ବାପାଙ୍କୁ ଆକ୍ରମଣ କରି ଜେଲ ଗଲେ ପୁଅ

ଦିଗପହଣ୍ଡି,୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଜଙ୍ଘମା ଗ୍ରାମର ରବିନ୍ଦ୍ର ବେହେରାଙ୍କୁ ବୁଧବାର ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଆଇଆଇସି ବସନ୍ତ କୁମାର ସେଠୀଙ୍କ ସୂଚନାନୁସାରେ, ଗତ ୨୬ ତାରିଖ ସାରେ ଅଭିଯୁକ୍ତ ରବୀନ୍ଦ୍ର ତାଙ୍କ ବୃଦ୍ଧ ବାପା ବିଶ୍ୱନାଥ ବେହେରାଙ୍କୁ ଗାଁ ରାସ୍ତାରେ ଅଟକାଇ ଟଣାଓଟରା କରିବାସହ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେ ପ୍ରାଣ ଭୟରେ ଘରକୁ ଚାଲି ଆସିଥିଲେ। ଏପରିକି ଏକ ପଥର ଖଣ୍ଡ ଦ୍ୱାରା ସେ ଘରର ଗ୍ରିଲ ଭାଙ୍ଗି ଘରେ ପଶି ତାଙ୍କୁ ପୁଣି ପଥରରେ ଛେଚି ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସା ହୋଇ ଫେରିବା ପରେ ମଧ୍ୟ ବଡ଼ ପୁଅ ରବିନ୍ଦ୍ର ପୁଣି ଧମକ ଦେବାରୁ ସେ ବାଧ୍ୟ ହୋଇ ମଙ୍ଗଳବାର ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ତଦନ୍ତକାରୀ ଅଧିକାରୀ ଗୋବିନ୍ଦ ମଲ୍ଲିକ କହିଛନ୍ତି। କେସ ନଂ.୧୩୩/୨୧ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମାଣପତ୍ର ପାଇବାକୁ ଭୂମିହୀନ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୨୦ା୪: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଞ୍ଚାୟତ ନାରାୟଣପୁର ଗଁାରେ ପ୍ରାୟ ୩୦୦ ପରିବାର ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୭୦...

ବର୍ଷେ ନ ପୂରୁଣୁ ଭୁଶୁଡ଼ିଲା ପୋଲ, ସମସ୍ୟାରେ ଗ୍ରାମବାସୀ

ମାଲକାନଗିରି,୧୪ା୨(ଡି.ଏନ୍‌.ଏ.):ମାଲକାନଗିରି ଜିଲାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ତାହା ଜନସାଧାରଣଙ୍କ ସ୍ବାର୍ଥରେ ଲାଗିପାରୁନି। ତଳସ୍ତରରେ କେତେଜଣ ଅଧିକାରୀ ଓ କର୍ମଚାରୀ...

ଦେଢ଼ବର୍ଷ ବିତିଲାଣି ମିଳିନି ଆବାସ ଯୋଜନାର ବୋନସ ଟଙ୍କା

ଜୟପୁର, ୩୦।୬ (ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ କଲୋନୀର ୨୨ଜଣ ହିତାଧିକାରୀ ଆବାସ ଯୋଜନାର ବୋନସ ଟଙ୍କା ଦେବାକୁ ଦାବି କରି ବୁଧବାର...

ଡେଷ୍ଟିନି ୧୨୫-ଏକ୍ସଟେକ୍‌ ବଜାର ପ୍ରବେଶ

ଢେଙ୍କାନାଳ/ ଅନୁଗୋଳ ଅଫିସ,୧୦।୫ ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ହିରୋ ମୋଟୋକର୍ପର ଅଧିକୃତ ବିକ୍ରେତା ସୋମ୍‌ ଅଟୋ ପକ୍ଷରୁ ସୋମବାର ଡେଷ୍ଟିନି ୧୨୫ ଏକ୍ସଟେକ୍‌ ସ୍କୁଟରର...

ଧାନବୋଝେଇ ଟ୍ରକରେ ଲାଗିଲା ନିଆଁ

ବରଗଡ଼ ଅଫିସ,୨୦ା୬ : ବରଗଡ଼ ଜିଲା ବିଜେପୁର-ଗାଇସିଲେଟ୍‌ ରାସ୍ତାର ନୂଆଁପାଲି ନିକଟରେ ଗୁରୁବାର ଅପରାହ୍ନରେ ଏକ ଧାନ ବୋଝେଇ ଟ୍ରକ(ଓଆର ୧୩ ଏମ୍‌ ୧୩୬୨)ରେ ଆକସ୍ମିକ...

କଲଣ ବଜାର ମୁଖ୍ୟ ରାସ୍ତା ତାଡ଼ି ଦେଲେ

ରସୁଲପୁର,୧୫ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ବଜାର ମୁଖ୍ୟରାସ୍ତା ପିଚୁକୁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିବା କମ୍ପାନୀର ଠିକାଦର ତାଡ଼ି ଦେଇଛନ୍ତି। ଫଳରେ...

ରକ୍ତଦାନ ନିଶାରେ ବାପି: କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ମୃତ୍ୟୁ ବଦଳାଇଦେଲା ଚିନ୍ତାଧାରା

କାମାକ୍ଷାନଗର, ୨୬।୮: ରକ୍ତଦାନ କରିବାକୁ ଆଗ୍ରହ ନ ଥିଲା। କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ପାଇଁ ବାଧ୍ୟବାଧକତାରେ ପ୍ରଥମ ଥର ଶରୀରରେ ଫୋଡ଼ା ହୋଇଥିଲା ରକ୍ତ ସଂଗ୍ରହ ଛୁଞ୍ଚତ୍।...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର, ୭ା୨ (ସ୍ବ.ପ୍ର.)- ମଣିଷ ସଭ୍ୟତା ସହିତ ଜଙ୍ଗଲ ବହୁ ଆଗରୁ ଜଡିତ। ଏଣୁ ବନବାସୀମାନେ ବଣଜଙ୍ଗଲକୁ ଦେବଦେବୀ ଭାବେ ପୂଜା କରିଆସୁଛନ୍ତି। ବର୍ତ୍ତମାନ ସମୟରେ...

Advertisement
Archives

Model This Week