ସଂକ୍ରମଣ ନେଉଛି ଅଧିକ ଜୀବନ

ଅନୁଗୋଳ ଅଫିସ, ୩ା୬:  ଜନ୍ମରୁ ୨୮ ଦିନ ଓ ୨୮ ଦିନରୁ ୧୨ ମାସ ମଧ୍ୟରେ ସଂକ୍ରମଣ (ଇନ୍‌ଫେକ୍‌ଶନ) ହିଁ ଅଧିକ ଶିଶୁଙ୍କ ଜୀବନହାନି ଘଟାଇଥାଏ। ତେଣୁ ନବଜାତକଙ୍କୁ ଇନ୍‌ଫେକ୍‌ଶନରୁ ସୁରକ୍ଷିତ ରଖିବାକୁ ଲେବର ରୁମ୍‌, ଓଟି ଏବଂ ନବଜାତ ଓ୍ବାର୍ଡର ବିଶୋଧନକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥାଏ। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଉପଖଣ୍ଡ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏ କ୍ଷେତ୍ରରେ ଘୋର ଅବହେଳା ପ୍ରଦର୍ଶନ କରାଯାଉଥିବାରୁ ନବଜାତ ଶିଶୁଙ୍କ ମୃତ୍ୟୁ ହାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଗତ ୩ ବର୍ଷ ମଧ୍ୟରେ ଜିଲାର ବିଭିନ୍ନ ଡାକ୍ତରଖାନାରେ ମୋଟ୍‌ ୧୩୩୯ ନବଜାତକଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି।

ଗର୍ଭଧାରଣଠାରୁ ସୁରକ୍ଷିତ ପ୍ରସବ ଓ ଶିଶୁ ମୃତ୍ୟୁହାର ରୋକିବା ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ମାଳ ମାଳ ଯୋଜନା ସହ ଡାକ୍ତରଖାନାରେ ପ୍ରସବ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ଏହାସତ୍ତ୍ୱେ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତକ ସଂକ୍ରମଣର ଶିକାର ହେବା କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନବଜାତ ଶିଶୁମାନଙ୍କୁ ସଂକ୍ରମଣରୁ ରକ୍ଷା କରିବାକୁ ହେଲେ ଡାକ୍ତରଖାନାର ଲେବର ରୁମ୍‌, ଓଟି ଓ ନବଜାତ ୱାର୍ଡକୁ ନିୟମିତ ଭାବେ ବିଶୋଧନ କରାଯିବା ଉଚିତ। ଏହି ସ୍ଥାନଗୁଡ଼ିକ କିଭଳି ଭାବେ ସଂକ୍ରମଣ ମୁକ୍ତ ରହିବ, ସେହି ଦାୟିତ୍ୱ ମେଡିକାଲ ପରିଚାଳକଙ୍କ ଉପରେ ନ୍ୟସ୍ତ କରାଯାଇଛି। ଠିକ୍‌ ଭାବେ ସଫେଇ ସହ ଶିଶୁର ମା, ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କ ବ୍ୟତୀତ ବାହାର ଲୋକ ଯେଭଳି ନବଜାତ ଶିଶୁ ୱାର୍ଡକୁ ନ ଯିବେ, ସେଥିପ୍ରତି ଧ୍ୟାନ ଦିଆଯିବା ଜରୁରୀ। କିନ୍ତୁ ଢିଲା ସୁରକ୍ଷା କାରଣରୁ ଉକ୍ତ ୱାର୍ଡକୁ ଅନ୍ୟ ଲୋକ ପ୍ରବେଶ କରୁଛନ୍ତି। ୨୪ ଘଣ୍ଟିଆ ସଫେଇ ହେଉ ନ ଥିବାବେଳେ କେବଳ ଆବଶ୍ୟକ ପଡ଼ିଲେ କର୍ମଚାରୀଙ୍କୁ ଡକାଯାଇ ବିଶୋଧନ କରାଯାଉଛି। ଏଥିଯୋଗୁ ଅଧିକାଂଶ ଶିଶୁ ସଂକ୍ରମଣର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁ ଜନ୍ମ ହେଲେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥାଏ। ଏଥିସହ ଜନ୍ମ ସମୟରେ ଅମ୍ଳଜାନ ଅଭାବ ମଧ୍ୟ ଶିଶୁ ମୃତ୍ୟୁର ଅନ୍ୟ ଏକ କାରଣ। ନବଜାତକଙ୍କୁ ଏଥିରୁ ରକ୍ଷା କରିବାକୁ ହେଲେ ଲେବର ରୁମ୍‌, ଓଟି, ୱାର୍ଡ ଓ ଏସ୍‌ଏନ୍‌ସିୟୁରୁ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା କରାଯିବା ଉଚିତ। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହା କରାଯାଉ ନାହିଁ। ସେହିପରି ଯନ୍ତ୍ରାଂଶ ଓ ଚଟାଣରେ ସଂକ୍ରମଣ ରହିଛି କି ନାହିଁ, ତାହା ଯାଞ୍ଚ ହେଉନାହିଁ। ଏପରି ଅବହେଳା ଯୋଗୁ ୨୦୧୮-୧୯ ବର୍ଷରେ ଶୂନରୁ ୨୮ ଦିନ ମଧ୍ୟରେ ୩୮୬ ଓ ୨୮ଦିନରୁ ୧୨ ମାସ ମଧ୍ୟରେ ୧୩୨ ଶିଶୁଙ୍କ ମୃତ୍ୟୁ ହୋଇଛି। ୨୦୧୯-୨୦ ବର୍ଷରେ ଶୂନରୁ ୨୮ ଦିନ ମଧ୍ୟରେ ୩୧୭ ଓ ୨୮ ଦିନରୁ ୧୨ ମାସ ମଧ୍ୟରେ ୧୧୨ ଶିଶୁ, ୨୦୨୦-୨୧ ବର୍ଷରେ ଶୂନରୁ ୨୮ ଦିନ ମଧ୍ୟରେ ୩୦୬ ଏବଂ ୨୮ ଦିନରୁ ୧୨ ମାସ ମଧ୍ୟରେ ୮୬ ଶିଶୁଙ୍କ ମେଡିକାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅନୁଧ୍ୟାନ ପରେ ଜଣାପଡ଼ିବ
ନୂଆ କରି ଅନୁଗୋଳରେ ଯୋଗ ଦେଇଛି। ଶିଶୁ ମୃତ୍ୟୁ ସମ୍ପର୍କରେ ତର୍ଜମା କରିନାହିଁ। ଏ ନେଇ ସମୀକ୍ଷା ବୈଠକ କରାଯିବା ପରେ ଜିଲାରେ କେତେ ନବଜାତକ ଓ ଶିଶୁଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିବ। କେବଳ ସଂକ୍ରମଣ ନୁହେଁ, ଅନ୍ୟ କାରଣ ମଧ୍ୟ ରହିଛି। ତେବେ ସମୀକ୍ଷା ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅନୁଗୋଳ

ତଦାରଖ କରିବା ଅଧିକାରୀ ଢିଲା ମାରୁଛନ୍ତି
ନବଜାତ ଶିଶୁ ମୃତ୍ୟୁର ବିଭିନ୍ନ କାରଣ ରହିଛି। ତଥାପି ସଂକ୍ରମଣ ଯୋଗୁ ହିଁ ଅଧିକ ମୃତ୍ୟୁ ଘଟିଥାଏ। ଇମ୍ଫେକଶନ ରୋକିବାକୁ ମେଡିକାଲଗୁଡ଼ିକ ପକ୍ଷରୁ ଯାଞ୍ଚ କରାଯାଉନାହିଁ। ତଦାରଖ ଦାୟିତ୍ୱରେ ଥିବା ଅଧିକାରୀ ଢିଲା ମାରୁଛନ୍ତି। ଖାଲି ପାଦ ଓ ପରିଧାନ କରିଥିବା ପୋଷାକରେ ଆଶା, ମେଡିକାଲ କର୍ମଚାରୀମାନେ ଲେବର ରୁମ୍‌, ଓଟି ଓ ଶିଶୁ ୱାର୍ଡକୁ ପ୍ରବେଶ କରୁଛନ୍ତି। ଠିକ୍‌ ସମୟରେ ରେଫର କରା ନ ଯିବା ମଧ୍ୟ ଏଥିପାଇଁ ଦାୟୀ।
-ଡାକ୍ତର ନୀଳକଣ୍ଠ ସାହୁ, ଅବସରପ୍ରାପ୍ତ ଶିଶୁ ବିଶେଷଜ୍ଞ,ଅନୁଗୋଳ

ସଂକ୍ରମଣରୁ ସୁରକ୍ଷା ଜରୁରୀ
ମେଡିକାଲ ପରିଚାଳନା ପାଇଁ ପରିଚାଳକ ନିୟୋଜିତ ହୋଇଛନ୍ତି। ସେ ସଂକ୍ରମଣ ଓ ବିଶୋଧନ କାର୍ଯ୍ୟ ତଦାରଖ କରିବେ। ଏହାଛଡ଼ା ଉପଯୁକ୍ତ ଚିକିତ୍ସା ମଧ୍ୟ ଆବଶ୍ୟକ। ଶିଶୁ ନ କାନ୍ଦିଲେ କି ଓଜନ ଅଢ଼େଇ କିଲୋ ହୋଇ ନ ଥିଲେ, ତୁରନ୍ତ ଏସ୍‌ଏନ୍‌ସିୟୁକୁ ଆଣିବା କଥା। ଦୂରରୁ ଆଣୁଥିଲେ ଗାଡ଼ିର କାଚ ଆବଦ୍ଧ କରିବା ସହ ଭଲ କରି ଘୋଡ଼ାଇ ଆଣନ୍ତୁ। ଶିଶୁକୁ ସଂକ୍ରମଣରୁ ଦୂରେଇ ରଖିବା ଅତି ଜରୁରୀ।
-ଡାକ୍ତର ନନ୍ଦକିଶୋର ସାହୁ, ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ

ଶିଶୁ ମୃତ୍ୟୁ ସମ୍ପର୍କରେ ଜଣାନାହିଁ
ଜିଲା ମୁଖ୍ୟ ଚିକିତ୍ସାଳୟରେ କାହିଁକି ନବଜାତ ଶିଶୁଙ୍କ ମୃତ୍ୟୁ ହେଉଛି, ସେ ସମ୍ପର୍କରେ ଜଣାନାହିଁ। ଏ ନେଇ ଶିଶୁ ଡାକ୍ତରଙ୍କ ସହ ଯୋଗାଯୋଗ କରାଗଲେ ସେ କହିପାରିବେ। ମୋ କାର୍ଯ୍ୟ ମେଡିକାଲ ପରିଚାଳନା। କେତେ ଶିଶୁ ମଲେ, ସେହି ତଥ୍ୟ ମୋ ନିକଟରେ ନାହିଁ।
-ଦେବାଶିଷ ଦାସ, ପରିଚାଳକ, ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ

କର୍ତ୍ତୃପକ୍ଷଙ୍କ ଅପାରଗତା ଧରାପଡ଼ିଯାଇଛି
୩ ବର୍ଷ ମଧ୍ୟରେ ଅନୁଗୋଳ ଜିଲାରେ ଏତେ ସଂଖ୍ୟାରେ ନବଜାତ ଶିଶୁଙ୍କ ମୃତ୍ୟୁ ହେବା କର୍ତ୍ତୃପକ୍ଷଙ୍କ ଅପାରଗତା ଧରାପକାଇଦେଇଛି। ୨୦୧୭ରୁ ଅନୁଗୋଳ ମେଡିକାଲରେ ସ୍ବତନ୍ତ୍ର ଭାବେ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। କିନ୍ତୁ ପରିଚାଳନାଗତ ତ୍ରୁଟି କାରଣରୁ ଏଭଳି ସମସ୍ୟା ଉପୁଜୁଛି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri