ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା

କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥାଏ। ୩୦୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଇଚ୍ଛାପୁରରେ ଶ୍ରୀଜୀଉଙ୍କ ରଥ ଗଡୁଥିବା ବେଳେ କରୋନା କଟକଣା ପାଇଁ ଗତବର୍ଷ ଏହି ରଥଯାତ୍ରା ପ୍ରତୀକାତ୍ମକ ଭାବେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଅନୂକୁଳ ହୋଇଥିଲେ ମଧ୍ୟ ଶ୍ରୀବଳଦେବଜୀଉଙ୍କ ରଥ ଗଡିବା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ତେବେ ପୁରୀରେ ଗତବର୍ଷ ରଥଯାତ୍ରା ଶ୍ରଦ୍ଧାଳୁଙ୍କ ବିନା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ କେନ୍ଦ୍ରାପଡ଼ାରେ ସେପରି ରଥଯାତ୍ରା ସେବାୟତ ଓ ଜିଲା ପ୍ରଶାସନ ପରିଚାଳନାରେ କରିବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ବରିଷ୍ଠ ସେବାୟତ ନୃସିଂହ ପ୍ରସାଦ ପତ୍ରୀ କହିଛନ୍ତି, ବିଶ୍ୱର ସର୍ବୋଚ୍ଚ ରଥ ମଧ୍ୟରେ ବ୍ରହ୍ମ ତାଳଧ୍ୱଜର ମାନ୍ୟତା ଅଛି। ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜିତ ହୋଇ ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତି। ଏହି ରଥଯାତ୍ରା ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ଜଡ଼ିତ। କରୋନା କଟକଣା ପାଇଁ ଗତବର୍ଷ ରଥଯାତ୍ରାକୁ ମନ୍ଦିର ମଧ୍ୟରେ ସୀମିତ ରଖାଯାଇଥିଲା। ମାତ୍ର ଏହା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୁଃଖ ଦେଇଥିଲା। ଚଳିତବର୍ଷ ରଥଯାତ୍ରା ପାଇଁ କାଠ ଅନୂକୂଳ ସହ ଅନ୍ୟାନ୍ୟ ପ୍ରକ୍ରିୟା ଜାରି ରହିଛି। ଦେବୋତ୍ତର କମିଶନ ଓ ରାଜ୍ୟ ସରକାର ଏ ସମ୍ପର୍କରେ ଆଲୋଚନା କରି ରଥଯାତ୍ରାକୁ ଅନୁମତି ଦେବାକୁ ସେବାୟତ ସଂଘ ପକ୍ଷରୁ ଦାବି କରାଯାଇଛି। ଅନ୍ୟତମ ସେବାୟତ ଗଗନ ପତ୍ରୀ କହିଛନ୍ତି, ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୧୨ରେ ସବୁଠି ରଥଯାତ୍ରା ହେଉଥିବାବେଳେ ୧୩ ତାରିଖରେ ବ୍ରହ୍ମ ତାଳଧ୍ୱଜ ରଥ ଗଡ଼ିବ। ଏ ନେଇ ଶ୍ରଦ୍ଧାଳୁଙ୍କ ସହ ସେବାୟତ ପ୍ରସ୍ତୁତ ଅଛନ୍ତି। କରୋନା ମହାମାରୀକୁ ଆଳ କରି ଗତବର୍ଷ ପରି ଚଳିତବର୍ଷ ରଥଯାତ୍ରାକୁ ବନ୍ଦ କଲେ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ କରିବ। ଏହା ବ୍ୟତୀତ ଜିଲା ପ୍ରଶାସନ ପକ୍ଷରୁ ମହାମାରୀର ପରିଚାଳନା ସୁସଙ୍ଗଠିତ ଭାବେ ଚାଲିଛି। ଏଥିପାଇଁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ସେପରି ଗୁରୁତର ରୂପ ନେଇନାହିଁ। କୋଭିଡ୍‌-୧୯ର ନିୟମ ମାନି ମୟୂରଭଞ୍ଜ ଜିଲାର ବାରିପଦାଠାରେ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନିଆଯାଇଛି। ଆବଶ୍ୟକ ପଡିଲେ ତୁଳସୀ କ୍ଷେତ୍ରାଧିପତିଙ୍କ ରଥ ଗଡ଼ିବାକୁ ଆଇନର ଆଶ୍ରୟ ନିଆଯିବ। ଏ ସମ୍ପର୍କରେ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ରଥଯାତ୍ରା ପାଇଁ ଆନୁସଙ୍ଗିକ ପ୍ରକ୍ରିୟା ଜାରି ରହିଛି। ରଥଖଳା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖାଯାଇ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜଙ୍କୁ ଖୋଜିବାରେ ନୈରାଶ୍ୟଜନକ ପ୍ରଦର୍ଶନ

ଭୁବନେଶ୍ୱର,୨।୧୦ (ବ୍ୟୁରୋ): ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ରାଜ୍ୟ ପୋଲିସ ଆରମ୍ଭ କରିଥିଲା ଅପରେଶନ ସ୍ମାଇଲ୍‌। ଏହାସତ୍ତ୍ୱେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଅନ୍ୟ ରାଜ୍ୟ ତୁଳନାରେ...

ଅନ୍ତର୍ଦେଶୀୟ ଜଳ ପରିବହନ କର୍ମଚାରୀଙ୍କ ଆନ୍ଦୋଳନ

ଚାନ୍ଦବାଲି,୧୮ା୬(ଡି.ଏନ.ଏ)-ଦୁଇଦଫା ଦାବି ନେଇ ଭଦ୍ରକ ଜିଲା ଚାନ୍ଦବାଲିରେ ଥିବା ଅନ୍ତ ର୍ଦେଶୀୟ ଜଳ ପରିବହନ ସଂସ୍ଥା (ଆଇଡବ୍ଲ୍ୟଟି)ର ୧୨ ଜଣ ଯାନ୍ତ୍ରିକ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ...

ଚାକିରି ଦେବା ନାଁରେ ଠକେଇ; ୪ ଯୁବତୀ ସମେତ ୬ ଗିରଫ

କେନ୍ଦୁଝର,୨୪ା୬ (ସ୍ବ.ପ୍ର.)-ଏକ ମାର୍କେଟିଂ ସଂସ୍ଥା ଖୋଲି ବେକାର ଯୁବତୀଯୁବକଙ୍କୁ ଚାକିରି ଦେବା ପ୍ରଲୋଭନ ଦେଖାଇ ଠକିଥିବା ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ପୋଲିସ ୪ ଯୁବତୀଙ୍କ...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ଏବଂ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏନେଇ...

ନୂତନ ଖାଉଟି ସୁରକ୍ଷା ଆଇନକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି:ରାଜ୍ୟ ସ୍ବାର୍ଥକୁ ଗୁରୁତ୍ୱ ଦେଇ ନିୟମାବଳୀ କର

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ଖାଉଟି ସୁରକ୍ଷା ଆଇନ ୧୯୮୬ ବଦଳରେ କେନ୍ଦ୍ର ସରକାର ନୂତନ ଖାଦ୍ୟ ସୁରକ୍ଷା ଆଇନ-୨୦୧୯ ପ୍ରଣୟନ କରିଛନ୍ତି। ଏହି ଆଇନ କାର୍ଯ୍ୟକାରୀ କରିବାକୁ ଆବଶ୍ୟକୀୟ ନିୟମାବଳୀ...

ପ୍ରସ୍ତାବିତ କୋଭିଡ ହସ୍ପିଟାଲ ବୁଲି ଦେଖିଲେ ୫-ଟି ସଚିବ

ଭଦ୍ରକ ଅଫିସ, ୮ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକରେ କରୋନା ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଭାବେ ମୋଟେଲ ଛକସ୍ଥିତ ସାଳନ୍ଦୀ...

କ୍ୟାପିଟାଲ ହସ୍ପିଟାଲ ମର୍ଗ ଫ୍ରିଜର ଅଚଳ: ମୃତଦେହ ଗନ୍ଧରେ ଫାଟିପଡୁଛି ହସ୍ପିଟାଲ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହ (ମର୍ଗ) ଏବେ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ମର୍ଗରେ ଥିବା ଦୁଇଟି ଫ୍ରିଜର...

ସ୍ବେଚ୍ଛାସେବୀଙ୍କୁ ଧରି ସଚେତନ କଲା ପୋଲିସ

ଫୁଲବାଣୀ ଅଫିସ, ୧୩ା୪- ଫୁଲବାଣୀ ସହରରେ ପୋଲିସ ସୋମବାର ଟିମ୍‌ ହ୍ୟୁମାନିଟ୍‌ର ସ୍ବେଚ୍ଛାସେବୀଙ୍କୁ ଧରି କରୋନା ସଚେତନ କରିଛି। ଟିମ୍‌ର ସଦସ୍ୟ ସାଇରାମ ପାତ୍ର, ହିମାଂଶୁ...

Advertisement


Archives

Model This Week