ଆମ ଜିଲା ଖବର

ହାତୀ ଆକ୍ରମଣରେ ୨ ଜଣଙ୍କ ଜୀବନ ଗଲା

ଛେଣ୍ଡିପଦା,୭।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାଟକ ମୁଣ୍ଡା ପଞ୍ଚାୟତରେ ହାତୀ ଆକ୍ରମଣରେ ବୁଧବାର ୨ ଜଣଙ୍କ ଜୀବନ ଯାଇଛି । ମୃତକଦ୍ୱୟ ହେଲେ ଚନ୍ଦ୍ରପୁର ଗ୍ରାମର କାଠିଆ ପାଣିଗ୍ରାହୀ ଓ ସୁହାଗି ସେଠୀ। ଘଟଣାର ପ୍ରକାଶ ଯେ, ସକାଳେ ସୁହାଗି…

ପାନୀୟ ଜଳ ସମସ୍ୟାକୁ ନେଇ ଆନ୍ଦୋଳନ, ରାସ୍ତାରୋକୋ

ମହାକାଳପଡ଼ା,୭।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତ ରାଜଗଡ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ଲୋକେ ବୁଧବାର ସକାଳେ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଓରାତ ଅଙ୍ଗୁଲାଇ ମୁଖ୍ୟ ରାସ୍ତାରେ ମହିଳାମାନେ ମାଠିଆ ଧରି ବସିଥିବା ଦେଖିବାକୁ ମିଳୁଛି।…

୧୧୨ର ପରିଚାଳନା, ଏନ୍‌ଏଚ୍‌ ପାଟ୍ରୋଲିଂ ଉପରେ ଗୁରୁତ୍ୱ

କଟକ ଅଫିସ, ୭ା୪: କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଭିଡିଓ କନଫରେନ୍ସ ଜରିଆରେ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିଜିପି ଅଭୟ ଯୋଗଦେଇ ଆପରାଧିକ ଘଟଣାଗୁଡ଼ିକର ତଦାରଖ କରିବା ସହ କରୋନା ଟିମ୍‌ ସ୍ବାସ୍ଥ୍ୟ ପରୀକ୍ଷା ଓ…

ଧରାପଡ଼ିଲା ଆଉ ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍‌

ଝାରସୁଗୁଡ଼ା ଅଫିସ,୭ା୪: କିଛିଦିନର ବ୍ୟବଧାନ ପରେ ଝାରସୁଗୁଡା ଜିଲା ପୋଲିସ ପୁଣି ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍‌ର ପର୍ଦ୍ଦାଫାଶ କରି ୩ଜଣଙ୍କୁ ଗିରଫ କରିଛି। ଗତ ଫେବୃୟାରୀ ମାସରେ ବେଲପାହାଡର ଯୁବତୀ ନୀତା ଛତରଙ୍କୁ କୌନ ବେନେଗା କରୋଡପତିରେ ୩୫ଲକ୍ଷ ଟଙ୍କା…

ଆଶା ସଞ୍ଚାର କଲେ ସରକାର

ତାଳଚେର,୭ା୪ (ନି.ପ୍ର.) – ମାର୍ଚ୍ଚ ୩୧ ତାରିଖରୁ ବନ୍ଦ ହୋଇଯାଇଥିବା ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ପୁନଃ ଚାଲୁ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଗତ ୫ ତାରିଖରେ ରାଜ୍ୟ ସରକାର ଓ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ମଧ୍ୟରେ…

ଜମି ବିବାଦରୁ ଗୁଳି, ବୋମାମାଡ଼

ବଡ଼ମ୍ବା,୭ା୪(ଡି.ଏନ୍‌.ଏ.): ସରକାରୀ ଜମି ଦଖଲକୁ ନେଇ ବଡ଼ମ୍ବା ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଓ ଭଗବତପୁର ଗ୍ରାମବାସୀଙ୍କ ମଧ୍ୟରେ ମଙ୍ଗଳବାର ସକାଳେ ଗୋଷ୍ଠୀସଂଘର୍ଷ ଘଟି ଉଗ୍ରରୂପ ଧାରଣ କରିଛି। ଉଭୟ ଗ୍ରାମର ସୀମାରେ ଗୁଳି ଫୁଟିବା ସହ ବୋମା ମାଡ଼ ହୋଇଛି। ଏଥିରେ…

ଜଳ ଯୋଗାସନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଖୋର୍ଦ୍ଧା ଅଫିସ,୭ା୪: ଛତିଶଗଡ଼ର ବିଜାପୁର ଜିଲା ତଥା ମାଲକାନଗିରି ଜିଲା ସୀମାନ୍ତରେ ମାଓବାଦୀଙ୍କ ଆକ୍ରମଣରେ ୨୨ଜଣ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନଙ୍କ ସ୍ମୃତିରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସରାପାରି ଗ୍ରାମର ସୁଦାମ ଚରଣ…

ଟ୍ରକ୍‌ ଧକ୍କାରେ ଯୁବକ ମୃତ, ଉତ୍ତେଜନା

ଖୋର୍ଦ୍ଧା ଅଫିସ,୭ା୪: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।…

୧୭ଦିନ ହେଲା ରୋଗୀଙ୍କୁ ମିଳୁନି ଖାଦ୍ୟ

କଣାସ,୭।୪(ସ୍ବ.ପ୍ର.): ରାଜ୍ୟ ସରକାର ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ମାଗଣାରେ କ୍ଷୀର, ପାଉରୁଟି, ବିସ୍କୁଟ୍‌, ଅଣ୍ଡା ଯୋଗାଣ ବ୍ୟବସ୍ଥା କରିଥିବା ବେଳେ ପୁରୀ ଜିଲା କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭ଦିନ ହେଲା ରୋଗୀମାନଙ୍କୁ ଖାଦ୍ୟ ଯୋଗାଣ ହେଉ ନ ଥିବା…

କୂଅରେ ପୋତି ହୋଇଗଲେ ଶ୍ରମିକ

କାମାକ୍ଷାନଗର, ୭।୪(ଡି.ଏନ.ଏ.): ଖୋଳାଯାଉଥିଲା କୂଅ। ମାଟି ବାହାର କରିବାକୁ ଭିତରକୁ ପଶିଥିବାବେଳେ ହଠାତ୍‌ ଖସିପଡ଼ିଲା ଅତଡ଼ା। ଏଥିରେ ପୋତି ହୋଇ ରହିଗଲେ ଶ୍ରମିକ। ଜେସିବି ସହାୟତାରେ ମାଟି ଖୋଳି ଦୀର୍ଘ ୩ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଗଲା। ହେଲେ ସେତେବେଳକୁ ଶ୍ରମିକ…

୨୨ ଓଏଏସ୍‌ ଅଧିକାରୀଙ୍କ ବଦଳି

ଯାଜପୁର ଅଫିସ,୭ା୪: ଓଡ଼ିଶା ପ୍ରଶାସନିକ ସେବା(ଓଏଏସ-ଏ)(ଜେବି) ପାହ୍ୟାର ୨୨ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ହୋଇଛି। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ତାଙ୍କ ଅଧିସୂଚନା ସଂଖ୍ୟା ୧୧୫୦୫/୫ା୪ା୨୦୨୧ରେ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ା…

କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିନନ୍ଦନ’କୁ ପ୍ରଥମ ସ୍ଥାନ

ନବରଙ୍ଗପୁର,୭ା୪(ବି.ପ୍ର.): ଜୟପୁରଠାରେ ଅନୁଷ୍ଠିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୨୬ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ନବରଙ୍ଗପୁର ତ୍ରିଶକ୍ତି ସିନେ କମ୍ବାଇନ୍ସ ଦ୍ୱାରା ନିର୍ମିତ ଏବଂ ମନୋଜ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅଭିନନ୍ଦନ’କୁ ମିଳିଛି ପ୍ରଥମ ସ୍ଥାନ। ଏଥିରେ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?