରିତ ବଜାର କମିଟି ହାତରେ ରହିଛି।...

କୁଳପତିଙ୍କ ବ୍ୟଙ୍ଗ ଫଟୋ, ଭିଡିଓ ଭାଇରାଲ

କଟକ ଅଫିସ,୪ା୨: ସୋସିଆଲ ମିଡିଆ ଟିକ୍‌ଟକ୍‌ ଓ ଫେସ୍‌ବୁକ୍‌ରେ ଭାଇରାଲ ହୋଇଛି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କ ବ୍ୟଙ୍ଗ ଫଟୋ ଓ...

ସେବାୟତଙ୍କର ଦ୍ୱିତୀୟ ଥର କରୋନା ଟେଷ୍ଟ: ସାନିଟାଇଜ୍‌ ହେବ ପୁରୀ ସହର

ପୁରୀ ଅଫିସ, ୨୪।୬: ଦ୍ୱିତୀୟ ଥର ଲାଗି ଶ୍ରୀମନ୍ଦିର ସେବାୟତଙ୍କର କରୋନା ଟେଷ୍ଟ ହେବ। ଆସନ୍ତା ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଏହି...

ଜେଲରେ ସକିଲ, ଫୋନ୍‌ରେ ମାଗୁଛନ୍ତି ଦାଦାବଟି

କଟକ ଅଫିସ,୨୦ା୮: ଦୁର୍ଦ୍ଦାନ୍ତ ଅପରାଧୀ ସକିଲ ଅହମ୍ମଦ ଓରଫ ମହମ୍ମଦ ସକିଲ ଏବେ କେନ୍ଦୁଝର ଜେଲରେ ରହିଛନ୍ତି। କିଛି ଦିନ ତଳେ ପୋଲିସ କମିଶନରଙ୍କ ନିର୍ଦ୍ଦେଶରେ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭାକୁରଗୁଡ଼ା ବିଦ୍ୟାଳୟ ବୁଲି ଦେଖିଲେ ପର୍ଯ୍ୟଟନ ମନ୍ତ୍ରୀ

ରାୟଗଡ଼ା,୨୩।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚାନକ ମନ୍ତ୍ରୀମାନେ ବିଦ୍ୟାଳୟ ଗସ୍ତକରି ଖାଦ୍ୟର ମାନ ପରଖିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ବୁଧବାର ରାୟଗଡ଼ା ଜିଲା...

Advertisement


Archives

Model This Week