୨୩ରୁ ଖୋଲିବ ଆଖଣ୍ଡଳମଣି ମନ୍ଦିର
ଆରଡ଼ି,୨୧।୮(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ମନ୍ଦିର ଆସନ୍ତା ୨୩ ତାରିଖ ତଥା ସୋମବାର ଖୋଲିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁମାନେ ସକାଳ ୬ଟାରୁ ରାତି ୮ଟା ଯାଏ ବାବା ଆଖଣ୍ଡଳମଣିଙ୍କୁ…
ରିଂ ରୋଡ୍, ଆଡ଼ିବନ୍ଧ ନିର୍ମାଣ ଲାଗି ତତ୍ପରତା
ବାରିପଦା ଅଫିସ,୨୧ା୮- ବାରିପଦା ସହରକୁ ବୁଢ଼ାବଳଙ୍ଗ ନଦୀ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ମୟୂରଭଞ୍ଜ ଜଳସେଚନ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରିଂ ରୋଡ୍ ସହ ଆଡ଼ିବନ୍ଧ ଓ ସ୍ବୟଂଚାଳିତ ସୁଇସ ଗେଟ ନିର୍ମାଣ ପାଇଁ ବିଭାଗ ପକ୍ଷରୁ…
ଦୁର୍ଘଟଣାରେ ଗଲା ଶିଶୁକନ୍ୟାଙ୍କ ଜୀବନ, ଟ୍ରକ ଜାଳି ଦେଲେ ଲୋକେ
ଝାରସୁଗୁଡ଼ା ଅଫିସ,୨୦।୮: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାର ଛତ୍ରିଆକଣ୍ଟା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଏକ ମାଲବୋଝେଇ ଟ୍ରକ ବାଇକ୍କୁ ଧକ୍କା ଦେଇଥିଲା। ଏଥିରେ ୫ ବର୍ଷୀୟା ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ। ମୃତକ…
ରେଳମନ୍ତ୍ରୀଙ୍କୁ ଧରାଇଲେ ଅଭିଯୋଗର ଲମ୍ବା ତାଲିକା
କୋରାପୁଟ/ଦାମନଯୋଡ଼ି/ସୁନାବେଡ଼ା,୨୦ା୮(ସ୍ବ.ପ୍ର.): ସବ୍କା ସାଥ୍, ସବ୍କା ବିକାଶକୁ ପାଥେୟକରି ଶୁକ୍ରବାର ରେଳ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ କୋରାପୁଟ ଜିଲା ଗସ୍ତକରି କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜନଧନ ଯୋଜନା,…
ବାରଣ୍ଡାରେ ଶୋଇଥିଲା ଶିଶୁ, ଭୁଶୁଡ଼ିଲା କାନ୍ଥ
ଉମରକୋଟ,୨୦।୮(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିପଡ଼ିଲା କାନ୍ଥ। କାନ୍ଥ ତଳେ ଚାପିହୋଇ ୬ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଚିକଲପଦର ପଞ୍ଚାୟତ ପୂଜାରୀଭରଣ୍ଡି ଗ୍ରାମରେ। ମୃତକ ହେଲେ ରାମ…
ୟୁରିଆ ପାଇଁ ଲ୍ୟାମ୍ପସ୍ ଏମ୍ଡିଙ୍କୁ ମାଡ଼
ଝରିଗାଁ, ୨୦।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲାରେ ସାର ଅଭାବ ଲାଗି ରହିଛି। ଝରିଗାଁ ବ୍ଲକ ଲ୍ୟାମ୍ପସ୍ରେ ଶୁକ୍ରବାର ସାର ବଣ୍ଟନବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। କେତେଜଣ ଚାଷୀ ଅଧିକ ସାର ଦାବିରେ ଲ୍ୟାମ୍ପସ୍ ଏମ୍ଡିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ…
କୋମ୍ବିଂ ଅପରେଶନ ବେଳେ ଗଲା ୨ ଯବାନଙ୍କ ଜୀବନ
ମାଲକାନଗିରି,୨୦ା୮(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲାରେ ଶୁକ୍ରବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ଯବାନ ଶହୀଦ ହୋଇଛନ୍ତି। ସେମାନେ ହେଲେ ଏସ୍ଏସ୍ଆଇ ସୁଧାକର ସିନ୍ଧେ ଓ ପ୍ଲାଟୁନ କମାଣ୍ଡର ଗୁରୁମୁଖ୍ ସିଂ। ବସ୍ତର ଜିଲା କଡେନାଡ…
ଚାକିରି ପାଇଁ ରେଳରୋକୋ
ପଦ୍ମପୁର,୨୦ା୮(ଡି.ଏନ.ଏ.): ଭଦ୍ରକ ଜିଲା ଚରମ୍ପା-ଧାମରା ନିର୍ମିତ ରେଳପଥ ପାଇଁ ଜମି ହରାଇଥିବା ସଦର ବ୍ଲକର ଶତାଧିକ ଲୋକ ଶୁକ୍ରବାର ଭଟତିରା-ଇଚ୍ଛାପୁରଠାରେ ରେଳରୋକୋ କରିଥିଲେ। ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ଚାଷୀମାରଣ ନୀତି ବୋଲି ସେମାନେ ଅଭିଯୋଗ କରିବା ସହ ଜମିହରାଙ୍କ ପରିବାରର ଜଣେ…
ଦିନିକିଆ ରାୟଗଡ଼ା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ରାୟଗଡା ଅଫିସ,୨୦।୮: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନିକିଆ ରାୟଗଡ଼ା ଗସ୍ତ କରିଛନ୍ତି। ମନ୍ତ୍ରୀ ହୀରାଖଣ୍ଡ ଏକ୍ସପ୍ରେସରେ ଯାଇ ସକାଳେ ରାୟଗଡ଼ାରେ ପହଞ୍ଚିଛିଥିଲେ। ସେ ଭାଜପା ପକ୍ଷରୁ ଆୟୋଜନ ହୋଇଥିବା ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଛନ୍ତି। ପରେ ରାୟଗଡ଼ାର…
ଜୁଆ ଆଡ୍ଡା ଉପରେ ଚଢ଼ାଉ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ ବାନ୍ଧିଲା ପୋଲିସ
ପୁରୁଷୋତ୍ତମପୁର,୨୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଭାଟକୁମରଡ଼ା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁରବାର ସନ୍ଧ୍ୟାରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ସମୟରେ କିଛି ଜୁଆଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗୋଡ଼ାଇ ଗୋଡ଼ାଇ ପୋଲିସ ୭ଜଣଙ୍କୁ…
ସୋମବାର ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର
ଆରଡ଼ି,୨୦।୮(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତା ୨୩ ତାରିଖ ସୋମବାର ଖୋଲିବ। ଏ ନେଇ ସଂକ୍ରାନ୍ତରେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନିଷ୍ପତ୍ତି ଅନୁସାରେ…
ରୋଗୀ ନେଇ ଯାଉଥିବାବେଳେ ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ
ଗଞ୍ଜାମ,୨୦ା୮(ଡି.ଏନ୍.ଏ.): ଗଞ୍ଜାମ ସହର ସାନ ବଜାରଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଡିଭାଇଡରରେ ପିଟି ହୋଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ସେହି ଗାଡ଼ିରେ ବସିଥିବା ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ଏହି…

