ଆଗ୍ରହ ବେଳେ ଅଭାବ

ଅନୁଗୋଳ ଅଫିସ, ୩୦ା୬ – ମହାମାରୀ କରୋନାରୁ ସୁରକ୍ଷା ଦେଉଛି ସଞ୍ଜୀବନୀ। ତେଣୁ ନିଶ୍ଚିତ ଟିକା ଲଗାଇବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରି କି କେଉଁ ଟିକା କେତେ ପ୍ରତିଶତ ଆଣ୍ଟିବଡି ସୃଷ୍ଟି କରୁଛି ସେ ନେଇ ବିଶେଷଜ୍ଞମାନଙ୍କ ଦ୍ୱାରା ତଥ୍ୟ ସାର୍ବଜନୀନ କରାଯାଉଛି। ଏଥିସହ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଲୋକେ ଭୟଭୀତ ଥିବାରୁ କୋଭିଡ୍‌ କବଚ ଧାରଣ ପାଇଁ ସେମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି। ସେଥିପାଇଁ ବିଭିନ୍ନ ଟିକାକରଣ କେନ୍ଦ୍ରରେ ରାତିରୁ ଧାଡ଼ି ଲାଗୁଛି। ହେଲେ ଏପରି ସମୟରେ ଭାକ୍ସିନ ଅଭାବରୁ ବୁଧବାରଠାରୁ ଅନୁଗୋଳ ଜିଲାରେ ଟିକାକରଣ ବନ୍ଦ ରଖାଯିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।
ଜାନୁୟାରୀ ୧୬ ତାରିଖରୁ ଅନୁଗୋଳ ଜିଲାରେ ଆରମ୍ଭ ହୋଇଥିଲା କୋଭିଡ୍‌ ଟିକାକରଣ କାର୍ଯ୍ୟ। ସେତେବେଳେ ମାତ୍ର କେତୋଟି ହାତଗଣତି ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଯୋଦ୍ଧାଙ୍କୁ ଟିକାଦାନ କରାଯାଉଥିଲା। ହେଲେ ଏ ନେଇ ଅନେକେ ଇଚ୍ଛା ପ୍ରକଟ କରୁ ନ ଥିବାରୁ ବାଧ୍ୟ ହୋଇ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ପରେ ବୟସ୍କଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅଧିକ ଭାକ୍ସିନ ଯୋଗାଣ ହେବାରୁ ଅନୁଗୋଳ ଷ୍ଟାଡିୟମରେ ମେଗା ଟିକାକରଣର ଆୟୋଜନ ହୋଇଥିଲା। ତେବେ ଟିକା ନିୟମରେ ସଂଶୋଧନ ପରେ ୧୮ରୁ ୪୪ ବର୍ଷର ଯୁବବର୍ଗଙ୍କୁ ଏଥିରେ ସାମିଲ କରାଯାଇଥିଲା। ଏପରି କି ଟିକାଦାନ କାର୍ଯ୍ୟ ଜିଲାର ୪୦ଟି କେନ୍ଦ୍ରରେ ଜାରି ରହିଥିଲା। ବର୍ତ୍ତମାନ ସୁଦ୍ଧା ମାତ୍ର ୩ ଲକ୍ଷ ଲୋକଙ୍କ ଟିକାକରଣ କରାଯାଇଛି। ଏଥିରେ ସର୍ବାଧିକ ବୟସ୍କ ଓ କୋଭିଡ୍‌ ଯୋଦ୍ଧା ଥିବାବେଳେ ଅଧିକାଂଶଙ୍କ ଦ୍ୱିତୀୟ ଡୋଜ୍‌ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୧୮ରୁ ୪୪ ବର୍ଷର ଯୁବବର୍ଗଙ୍କ ମଧ୍ୟରୁ ମାତ୍ର କେଇ ହଜାର ପ୍ରଥମ ଡୋଜ୍‌ ପାଇଛନ୍ତି। ତେଣୁ ଜିଲାରେ ଆହୁରି ୯ ଲକ୍ଷ ଲୋକ ସଞ୍ଜୀବନୀ ପାଇଁ ଅପେକ୍ଷା କରିଛନ୍ତି। ଯଦିଓ କିଛିଦିନ ହେଲା ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ତଳମୁହଁା ହୋଇଛି, ତଥାପି ସମ୍ଭାବ୍ୟ ତୃତୀୟ ଲହରର ଭୟ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ ଦିଗରେ ଆଗ୍ରହୀ କରିଛି। ସେଥିପାଇଁ ଦୈନିକ ଟିକାଦାନ କେନ୍ଦ୍ରଗୁଡ଼ିକ ସମ୍ମୁଖରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ହେଲେ ଟିକା ଅଭାବରୁ ବୁଧବାରଠାରୁ ଜିଲାରେ ଟିକାକରଣ ହୋଇପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବହୁ ହଜାର ଲୋକଙ୍କ ଦ୍ୱିତୀୟ ଡୋଜ୍‌ ସମୟ ହୋଇଯାଇଥିବାବେଳେ ହଠାତ୍‌ ଟିକାକରଣ ବନ୍ଦ ରଖାଯିବା ଜିଲାବାସୀଙ୍କୁ ଚିନ୍ତାରେ ପକାଇଛି।
ଟିକା ଆସିଲେ ପ୍ରଦାନ କରାଯିବ
କେବଳ ଅନୁଗୋଳ ନୁହେଁ, ରାଜ୍ୟରେ ଟିକା ସଙ୍କଟ ଦେଖିବାକୁ ମିଳିଛି। ଜିଲାରେ ଯେତିକି ମହଜୁଦ ଥିଲା, ତାହା ଲୋକଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଅନୁଗୋଳ ପାଇଁ ଟିକା ପ୍ରଦାନ କଲେ ଟିକାକରଣ କାର୍ଯ୍ୟ ପୁଣି ଜିଲାରେ ଆରମ୍ଭ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଜିଲାବାସୀ ଚିନ୍ତାରେ ପଡ଼ିଛନ୍ତି
ମହାମାରୀର ତୃତୀୟ ଲହର ପୂର୍ବରୁ ଟିକା ନେବାକୁ ଜିଲାବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି। ହେଲେ ଏପରି ସମୟରେ ଟିକା ଅଭାବରୁ ଜିଲାରେ ଟିକାକରଣ କାର୍ଯ୍ୟ ବନ୍ଦ ରଖାଯିବା ଲୋକଙ୍କୁ ଚିନ୍ତାରେ ପକାଇଛି। ରାଜ୍ୟ ସରକାର ଅନୁଗୋଳ ଜିଲା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତୁ।
-ଜ୍ୟୋତିର୍ମୟୀ ସାହୁ, ଅଧ୍ୟକ୍ଷ, ପ୍ରଗତି ଅନୁଷ୍ଠାନ, ତାଳଚେର
ଠିକ୍‌ ସମୟରେ ଡୋଜ୍‌ ଲଗାଯାଉ
ବିଭିନ୍ନ କେନ୍ଦ୍ରରେ ଟିକା ନେବାକୁ ବହୁ ଦୂରଦୂରାନ୍ତରୁ ଲୋକେ ଆସୁଛନ୍ତି। ଏପରି କି ଅନେକ ସ୍ଥାନରେ ଏଥିପାଇଁ ରାତିରୁ ଆଧାର କାର୍ଡକୁ ଧାଡ଼ି ଲଗାଯାଉଥିବା ଦେଖିବାକୁ ମିଳୁଛି। ଏଥିରୁ ଟିକା ନେବାକୁ ଲୋକଙ୍କ ଆଗ୍ରହ ବୁଝାପଡ଼ୁଛି। ତେଣୁ ଠିକ୍‌ ସମୟରେ ଦ୍ୱିତୀୟ ଡୋଜ୍‌ ସହ ଯୁବବର୍ଗଙ୍କୁ ପ୍ରଥମ ଡୋଜ୍‌ ଦିଆଯାଉ।
-ରାଜା ଶର୍ମା, ବଇଣ୍ଡା
ଲୋକେ ରାସ୍ତାକୁ ଓହ୍ଲାଇବେ
ମହାମାରୀ ଯୋଗୁ କେତେ ଲୋକଙ୍କ ଜୀବନ ଚାଲିଗଲାଣି। ଆଗକୁ ତୃତୀୟ ଲହର ଆସୁଥିବାରୁ ଲୋକେ ଭୟଭୀତ ଅଛନ୍ତି। ସେଥିପାଇଁ ଟିକା ନେବାକୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଧାଡ଼ି ଲଗାଉଛନ୍ତି। ଯଦି ସରକାର ଟିକାକରଣକୁ ପୁନଃ ଜୋରଦାର ନ କରନ୍ତି, ତା’ହେଲେ ଲୋକେ ରାସ୍ତାକୁ ଓହ୍ଲାଇବାରେ ବିଳମ୍ବ କରିବେ ନାହିଁ।
-ସୁଷମା ପ୍ରଧାନ, ଠେଲକନାଳୀ
ଅନୁଗୋଳକୁ ଗୁରୁତ୍ୱ ଦିଆଯାଉ
ଅନୁଗୋଳ ଜିଲା ଶିଳ୍ପ ବହୁଳ ହୋଇଥିବାରୁ ଦୈନିକ ରାଜ୍ୟ ବାହାରୁ ଲୋକେ ଯାତାୟାତ କରୁଛନ୍ତି। ତେଣୁ ଏଠାରେ ସଂକ୍ରମଣ ସଂଖ୍ୟା ଅଧିକ ରହୁଛି। ତେଣୁ ଏହାକୁ ଗୁରୁତ୍ୱ ଦେଇ ସରକାର ଏଠାରେ ଅଧିକ ଟିକାକରଣ କରିବାର ଆବଶ୍ୟକତା ରହିଛି। ଟିକା ସଙ୍କଟ ଦୂର କରିବା ଦିଗରେ ସରକାର ଗୁରୁତ୍ୱ ଦିଅନ୍ତୁ।
-ସୋଭନ ମିଶ୍ର, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri