ଆମ ଜିଲା ଖବର

ପୁଣି ଫୁଲିଲାଣି ସୁବର୍ଣ୍ଣରେଖା

ବାଲିଆପାଳ, ୩।୧୦: ଚାଷ ଜମିରୁ ବନ୍ୟାଜଳ ଛାଡ଼ିବା ୩ଦିନ ନ ପୁରୁଣୁ ଶୁକ୍ରବାରଠାରୁ ପୁଣି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦସଂକେତ ୧୦.୩୬ ମିଟର ଥିବା ବେଳେ ଶୁକ୍ରବାର ସକାଳ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ…

ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା

ରାଇଘର, ୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଫୁଟାନଡ଼ା ସିଆର୍‌ପିଏଫ୍‌ କ୍ୟାମ୍ପର ଜଣେ ଯବାନ ଶନିବାର ରାତିରେ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ତେଲଙ୍ଗାନାର ଡି. ଗୋବର୍ଦ୍ଧନ। ଖବରପାଇ ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ…

ଚାଷ ଜମିକୁ ଯାଇ ଫେରିଲେନି ନବବିବାହିତ

ବରଗଡ଼ ଅଫିସ୍‌,୨।୧୦: ବଜ୍ରପାତ ଯୋଗୁ ଶନିବାର ବରଗଡ଼ ବ୍ଲକ କଲାପାଣି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ଏଗାର ଓରଫ ଗୌର ଭୁଏ(୪୦)। ସୂଚନା ମୁତାବକ, ଗୌର ଜମିକୁ କାମ କରିବାକୁ ଯାଇଥିଲେ। କାମ ସାରି…

ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ରାଉରକେଲା ଅଫିସ,୨।୧୦: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ରେଲୱେ କ୍ୱାଟର୍ସରେ ବନ୍ଦ ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ମୃତକ ହେଲେ ଯଶୋବନ୍ତ ବେହେରା(୩୫)। ସେ ବନ୍ଧମୁଣ୍ଡା ଡିଜେଲ କଲୋନୀ କ୍ୱାର୍ଟର୍ସ ନଂ ଡିଏଲ-୮/୨ରେ ରହୁଥିବା ବେଳେ ବନ୍ଧମୁଣ୍ଡା…

ଯୁବତୀଙ୍କୁ ପିଟିଲେ ଆର୍‌ପିଏଫ୍‌ କନଷ୍ଟେବଳ

ରାଉରକେଲା ଅଫିସ,୨ା୧୦: ରାଉରକେଲା ପାନପୋଷ ରେଲଓ୍ବେ ଷ୍ଟେଶନରେ ଜଣେ ଯୁବତୀଙ୍କୁ ଆର୍‌ପିଏଫ୍‌ କନଷ୍ଟେବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କନଷ୍ଟେବଳଙ୍କ ମାଡ଼ରେ ଯୁବତୀ ଜଣଙ୍କ ଲହୁଲୁହାଣ ହୋଇ ଆର୍‌ଜିଏଚ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ନେଇ ରାଉରକେଲା ଜିଆର୍‌ପି ଥାନାରେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ, ମିଳିଲା ଝୁଲନ୍ତା ମୃତଦେହ

ଗୋପାଳପୁର,୨ା୧୦(ଡି.ଏନ.ଏ.): ଗୋପାଳପୁର ଥାନା ପୋଲିସ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ମଦନମୋହନପୁର ଗ୍ରାମର ଏମ୍‌. ଶାନ୍ତି (୨୭)। ଗୋଳନ୍ଥରା ଥାନା ମଦନମୋହନପୁରର ଜି.ବୁଡ଼ୁଗାଙ୍କ ସହ ଶାନ୍ତିଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା। ୪…

ମହିଳାଙ୍କ ସହ ସେଲ୍ଫି ନେଲେ, ତା ’ପରେ ଆକାଉଣ୍ଟ ଖୋଳ କରିଦେଲେ

ବାହନଗା,୨।୧୦(ଡି.ଏନ୍‌.ଏ.): ଜିନିଷ କିଣିବାକୁ ଆସି ମହିଳାଙ୍କ ସହିତ ସେଲ୍ଫି ଉଠାଇଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ ଚୋରି କରି ଆକାଉଣ୍ଟ ଖୋଳ କରିଦେଲେ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳରୁ। ଏନେଇ ଲିଖିତ ଅଭିଯୋଗ ହେବା…

ବ୍ୟାଙ୍କ କଲୋନୀରୁ ୮ ଫୁଟର ଅଜଗର ଉଦ୍ଧାର

ଚିତ୍ରକୋଣ୍ଡା,୨।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନ୍ତର୍ଗତ ବ୍ୟାଙ୍କ କଲୋନୀରୁ ଏକ ଆଠ ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି କଲୋନୀର ରବୀ ପତଙ୍ଗ ବାଡ଼ିରେ ବୁଲୁଥିବା ବେଳେ ଏହାକୁ ଦେଖି ସେ ସ୍ନେକ୍‌ ହେଲ୍ପଲାଇନ୍‌ଙ୍କୁ ଜଣାଇ ଥିଲେ। ପରେ ସେମାନେ…

ପରିସ୍ରା କରିବାକୁ ରାସ୍ତାରେ ଅଟକାଇଥିଲେ ଗାଡ଼ି, ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ଖୋର୍ଦ୍ଧା ଅଫିସ,୨।୧୦: ଦିବାଲୋକରେ ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା। ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲାରେ। ଜିତେନ୍ଦ୍ର କୁମାର ଗୁରୁ ନାମକ ଜଣେ ବ୍ୟକ୍ତି ଲୁଟ୍‌ର ଶିକାର ହୋଇଛନ୍ତି। ତାଙ୍କ ଠାରୁ ଦୁର୍ବୃତ୍ତମାନେ ୧ଲକ୍ଷ ୪୬ ହଜାର ଟଙ୍କା…

ଆସ ଶୁଣିବା ଗାନ୍ଧୀ କଥା ବିଚାର ମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

କେନ୍ଦୁଝର,୨।୧୦(ସ୍ବ.ପ୍ର.): ଆସ ଶୁଣିବା ଗାନ୍ଧୀ କଥା ବିଚାର ମଞ୍ଚ ତେଲକୋଇ ବ୍ଲକ ବନବିହାରୀପୁର ଗ୍ରାମରେ ଆରଭିଡିଓ ପକ୍ଷରୁ ଶନିବାର ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ ହେବା ଲାଗି ଆଲୋଚନା ହୋଇଥିଲା। କୃଷ୍ଣଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ…

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ। ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ କହିଛନ୍ତି, ଭୀମ ଭୋଇଙ୍କ ସାହିତ୍ୟ, ଦର୍ଶନ ଉପରେ ଯେତିକି…

ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଖୋର୍ଦ୍ଧା ଅଫିସ,୨।୧୦: ୧୬ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗ୍ରାମର ସନାତନ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?