ଆଗ୍ରହ ବେଳେ ଅଭାବ

ଅନୁଗୋଳ ଅଫିସ, ୩୦ା୬ – ମହାମାରୀ କରୋନାରୁ ସୁରକ୍ଷା ଦେଉଛି ସଞ୍ଜୀବନୀ। ତେଣୁ ନିଶ୍ଚିତ ଟିକା ଲଗାଇବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରି କି କେଉଁ ଟିକା କେତେ ପ୍ରତିଶତ ଆଣ୍ଟିବଡି ସୃଷ୍ଟି କରୁଛି ସେ ନେଇ ବିଶେଷଜ୍ଞମାନଙ୍କ ଦ୍ୱାରା ତଥ୍ୟ ସାର୍ବଜନୀନ କରାଯାଉଛି। ଏଥିସହ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଲୋକେ ଭୟଭୀତ ଥିବାରୁ କୋଭିଡ୍‌ କବଚ ଧାରଣ ପାଇଁ ସେମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି। ସେଥିପାଇଁ ବିଭିନ୍ନ ଟିକାକରଣ କେନ୍ଦ୍ରରେ ରାତିରୁ ଧାଡ଼ି ଲାଗୁଛି। ହେଲେ ଏପରି ସମୟରେ ଭାକ୍ସିନ ଅଭାବରୁ ବୁଧବାରଠାରୁ ଅନୁଗୋଳ ଜିଲାରେ ଟିକାକରଣ ବନ୍ଦ ରଖାଯିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।
ଜାନୁୟାରୀ ୧୬ ତାରିଖରୁ ଅନୁଗୋଳ ଜିଲାରେ ଆରମ୍ଭ ହୋଇଥିଲା କୋଭିଡ୍‌ ଟିକାକରଣ କାର୍ଯ୍ୟ। ସେତେବେଳେ ମାତ୍ର କେତୋଟି ହାତଗଣତି ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଯୋଦ୍ଧାଙ୍କୁ ଟିକାଦାନ କରାଯାଉଥିଲା। ହେଲେ ଏ ନେଇ ଅନେକେ ଇଚ୍ଛା ପ୍ରକଟ କରୁ ନ ଥିବାରୁ ବାଧ୍ୟ ହୋଇ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ପରେ ବୟସ୍କଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅଧିକ ଭାକ୍ସିନ ଯୋଗାଣ ହେବାରୁ ଅନୁଗୋଳ ଷ୍ଟାଡିୟମରେ ମେଗା ଟିକାକରଣର ଆୟୋଜନ ହୋଇଥିଲା। ତେବେ ଟିକା ନିୟମରେ ସଂଶୋଧନ ପରେ ୧୮ରୁ ୪୪ ବର୍ଷର ଯୁବବର୍ଗଙ୍କୁ ଏଥିରେ ସାମିଲ କରାଯାଇଥିଲା। ଏପରି କି ଟିକାଦାନ କାର୍ଯ୍ୟ ଜିଲାର ୪୦ଟି କେନ୍ଦ୍ରରେ ଜାରି ରହିଥିଲା। ବର୍ତ୍ତମାନ ସୁଦ୍ଧା ମାତ୍ର ୩ ଲକ୍ଷ ଲୋକଙ୍କ ଟିକାକରଣ କରାଯାଇଛି। ଏଥିରେ ସର୍ବାଧିକ ବୟସ୍କ ଓ କୋଭିଡ୍‌ ଯୋଦ୍ଧା ଥିବାବେଳେ ଅଧିକାଂଶଙ୍କ ଦ୍ୱିତୀୟ ଡୋଜ୍‌ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୧୮ରୁ ୪୪ ବର୍ଷର ଯୁବବର୍ଗଙ୍କ ମଧ୍ୟରୁ ମାତ୍ର କେଇ ହଜାର ପ୍ରଥମ ଡୋଜ୍‌ ପାଇଛନ୍ତି। ତେଣୁ ଜିଲାରେ ଆହୁରି ୯ ଲକ୍ଷ ଲୋକ ସଞ୍ଜୀବନୀ ପାଇଁ ଅପେକ୍ଷା କରିଛନ୍ତି। ଯଦିଓ କିଛିଦିନ ହେଲା ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ତଳମୁହଁା ହୋଇଛି, ତଥାପି ସମ୍ଭାବ୍ୟ ତୃତୀୟ ଲହରର ଭୟ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ ଦିଗରେ ଆଗ୍ରହୀ କରିଛି। ସେଥିପାଇଁ ଦୈନିକ ଟିକାଦାନ କେନ୍ଦ୍ରଗୁଡ଼ିକ ସମ୍ମୁଖରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ହେଲେ ଟିକା ଅଭାବରୁ ବୁଧବାରଠାରୁ ଜିଲାରେ ଟିକାକରଣ ହୋଇପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବହୁ ହଜାର ଲୋକଙ୍କ ଦ୍ୱିତୀୟ ଡୋଜ୍‌ ସମୟ ହୋଇଯାଇଥିବାବେଳେ ହଠାତ୍‌ ଟିକାକରଣ ବନ୍ଦ ରଖାଯିବା ଜିଲାବାସୀଙ୍କୁ ଚିନ୍ତାରେ ପକାଇଛି।
ଟିକା ଆସିଲେ ପ୍ରଦାନ କରାଯିବ
କେବଳ ଅନୁଗୋଳ ନୁହେଁ, ରାଜ୍ୟରେ ଟିକା ସଙ୍କଟ ଦେଖିବାକୁ ମିଳିଛି। ଜିଲାରେ ଯେତିକି ମହଜୁଦ ଥିଲା, ତାହା ଲୋକଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଅନୁଗୋଳ ପାଇଁ ଟିକା ପ୍ରଦାନ କଲେ ଟିକାକରଣ କାର୍ଯ୍ୟ ପୁଣି ଜିଲାରେ ଆରମ୍ଭ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଜିଲାବାସୀ ଚିନ୍ତାରେ ପଡ଼ିଛନ୍ତି
ମହାମାରୀର ତୃତୀୟ ଲହର ପୂର୍ବରୁ ଟିକା ନେବାକୁ ଜିଲାବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି। ହେଲେ ଏପରି ସମୟରେ ଟିକା ଅଭାବରୁ ଜିଲାରେ ଟିକାକରଣ କାର୍ଯ୍ୟ ବନ୍ଦ ରଖାଯିବା ଲୋକଙ୍କୁ ଚିନ୍ତାରେ ପକାଇଛି। ରାଜ୍ୟ ସରକାର ଅନୁଗୋଳ ଜିଲା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତୁ।
-ଜ୍ୟୋତିର୍ମୟୀ ସାହୁ, ଅଧ୍ୟକ୍ଷ, ପ୍ରଗତି ଅନୁଷ୍ଠାନ, ତାଳଚେର
ଠିକ୍‌ ସମୟରେ ଡୋଜ୍‌ ଲଗାଯାଉ
ବିଭିନ୍ନ କେନ୍ଦ୍ରରେ ଟିକା ନେବାକୁ ବହୁ ଦୂରଦୂରାନ୍ତରୁ ଲୋକେ ଆସୁଛନ୍ତି। ଏପରି କି ଅନେକ ସ୍ଥାନରେ ଏଥିପାଇଁ ରାତିରୁ ଆଧାର କାର୍ଡକୁ ଧାଡ଼ି ଲଗାଯାଉଥିବା ଦେଖିବାକୁ ମିଳୁଛି। ଏଥିରୁ ଟିକା ନେବାକୁ ଲୋକଙ୍କ ଆଗ୍ରହ ବୁଝାପଡ଼ୁଛି। ତେଣୁ ଠିକ୍‌ ସମୟରେ ଦ୍ୱିତୀୟ ଡୋଜ୍‌ ସହ ଯୁବବର୍ଗଙ୍କୁ ପ୍ରଥମ ଡୋଜ୍‌ ଦିଆଯାଉ।
-ରାଜା ଶର୍ମା, ବଇଣ୍ଡା
ଲୋକେ ରାସ୍ତାକୁ ଓହ୍ଲାଇବେ
ମହାମାରୀ ଯୋଗୁ କେତେ ଲୋକଙ୍କ ଜୀବନ ଚାଲିଗଲାଣି। ଆଗକୁ ତୃତୀୟ ଲହର ଆସୁଥିବାରୁ ଲୋକେ ଭୟଭୀତ ଅଛନ୍ତି। ସେଥିପାଇଁ ଟିକା ନେବାକୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଧାଡ଼ି ଲଗାଉଛନ୍ତି। ଯଦି ସରକାର ଟିକାକରଣକୁ ପୁନଃ ଜୋରଦାର ନ କରନ୍ତି, ତା’ହେଲେ ଲୋକେ ରାସ୍ତାକୁ ଓହ୍ଲାଇବାରେ ବିଳମ୍ବ କରିବେ ନାହିଁ।
-ସୁଷମା ପ୍ରଧାନ, ଠେଲକନାଳୀ
ଅନୁଗୋଳକୁ ଗୁରୁତ୍ୱ ଦିଆଯାଉ
ଅନୁଗୋଳ ଜିଲା ଶିଳ୍ପ ବହୁଳ ହୋଇଥିବାରୁ ଦୈନିକ ରାଜ୍ୟ ବାହାରୁ ଲୋକେ ଯାତାୟାତ କରୁଛନ୍ତି। ତେଣୁ ଏଠାରେ ସଂକ୍ରମଣ ସଂଖ୍ୟା ଅଧିକ ରହୁଛି। ତେଣୁ ଏହାକୁ ଗୁରୁତ୍ୱ ଦେଇ ସରକାର ଏଠାରେ ଅଧିକ ଟିକାକରଣ କରିବାର ଆବଶ୍ୟକତା ରହିଛି। ଟିକା ସଙ୍କଟ ଦୂର କରିବା ଦିଗରେ ସରକାର ଗୁରୁତ୍ୱ ଦିଅନ୍ତୁ।
-ସୋଭନ ମିଶ୍ର, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗିରରେ ଭାରତ ବନ୍ଦ ପ୍ରଭାବ

ବଲାଙ୍ଗିର ଅଫିସ,୨୭।୯: ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ସୋମବାର ସକାଳୁ ବଲାଙ୍ଗିର ଜିଲାରେ ବନ୍ଦ ପାଳନ ଜୋରଦାର କରାଯାଇଛି ।...

୪ବର୍ଷର ଶିଶୁ କନ୍ୟାକୁ ବଳାତ୍କାର

ରିଆମାଳ, ୨୫ା୧୨ (ଡି.ଏନ.ଏ.):ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି...

କୃଷି ସଙ୍କଟ ପାଇଁ ସରକାରୀ ନୀତି ଦାୟୀ

ବ୍ରହ୍ମପୁର ଅଫିସ୍‌,୩୧ା୭- ଅଖିଳ ଭାରତ କିଶାନ୍‌ ମଜଦୁର ସଭା (ଏଆଇକେଏମ୍‌ଏସ୍‌)ର ଦୁଇଦିନିଆ ସର୍ବଭାରତୀୟ ସାଧାରଣ ପରିଷଦ ଅଧିବେଶନ ମଙ୍ଗଳବାରଠାରୁ ପ୍ରକାଶମ୍‌ ହଲ୍‌ରେ ଆରମ୍ଭ ହୋଇଛି। ସଂଗଠନର...

ଜୀବନ୍ତ ଜଳିଗଲେ ଦିବ୍ୟାଙ୍ଗ ଯୁବତୀ

କଟକ ଅଫିସ ,୧୨/୭: କଟକ ସୂତାହାଟ ଅଞ୍ଚଳର ଖ୍ରୀଷ୍ଟିଆନ ସାହିରେ ସୋମବାର ରାତିରେ ଅଗ୍ନିକାଣ୍ଡରେ ଜଣେ ଦିବ୍ୟାଙ୍ଗ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତା ହେଲେ...

ମନା ନାହିଁ ପତିତପାବନ ଦର୍ଶନ

ପୁରୀ ଅଫିସ, ୨୧।୧୨କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବ। ୨୩ ଓ ୨୪ ତାରିଖରେ...

କେସିଙ୍ଗା ବ୍ଲକରେ ଶାନ୍ତିଶୃଙ୍ଖଳା ଭାବେ ରଥଯାତ୍ରା ପାଳିତ

କେସିଙ୍ଗା,୪।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ରଥଯାତ୍ରା ଗୁରୁବାର ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି। ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ବଳଭଦ୍ର, ଶୁଭଦ୍ରା...

କେଳୁଣୀ ମୁହାଣରୁ ବେଆଇନ ଟ୍ରଲର ଜବତ

କୋଣାର୍କ,୧୬।୧୨(ଡି.ଏନ୍‌.ଏ.):ଅସ୍ତରଙ୍ଗ ଅନ୍ତର୍ଗତ କେଳୁଣୀ ମୁହାଣ ନିକଟ ନିଷିଦ୍ଧାଞ୍ଚଳରୁ ଗୁରୁବାର ଅପରାହ୍ନରେ ଅସ୍ତରଙ୍ଗ ବନ ବିଭାଗ ପକ୍ଷରୁ ଏକ ବେଆଇନ ଟ୍ରଲର ଜବତ କରାଯାଇଛି। ଉକ୍ତ ଟ୍ରଲର...

ନିର୍ମାଣକୁ ୪ ବର୍ଷ, କାମରେ ଲାଗୁନି ରାତ୍ର ଆଶ୍ରୟସ୍ଥଳ

କେନ୍ଦ୍ରାପଡ଼ା ଅଫିସ,୩୦ା୧୨:ବାହାରେ ଥଣ୍ଡା। ଚାରିଆଡେ କୁହୁଡି ବର୍ଷୁଛି। କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକର ଏକ ଔଷଧ ଦୋକାନ ପିଣ୍ଡାରେ ଜଣେ ମହିଳା ମୁଣ୍ଡ ତଳେ କିଛି...

Advertisement
Archives

Model This Week