୧୧୭ ସଂସ୍ଥାର ବହୁ କୋଟି ବକେୟା

କଟକ ଅଫିସ,୩ା୧୨: ସମ୍ବଲପୁର ସିଟି,ଜିଏସ୍‌ଟି ସର୍କଲ-୨ ଅଧୀନ ୧୧୭ ବ୍ୟକ୍ତିଗତ ଓ ବାଣିଜି୍ୟକ ସଂସ୍ଥାର କୋଟି କୋଟି ଟଙ୍କା ବକେୟା ପଡ଼ିଛି। ଗତ ନଭେମ୍ବର ୨୫ତାରିଖ ସୁଦ୍ଧା କେତେ ଟଙ୍କା ଟିକସ ବାବଦକୁ ବାକି ରହିଛି, ତାହାର ତଥ୍ୟ ହସ୍ତଗତ ହୋଇଛି। ସେଥିମଧ୍ୟରେ ହାଇଟେକ୍‌ ବଟଲିଂ ଲିମିଟେଡ୍‌ର ୧.୧୨କୋଟି ଓ ସୁରେନ୍ଦ୍ର ସିଂ କାବ୍‌ଲିର ୪୫ଲକ୍ଷ ୧୧ହଜାର ୬୫୮ ଟଙ୍କାର ସର୍ବାଧିକ ବକେୟା ରହିଥିବା ଜଣାପଡ଼ିଛି। ସେହିପରି ଅଭିଷେକ ଚେଜାରାଙ୍କ ନାମରେ ୧୩ଲକ୍ଷ ୫ହଜାର ୮୩୬, ଅଭି ମହାନନ୍ଦଙ୍କ ନାମରେ ୧୩ଲକ୍ଷ ୯୩ହଜାର ୭୬୪, ସଞ୍ଜୀବ କୁମାର ପଣ୍ଡାଙ୍କ ନାମରେ ୧୦ ଲକ୍ଷ ୬୮ ହଜାର ୬୯୨, ଉମାକାନ୍ତ ପଟେଲଙ୍କ ନାମରେ ୧୩ ଲକ୍ଷ ୧୮ହଜାର ୮୫୨, ନନ୍ଦିନୀ ଗୋଏଲଙ୍କ ନାମରେ ୨୬ ଲକ୍ଷ ୩୩ହଜାର ୮୭୨ଟଙ୍କା ବୟୋ ରହିଛି। ସେହିପରି ଟିକେଶ ବେହେରାଙ୍କ ୧୬ ଲକ୍ଷ ୨୯ହଜାର ୩୫୦, ଗୁରତେଜ ସିଂ କାବଲିଙ୍କ ୧୮ଲକ୍ଷ ୩୧ ହଜାର ୯୦୮, ଲକ୍ଷ୍ମଣ ପ୍ରଧାନଙ୍କ ୧୦ ଲକ୍ଷ ୩୮ହଜାର ୩୨୨, ହାଇଟେକ ବଟଲିଂ ଲିମିଟେଡ୍‌ର୧୬ ଲକ୍ଷ ୨୯ହଜାର ୧୮୪, ଅନ୍ୟ ଏକ ହାଇଟେକ୍‌ ବଟଲିଂ ଲିମିଟେଡର ୩୪ ଲକ୍ଷ ୫୭ ହଜାର ୬୮୩ ଟଙ୍କା ଟିକସ ବାବଦରେ ବକେୟା ରହିଛି। ହାଇଟେକ୍‌ ବଟଲିଂ ନାମରେ ୪ଟି ଆକାଉଣ୍ଟ ରହିଛି। ଅନ୍ୟ ଏକ ଆକାଉଣ୍ଟର ବକେୟା ଟିକସ ୯ଲକ୍ଷ ୬୯ହଜାର ୭୦୭ ଟଙ୍କା ରହିଛି। ତେବେ ଉପରୋକ୍ତ ୧୧୭ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ଅସଲି କି ନକଲି ତାହା ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଚଳିତବର୍ଷ ନକଲି ଜିଏସ୍‌ଟି ଆକାଉଣ୍ଟ କରି ଇନ୍‌ପୁଟ ଟିକସ କ୍ରେଡିଟ (ଆଇଟିସି) ହାତେଇବା ଅଭିଯୋଗରେ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଏନେଇ ସମ୍ବଲପୁର ସିଟି ଜିଏସ୍‌ଟି ସର୍କଲ -୨ର ଡେପୁଟି କମିଶନର ସ୍ବସ୍ତି ବଡ଼ପଣ୍ଡା କହିଛନ୍ତି, ଉକ୍ତ ବକେୟା ତାଲିକା ମଧ୍ୟରୁ କେତେଜଣ ୧୦ ପ୍ରତିଶତ ବକେୟା ଅର୍ଥ ପଇଠକରି ବିଭାଗର ଆପିଲେଟ ଅଥରିଟିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ତାଙ୍କ ଉପରେ କିଛି କରିହେବ ନାହିଁ। ଅନ୍ୟମାନଙ୍କ ଉପରେ ବିଭାଗ ଯାହା ନିଷ୍ପତ୍ତି ନେବ। ଏଠାରେ ସୂଚନାଯୋଗ୍ୟ, ଗତ ଜୁଲାଇ ୧୬ରେ ଏନଫୋର୍ସମେଣ୍ଟ ୱିଙ୍ଗ ଜିଏସ୍‌ଟି ଠକେଇ ର଼୍ୟାକେଟ ଧରିବା ସହ ୨ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଥିଲା। ସେମାନେ ହେଲେ, ରାଉରକେଲାସ୍ଥିତ ସ୍ମାର୍ଟଏଜିସ୍‌ ଟ୍ରେଡ୍‌ ଭେଞ୍ଚର ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ସୁଜୟ ମୈତ୍ର ଓ ତିରୁପତି ଟ୍ରେଡର୍ସର ମ୍ୟାନେଜିଂ ପାର୍ଟନର ତଥା ସଦ୍‌ଗୁରୁ ମେଟାଲ୍ସ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ୍‌ର ଅଧିକୃତ ପ୍ରତିନିଧି ଗୁରୁଦିତ୍‌ ଡାଙ୍ଗ। ବାସ୍ତବରେ ଅଭିଯୁକ୍ତଦ୍ୱୟ କୌଣସି କମ୍ପାନୀ କିମ୍ବା କାରବାର କରି ନ ଥିଲେ। ଜାଲ୍‌ କାଗଜପତ୍ରରେ ୧୬ଟି କମ୍ପାନୀ ଚାଲିଥିବା ଦେଖାଇ ୬୪୧ କୋଟି ଟଙ୍କାର ବିଲ୍‌ ମାଧ୍ୟମରେ ୧୧୫.୧୦ କୋଟି ଟଙ୍କାର ଆଇଟିସି ହାତେଇଥିଲେ। ଏହି ଠକେଇଦ୍ୱାରା ସରକାର ବିପୁଳ ରାଜସ୍ବ ହରାଇଥିଲେ।

ସେହିପରି ଗତ ସେପ୍ଟେମ୍ବର ୨ରେ ଜିଏସ୍‌ଟି ଏନଫୋର୍ସମେଣ୍ଟ ୱିଙ୍ଗ ମାଷ୍ଟରମାଇଣ୍ଡ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲଙ୍କୁ ଝାରସୁଗୁଡା ଓ ଜାଲ୍‌ ବ୍ୟବସାୟିକ ସଂସ୍ଥାର ମୁଖ୍ୟ ସତୀନ୍ଦ୍ର କୁମାର ଯାଦବଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା। ସେମାନେ ପ୍ରାୟ ୧୮୧୯ କୋଟି ଟଙ୍କା ଜାଲ୍‌ ବିଲ୍‌ ବଳରେ ପ୍ରାୟ ୩୨୩ କୋଟି ଟଙ୍କାର ଇନପୁଟ ଟିକସ ହଡ଼ପ କରିଥିଲେ।

ସୁଶାନ୍ତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri