ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ: ସ୍କୁଲ ଆଗରେ ଧାରଣାରେ ବସିଲେ ଛାତ୍ରୀଛାତ୍ର

ସଜନାଗଡ଼, ୩୦।୬(ଡି.ଏନ.ଏ.)-ମହାମାରୀ କରୋନା ଯୋଗୁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇପାରିନାହିଁ। ବୋର୍ଡ଼ ତରଫରୁ ଛାତ୍ରୀଛାତ୍ରଙ୍କୁ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାର୍କ ଦିଆଯାଇଛି। ମାତ୍ର ମାଟ୍ରିକ୍‌ ପରୀକ୍ଷା ପ୍ରକାଶିତ ଫଳାଫଳକୁ ନେଇ ଶିଶୁମନ୍ଦିର ଛାତ୍ରୀଛାତ୍ରମାନେ ମାନସିକ ଅବସାଦରେ ରହୁଥିବା ଅଭିଭାବକମାନେ କହିଛନ୍ତି। ଫଳାଫଳରେ ତ୍ରୁଟି ଥିବା ନେଇ ବାଲେଶ୍ୱର ଜିଲା ନୀଳଗିରି ଶିଶୁ ମନ୍ଦିର ପରିସରରେ ମଙ୍ଗଳବାର ଛାତ୍ରୀଛାତ୍ର ଓ କେତେଜଣ ଅଭିଭାବକ ଏକଜୁଟ୍‌ ହୋଇ କୋଭିଡ୍‌ ନିୟମ ଅନୁସାରେ ଅଭିଯୋଗ କରିବା ସହ ମାର୍କ ବୃଦ୍ଧି କରିବା ପାଇଁ ଧାରଣା ଦେଇଥିଲେ। ଏହାସହ ସରସ୍ବତୀ ଶିଶୁ ମନ୍ଦିରରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କ ମାଟ୍ରିକ ପରୀକ୍ଷା ଫଳାଫଳକୁ ଜାଣିଶୁଣି ଏପରି କରାଯାଇଥିବା କେତେକ ଅଭିଭାବକ ଅଭିଯୋଗ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ଚୂଡ଼ାନ୍ତ ମୂଲ୍ୟାୟନ କରାଯାଇ ସେମାନଙ୍କୁ ଉଚିତ୍‌ ନ୍ୟାୟ ଦେବା ପାଇଁ ବାଲେଶ୍ୱର ଜିଲା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳର ବିଭିନ୍ନ ସ୍ଥାନରେ ସାନିଟାଇଜର ସ୍ପ୍ରେ

ଅନୁଗୋଳ ଅଫିସ୍, ୯ା୪- ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ବୁଧବାର ସାନିଟାଇଜର ସ୍ପ୍ରେ କରାଯାଇଛି। ଅଗ୍ନିଶମର ଦୁଇଟି ଗାଡି ଦ୍ବାରା ସହରର ବସଷ୍ଟାଣ୍ଡ, କାଞ୍ଚନଟକିଜ ରୋଡ,...

ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ୩ ଗିରଫ

ଜେନାପୁର,୧୯ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚୟତ ଅଧୀନ ମାଳହାଟ ଗ୍ରାମସ୍ଥିତ ଏକ ଘରୁ ବିଭିନ୍ନ ବ୍ରାଣ୍ଡର ନକଲି ଜର୍ଦ୍ଦା ଜବତ ହୋଇଛି।...

ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଅଧିକାରୀ

ବାଲେଶ୍ୱର ଅଫିସ, ୨୨।୫-ବାଲେଶ୍ୱର ଜିଲାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନିକ...

ମାଓବାଦୀ ମୁକାବିଲାକୁ ଜୋରଦାର କରିବାକୁ ଚିତ୍ରକୋଣ୍ଡାରେ ବିଏସ୍‌ଏଫ୍‌ ଡିଆଇଜି

ଚିତ୍ରକୋଣ୍ଡା,୩୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳର ସମୀକ୍ଷା କରିବା ଲାଗି ଶନିବାର ବିଏସ୍‌ଏଫ୍‌ ଡିଆଇଜି ଅର୍ଜୁନ ସିଂ ରାଠୋର ହେଲିକାପ୍ଟର ଯୋଗେ ୮ନଂ ବିଏସ୍‌ଏଫ୍‌...

ସୀମା ପାର ହୋଇ ଚାଉଳ, ବହି ନେବାକୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ଫେରାଇଲା ପୋଲିସ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୬।୪(ଡି.ଏନ୍‌.ଏ.)- ଲକ୍‌ଡାଉନ ପରେ କନ୍ଧମାଳ ଜିଲାର ସବୁ ସୀମାକୁ ସିଲ୍‌ କରାଯାଇଛି। କନ୍ଧମାଳ-ଗଜପତି ଜିଲାର ସୀମା ବ୍ରାହ୍ମଣୀଗଁା ଥାନା ଝିଞ୍ଜିରିଗୁଡାଠାରେ ସଶସ୍ତ୍ର ପୋଲିସ ମୁତୟନ ହୋଇଛଡ଼୍‌ତି।...

ଖରିଫ ଚାଷ ପାଇଁ ଜମିକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର, ୭।୬ (ବ୍ୟୁରୋ)- ଅଦିନିଆ ବର୍ଷା ସହ କୁଆପଥର ମାଡରେ ରବି ଧାନ ସହିତ ପନିପରିବା, ଡାଲି, ଫଳ ଜାତୀୟ ଫସଲ ନଷ୍ଟ ହୋଇଥିଲା। ଏଥିଯୋଗୁ...

ଚୋରା କୋଇଲା ବୋଝେଇ ଗାଡ଼ି ଜବତ, ଚାଳକ ଫେରାର

ଭଦ୍ରକ ଅଫିସ/ପଦ୍ମପୁର,୧୮।୧୦(ଡି.ଏନ୍‌.ଏ.): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ଫାଣ୍ଡି ପୋଲିସ ଓ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ମିଳିତ ଚଢ଼ାଉ କରି ଶୁକ୍ରବାର ଭୋର ସମୟରେ...

ବୋଥ୍ରାଙ୍କ ପଲିଗ୍ରାଫ୍‌ ଟେଷ୍ଟ ପାଇଁ ହାଇକୋର୍ଟରେ ମାମଲା

କଟକ ଅଫିସ,୨୪ା୧୨:ପରୀ ହତ୍ୟା ତଦନ୍ତର ଦିଗ ବାରମ୍ବାର ବଦଳୁଛି। ଗତ ନଭେମ୍ବର ୨୫ରେ ବିଧାସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖି ମେଡିକାଲ ତଥ୍ୟ...

Advertisement


Archives

Model This Week