ଆମ ଜିଲା ଖବର

ଶ୍ୱଶୁର ଘରେ ଚାଲିଗଲା ଜ୍ୱାଇଁଙ୍କ ଜୀବନ

ରାୟଗଡ଼ା ଅଫିସ/ଗୁଣପୁର,୧୪ା୩: ରାୟଗଡ଼ା ଜିଲା ଗୁଡାରି ଥାନା ପଦ୍ମପୁର ବ୍ଲକ ଅଧୀନ ନାଇରା ଗ୍ରାମରେ ଶନିବାର ରାତିରେ ଜଣେ ଯୁବକଙ୍କୁ ଶୋଇଥିବା ବେଳେ ଗୁଳିକରି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ହେଲେ ଗାଁର କିରଣ ଟାକ୍ରି ଓରଫ ଗାଣ୍ଟା(୩୦)। ସୂଚନା ଅନୁଯାୟୀ,…

ଯୌତୁକ ପାଇଁ ଯାଇଛି ମୋ ଝିଅର ଜୀବନ

ଭଣ୍ଡାରିପୋଖରୀ,୧୪।୩: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦାଣ୍ଡକୁଳ ଗ୍ରାମରେ ଅଧିକ ଯୌତୁକ ପାଇଁ ମିନତି ସେଠୀ ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝିଅକୁ ହତ୍ୟା କରି ଶାଶୁଘର ଲୋକେ ଆତ୍ମହତ୍ୟାର ରୂପ ଦେଉଥିବା ଶନିବାର ଥାନାରେ…

ସରକାରଙ୍କୁ ଚେତାବନୀ ଦେଲେ ଚିତ୍ର ଶିଳ୍ପୀ କଳାକାର

କୋକସରା,୧୪।୩: କଳାହାଣ୍ଡି ଚିତ୍ରଶିଳ୍ପୀ କଳାକାର ସଂଘ ଆନୁକୂଲ୍ୟରେ କୋକସରା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଜିଲାସ୍ତରୀୟ ଚିତ୍ରଶିଳ୍ପୀ କଳାକାର ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଳକ ଚିତ୍ରଶିଳ୍ପୀ ସଂଘ ପକ୍ଷରୁ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ତାଳେ ତାଳେ ରାଜ୍ୟ ଓ…

ବୋହୂଙ୍କୁ ପେଟ୍ରୋଲ ଢାଳି ପୋଡି ଦେଲେ

ଗୋଲାମୁଣ୍ଡା,୧୪।୩: କଳାହାଣ୍ଡି ଜିଲା କେଗାଁ ଥାନା କନକପୁର ଗ୍ରାମ ନିକଟ ଜଙ୍ଗଲରୁ ପୋଲିସ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଥିଲା। ପୋଲିସ ଘଟଣାର ତଦନ୍ତ ପରେ ରବିବାର ମହିଳାଙ୍କୁ ପେଟ୍ରୋଲ ଢାଳି ପୋଡି ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି। ଏନେଇ…

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ନାବାଳିକାଙ୍କ ଜୀବନ

ପାରଳାଖେମୁଣ୍ଡି:୧୪।୩: ଗଜପତି ଜିଲା ସଦରମହକୁମାର ପାରଳାଖେମୁଣ୍ଡିଠାରୁ ୫କି.ମି କିମି ଦୂର କତଲକଇଠା ଗ୍ରାମରେ ରବିବାର ଏକ ବେସରକାରୀ ସଂସ୍ଥାର ଆମ୍ବୁଲାନ୍ସ ଗାଡି ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏସ୍‌. ଲକ୍ଷ୍ମୀ(୧୦)। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି…

ପାଣି ଟାଙ୍କିରେ ଚଢ଼ିଥିବା ବେଳେ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଲେ ଶ୍ରମିକ

କେସିଙ୍ଗା,୧୪।୩ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମ ପଞ୍ଚାୟତ ଅଧୀନସ୍ତ ପୋଡ଼ଖମ୍ବ ଗ୍ରାମର ନିକଟରେ ଏକ ବ୍ରିଜ କାମ ନିର୍ମାଣ ସମୟରେ ଅଘଟଣ ଘଟିଛି। ଦୁଇ ଜଣ ଶ୍ରମିକ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ସେଥିମଧ୍ୟରୁ ଜଣେ…

୭୨ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ: ୨ ଗିରଫ

ବାଉଁଶୁଣୀ,୧୪।୩(ଡି.ଏନ୍‌.ଏ.): ବୌଦ୍ଧ ଜିଲା ବାଉଁଶୁଣି ଥାନା ସିଙ୍ଗାରୀ ନିକଟରେ ସ୍ବତନ୍ତ୍ର ସ୍କ୍ବାଡ ଏସ୍‌.ଟି.ଏଫ୍‌. ଟିମ ଦ୍ବାରା ଶନିବାର ଚଢ଼ାଉ ହୋଇ ଗଞ୍ଜେଇ ଜବତ ହୋଇଛି। ଏକ ଓ ୦୫ ଏ.ଜେଡି. ୬୫୫୩ ନମ୍ବର ବିଶିଷ୍ଟ ଏକ ଗାଡ଼ିକୁ ଜବତ କରି ୭୨…

ଖୋର୍ଦ୍ଧା ବରୁଣେଇ ଜଙ୍ଗଲରେ ନିଆଁ

ଖୋର୍ଦ୍ଧା ଅଫିସ,୧୪।୩: ଖୋର୍ଦ୍ଧା ବରୁଣେଇ ଜଙ୍ଗଲରେ ରବିବାର ଅଗ୍ନିକାଣ୍ଡ ଘଟିଛି। ନିଆଁ ୫ ଫୁଟ ଉପରେ ଜଳୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରବଳ ଖରା ଧାସ, ଏବଂ ପାଣିର ଅଭାବ…

ଦୀର୍ଘ ୧୮ ବର୍ଷ ପରେ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଏକ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତଙ୍କୁ ଦୀର୍ଘ ୧୮ ବର୍ଷ ପରେ ରବିବାର ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ହେଲେ ସାଗୁଣାପଲ୍ଲୀ ଗ୍ରାମର ଛଇଳ ନାହାକ ଓରଫ ଦାସ।…

ମେଡିକାଲ ଗଳି କ୍ଲିନିକରେ ରହୁନି ସାମାଜିକ ଦୂରତା

ଗଞ୍ଜାମ,୧୪।୩ (ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ପୁଣି ବଢ଼ିଲାଣି। ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା କଡାକଡି ହୋଇଛି। ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦି କଟକଣା ଜାରି କରାଯାଇଛି। କିନ୍ତୁ ଗଞ୍ଜାମ ମେଡିକାଲ ଗଳିରେ ଥିବା…

ଉଦ୍‌ଘାଟନ ଅପେକ୍ଷାରେ ଆହାର କେନ୍ଦ୍ର

ଗଞ୍ଜାମ,୧୪।୩ (ଡି.ଏନ୍‌.ଏ.): ଗରିବ ଜନସାଧାରଣଙ୍କ ପାଇଁ ସରକାର ଆହାର ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ଜଣେ ଲୋକ ୫ ଟଙ୍କା ଦେଇ ଖାଇପାରିବେ। ଏ ନେଇ ଗଞ୍ଜାମ ଜିଲା ଜୟଶ୍ରୀ ଛକରେ ସରକାର ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ…

ବରଗଡ଼ ଆକାଶବାଣୀ ଶ୍ରୋତା ସମ୍ମିଳନୀ ଉଦ୍‌ଘାଟିତ

ବରଗଡ଼ ଅଫିସ,୧୪।୩: ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ରବିବାର ଆକାଶବାଣୀ ଶ୍ରୋତା ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ସଂଘର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମ ମୁଖ୍ୟ ମନୋଜ ପୂଜାରୀ ମୁଖ୍ୟ ଅତିଥି, ଏଫ୍‌ଏମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?