୧୧୭ ସଂସ୍ଥାର ବହୁ କୋଟି ବକେୟା

କଟକ ଅଫିସ,୩ା୧୨: ସମ୍ବଲପୁର ସିଟି,ଜିଏସ୍‌ଟି ସର୍କଲ-୨ ଅଧୀନ ୧୧୭ ବ୍ୟକ୍ତିଗତ ଓ ବାଣିଜି୍ୟକ ସଂସ୍ଥାର କୋଟି କୋଟି ଟଙ୍କା ବକେୟା ପଡ଼ିଛି। ଗତ ନଭେମ୍ବର ୨୫ତାରିଖ ସୁଦ୍ଧା କେତେ ଟଙ୍କା ଟିକସ ବାବଦକୁ ବାକି ରହିଛି, ତାହାର ତଥ୍ୟ ହସ୍ତଗତ ହୋଇଛି। ସେଥିମଧ୍ୟରେ ହାଇଟେକ୍‌ ବଟଲିଂ ଲିମିଟେଡ୍‌ର ୧.୧୨କୋଟି ଓ ସୁରେନ୍ଦ୍ର ସିଂ କାବ୍‌ଲିର ୪୫ଲକ୍ଷ ୧୧ହଜାର ୬୫୮ ଟଙ୍କାର ସର୍ବାଧିକ ବକେୟା ରହିଥିବା ଜଣାପଡ଼ିଛି। ସେହିପରି ଅଭିଷେକ ଚେଜାରାଙ୍କ ନାମରେ ୧୩ଲକ୍ଷ ୫ହଜାର ୮୩୬, ଅଭି ମହାନନ୍ଦଙ୍କ ନାମରେ ୧୩ଲକ୍ଷ ୯୩ହଜାର ୭୬୪, ସଞ୍ଜୀବ କୁମାର ପଣ୍ଡାଙ୍କ ନାମରେ ୧୦ ଲକ୍ଷ ୬୮ ହଜାର ୬୯୨, ଉମାକାନ୍ତ ପଟେଲଙ୍କ ନାମରେ ୧୩ ଲକ୍ଷ ୧୮ହଜାର ୮୫୨, ନନ୍ଦିନୀ ଗୋଏଲଙ୍କ ନାମରେ ୨୬ ଲକ୍ଷ ୩୩ହଜାର ୮୭୨ଟଙ୍କା ବୟୋ ରହିଛି। ସେହିପରି ଟିକେଶ ବେହେରାଙ୍କ ୧୬ ଲକ୍ଷ ୨୯ହଜାର ୩୫୦, ଗୁରତେଜ ସିଂ କାବଲିଙ୍କ ୧୮ଲକ୍ଷ ୩୧ ହଜାର ୯୦୮, ଲକ୍ଷ୍ମଣ ପ୍ରଧାନଙ୍କ ୧୦ ଲକ୍ଷ ୩୮ହଜାର ୩୨୨, ହାଇଟେକ ବଟଲିଂ ଲିମିଟେଡ୍‌ର୧୬ ଲକ୍ଷ ୨୯ହଜାର ୧୮୪, ଅନ୍ୟ ଏକ ହାଇଟେକ୍‌ ବଟଲିଂ ଲିମିଟେଡର ୩୪ ଲକ୍ଷ ୫୭ ହଜାର ୬୮୩ ଟଙ୍କା ଟିକସ ବାବଦରେ ବକେୟା ରହିଛି। ହାଇଟେକ୍‌ ବଟଲିଂ ନାମରେ ୪ଟି ଆକାଉଣ୍ଟ ରହିଛି। ଅନ୍ୟ ଏକ ଆକାଉଣ୍ଟର ବକେୟା ଟିକସ ୯ଲକ୍ଷ ୬୯ହଜାର ୭୦୭ ଟଙ୍କା ରହିଛି। ତେବେ ଉପରୋକ୍ତ ୧୧୭ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ଅସଲି କି ନକଲି ତାହା ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଚଳିତବର୍ଷ ନକଲି ଜିଏସ୍‌ଟି ଆକାଉଣ୍ଟ କରି ଇନ୍‌ପୁଟ ଟିକସ କ୍ରେଡିଟ (ଆଇଟିସି) ହାତେଇବା ଅଭିଯୋଗରେ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଏନେଇ ସମ୍ବଲପୁର ସିଟି ଜିଏସ୍‌ଟି ସର୍କଲ -୨ର ଡେପୁଟି କମିଶନର ସ୍ବସ୍ତି ବଡ଼ପଣ୍ଡା କହିଛନ୍ତି, ଉକ୍ତ ବକେୟା ତାଲିକା ମଧ୍ୟରୁ କେତେଜଣ ୧୦ ପ୍ରତିଶତ ବକେୟା ଅର୍ଥ ପଇଠକରି ବିଭାଗର ଆପିଲେଟ ଅଥରିଟିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ତାଙ୍କ ଉପରେ କିଛି କରିହେବ ନାହିଁ। ଅନ୍ୟମାନଙ୍କ ଉପରେ ବିଭାଗ ଯାହା ନିଷ୍ପତ୍ତି ନେବ। ଏଠାରେ ସୂଚନାଯୋଗ୍ୟ, ଗତ ଜୁଲାଇ ୧୬ରେ ଏନଫୋର୍ସମେଣ୍ଟ ୱିଙ୍ଗ ଜିଏସ୍‌ଟି ଠକେଇ ର଼୍ୟାକେଟ ଧରିବା ସହ ୨ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଥିଲା। ସେମାନେ ହେଲେ, ରାଉରକେଲାସ୍ଥିତ ସ୍ମାର୍ଟଏଜିସ୍‌ ଟ୍ରେଡ୍‌ ଭେଞ୍ଚର ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ସୁଜୟ ମୈତ୍ର ଓ ତିରୁପତି ଟ୍ରେଡର୍ସର ମ୍ୟାନେଜିଂ ପାର୍ଟନର ତଥା ସଦ୍‌ଗୁରୁ ମେଟାଲ୍ସ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ୍‌ର ଅଧିକୃତ ପ୍ରତିନିଧି ଗୁରୁଦିତ୍‌ ଡାଙ୍ଗ। ବାସ୍ତବରେ ଅଭିଯୁକ୍ତଦ୍ୱୟ କୌଣସି କମ୍ପାନୀ କିମ୍ବା କାରବାର କରି ନ ଥିଲେ। ଜାଲ୍‌ କାଗଜପତ୍ରରେ ୧୬ଟି କମ୍ପାନୀ ଚାଲିଥିବା ଦେଖାଇ ୬୪୧ କୋଟି ଟଙ୍କାର ବିଲ୍‌ ମାଧ୍ୟମରେ ୧୧୫.୧୦ କୋଟି ଟଙ୍କାର ଆଇଟିସି ହାତେଇଥିଲେ। ଏହି ଠକେଇଦ୍ୱାରା ସରକାର ବିପୁଳ ରାଜସ୍ବ ହରାଇଥିଲେ।

ସେହିପରି ଗତ ସେପ୍ଟେମ୍ବର ୨ରେ ଜିଏସ୍‌ଟି ଏନଫୋର୍ସମେଣ୍ଟ ୱିଙ୍ଗ ମାଷ୍ଟରମାଇଣ୍ଡ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲଙ୍କୁ ଝାରସୁଗୁଡା ଓ ଜାଲ୍‌ ବ୍ୟବସାୟିକ ସଂସ୍ଥାର ମୁଖ୍ୟ ସତୀନ୍ଦ୍ର କୁମାର ଯାଦବଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା। ସେମାନେ ପ୍ରାୟ ୧୮୧୯ କୋଟି ଟଙ୍କା ଜାଲ୍‌ ବିଲ୍‌ ବଳରେ ପ୍ରାୟ ୩୨୩ କୋଟି ଟଙ୍କାର ଇନପୁଟ ଟିକସ ହଡ଼ପ କରିଥିଲେ।

ସୁଶାନ୍ତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ନବରାତ୍ରୀରେ ବିରଳ ସଂଯୋଗ: ସିଂହ, ତୁଳା ସମେତ ୫ ରାଶି ଉପରେ ଧନବର୍ଷା! ମିଳିବ ବଡ଼ ଚାକିରିର ଅଫର୍‌

ଶାରଦୀୟ ନବରାତ୍ରୀର ପ୍ରତିପଦା ତିଥିରେ ସୂର୍ଯ୍ୟୋଦୟ ସମୟରେ ହସ୍ତା ନକ୍ଷତ୍ର ଏବଂ ଶୁକ୍ଳ ଯୋଗ ରହିବ। ବୃହସ୍ପତି ଓ ଚନ୍ଦ୍ରଙ୍କ ମଧ୍ୟରେ ଗଜକେଶରୀ ଯୋଗ ପ୍ରଭାବଶାଳୀ ରହିବ।…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?