ମହିଳାଙ୍କ ସହ ସେଲ୍ଫି ନେଲେ, ତା ’ପରେ ଆକାଉଣ୍ଟ ଖୋଳ କରିଦେଲେ

ବାହନଗା,୨।୧୦(ଡି.ଏନ୍‌.ଏ.): ଜିନିଷ କିଣିବାକୁ ଆସି ମହିଳାଙ୍କ ସହିତ ସେଲ୍ଫି ଉଠାଇଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ ଚୋରି କରି ଆକାଉଣ୍ଟ ଖୋଳ କରିଦେଲେ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳରୁ। ଏନେଇ ଲିଖିତ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।
ସୂଚନାଯୋଗ୍ୟ, ସୋର ଥାନା ଆରୁହା ଗାଁର ଜୟନ୍ତୀ କୁଅଁର। ସେ ଜଣେ ବୀମା ଏଜେଣ୍ଟ। ଏଥିସହ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରଡକ୍ଟର ମାର୍କେଟିଂ କରନ୍ତି। ଜୟନ୍ତୀଙ୍କ ଅଭିଯୋଗ ଅନୁଯାୟୀ, ବାହାନଗା ଅଞ୍ଚଳର ବଳରାମ ପଣ୍ଡା ଥରେ ତାଙ୍କ ପାଖକୁ ଆସିଥିଲେ। ଆଉ କିଛି ପ୍ରଡକ୍ଟ କିଣିଥିଲେ। ପରେ ତାଙ୍କ ପରାମର୍ଶରେ ଚିଣ୍ଟୁ ଓ ରଞ୍ଜିତ ବାରିକ ପ୍ରଡକ୍ଟ କିଣିବା ପାଇଁ ଜୟନ୍ତୀଙ୍କ ପାଖକୁ ଆସିଥିଲେ। ଉଭୟଙ୍କ ଭିତରେ କଥାବାର୍ତ୍ତା ଚାଲିଥିବା ବେଳେ ଏହି ଦୁଇ ଯୁବକ ଜୟନ୍ତୀଙ୍କ ବାରଣ ସତ୍ତ୍ୱେ ସେଲ୍ଫି ଉଠାଇଥିଲେ।
ପରେ ଜୟନ୍ତୀ ସେଲ୍ଫି ଉଠାଯାଇଥିବା ମୋବାଇଲ୍ଟିକୁ ଜବରଦସ୍ତ ଛଡ଼ାଇ ନେଇଥିଲେ। ଏହା ପରେ ସେମାନେ ସେଠାରୁ ପଳାଇ ଯାଇଥିଲେ। ଯାହାକୁ ନେଇ ଜୟନ୍ତୀ ଓ ସେମାନଙ୍କ ଭିତରେ ବିବାଦ ଲାଗି ରହିଥିଲା। ଜୟନ୍ତୀଙ୍କଠାରୁ ମୋବାଇଲ ନେବା ପାଇଁ ସେମାନେ ବହୁବାର ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇ ନ ଥିଲେ।

କିଛିଦିନ ତଳେ ଜୟନ୍ତୀଙ୍କ ମୋବାଇଲ ଚୋରି ହୋଇଥିଲା। ଜୟନ୍ତୀଙ୍କ କହିବା ଅନୁସାରେ ଚିଣ୍ଟୁ ଓ ରଞ୍ଜିତ ତାଙ୍କ ମୋବାଇଲ ଚୋରି କରିଛନ୍ତି। ପରେ ସେମାନେ ତାଙ୍କ ମୋବାଇଲ୍‌ରେ ଥିବା ଫୋନ ପେ’ରେ ଅନ୍ଲାଇନ ଶପିଂ କରିଛନ୍ତି। ଅଭିଯୁକ୍ତମାନେ ୩ ଲକ୍ଷ ୭୩ ହାଜର ୯୩୯ ଟଙ୍କାର ଶପିଂ କରିଥିବା ଜାଣିବା ପରେ ଜୟନ୍ତୀ ଏ ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି। ସେ ବଳରାମ, ଚିଣ୍ଟୁ ଓ ରଞ୍ଜିତଙ୍କ ନାଁରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?