ଆମ ଜିଲା ଖବର

ମରାମତି ହେଉନି ରାସ୍ତା

କଣିହାଁ,୨।୧(ଡି.ଏନ.ଏ.) କଣିହାଁ ବ୍ଲକ ବଡ଼ଗୁଣ୍ଡୁରୀ ପଞ୍ଚାୟତ ବଡ଼ହୀରା ଗାଁର କଂକ୍ରିଟ ରାସ୍ତା ଦୀର୍ଘଦିନ ହେବ ଫାଟିଯାଇଛି। ଏହି ରାସ୍ତା ଦେଇ ଦୈନିକ ଅନେକ ଭାରୀଯାନ ଯାଉଥିବା ବେଳେ ଛେଣ୍ଡିପଦା ବ୍ଲକର ବହୁ ଅଞ୍ଚଳବାସୀ ଏହା ଉପରେ ନିର୍ଭର କରନ୍ତି। ଜିଲା ଖଣିଜ…

ନୂଆବର୍ଷ ମଜା ଫିକା: ଦୀଘାମୁହାଁ ପର୍ଯ୍ୟଟକ

ଭୋଗରାଇ, ୨।୧(ଡି.ଏନ.ଏ.) କୋଭିଡ୍‌ କଟକଣା ଯୋଗୁ ନୂଆବର୍ଷ ପାଳନ ଫିକା ପଡିଛି। ବାଲେଶ୍ୱର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଖାଁ ଖାଁ ପରିବେଶ ପରିଲକ୍ଷିତ ହୋଇଥିଲା। ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋ ଟୁରିଜିମ୍‌, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର ଓ ଚାନ୍ଦିପୁର ବେଳାଭୂମିକୁ ବହୁ ପର୍ଯ୍ୟଟକ…

ସ୍ବଚ୍ଛତାରେ ଯୋଡ଼ିହେବେ ପୂଜା କମିଟି

ଢେଙ୍କାନାଳ ଅଫିସ, ୨।୧: ଢେଙ୍କାନାଳ ସହରର ପୂଜା ପ୍ରତିଷ୍ଠାନଗୁଡ଼ିକୁ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ କରାଯିବ। ସହର ସୌନ୍ଦର୍ଯ୍ୟକରଣରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପୌରସଂସ୍ଥା ପକ୍ଷରୁ ଲକ୍ଷ୍ମୀବଜାର ଇନ୍ଦିରା ଗାନ୍ଧୀ ସୁପରମାର୍କେଟ୍‌ କମ୍ପ୍ଲେକ୍ସ ପ୍ରାଙ୍ଗଣରେ ଆୟୋଜିତ ‘ସଫେଇ ପେ ଚର୍ଚ୍ଚା’…

ଭୀମକୁଣ୍ଡରେ ୨ହଜାର ପର୍ଯ୍ୟଟକ, କରୋନା କଟକଣା ଉଲ୍ଲଂଘନ

ପାଟଣା, ୨।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡି ମୌଜା ଅଧୀନ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ନୂଆବର୍ଷ ଉପଲକ୍ଷେ ଶନିବାର ଉତ୍ସବମୁଖର ହୋଇପଡିଥିଲା। ପ୍ରତିବର୍ଷ ଏଠାରେ ୩୦ହଜାରରୁ ଊଦ୍ଧର୍‌ବ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଚଳିତବର୍ଷ କରୋନା କଟକଣା…

ଦିବ୍ୟାଙ୍ଗ ପିଲାଙ୍କ ସହ ପର୍ଯ୍ୟଟନମନ୍ତ୍ରୀଙ୍କ ନୂଆବର୍ଷ

ଖଇରା, ୨।୧(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନ କଣ୍ଟାବଣିଆସ୍ଥିତ କେଶବପୁରସ୍ତମ ମାନସିକ ଅନଗ୍ରସର ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ପିଲାଙ୍କ ସହ ନୂଆବର୍ଷ ପାଳିଛନ୍ତି ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଶନିବାର…

୬ ପୋଲିସ ସମ୍ବର୍ଦ୍ଧିତ

ଢେଙ୍କାନାଳ ଅଫିସ,୨।୧: କଟକ ଜିଲା ଆଠଗଡ଼ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆର କ୍ୟାଶ ଭ୍ୟାନ୍‌ରୁ ୨୦୨୧ ଅକ୍ଟୋବର ୧୧ରେ ୧ କୋଟି ୬ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଘଟଣାର ୪୫ ମିନିଟ୍‌ ମଧ୍ୟରେ ଢେଙ୍କାନାଳ ସଦର ଥାନା ଭୋଜଦେଇପୁର ଗ୍ରାମରୁ ଉକ୍ତ ଲୁଟ୍‌…

ନୂଆବର୍ଷରେ ଆଖଣ୍ଡଳମଣି ପୀଠ ଖାଁ ଖାଁ

ଆରଡ଼ି, ୨।୧ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ ଶନିବାର ଖଁା ଖଁା ଲାଗିଥିଲା। ମନ୍ଦିର ବାହାରେ ଜିଲା ପ୍ରଶାସନ ପକ୍ଷରୁ ୩ଦିନ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ପୀଠକୁ ଅଳ୍ପ କେତେଜଣ ଶ୍ରଦ୍ଧାଳୁ ଆସିଥିଲେ। ସେମାନେ…

ଗ୍ରାମବାସୀ-ବନ କର୍ମଚାରୀ ମୁହାଁମୁହିଁ

କପ୍ତିପଦା,୧।୧(ଡି.ଏନ.ଏ.): ବନ ବିଭାଗର ଏକ ଗୃହ ନିର୍ମାଣକୁ ନେଇ ଗ୍ରାମବାସୀ ଓ ବିଭାଗୀୟ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରକାଶ ଯେ, ଶିମିଳିପାଳ ପାଦଦେଶରେ ଥିବା ବାଲିନାଳ ନିକଟରେ ଜଙ୍ଗଲ ସୁରକ୍ଷା ନିମନ୍ତେ ବନ…

ବିନା ଭକ୍ତରେ ମା’ ତାରିଣୀଙ୍କ ସୁନାବେଶ

ଘଟଗାଁ,୧।୧ (ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ତାରିଣୀ ପୀଠରେ ଇଂରାଜୀ ନବବର୍ଷ ୨୦୨୨ର ପ୍ରଥମ ଦିନ ଶନିବାର ବିନା ଭକ୍ତରେ ମା’ଙ୍କ ସମସ୍ତ ନୀତିକାନ୍ତି, ମଙ୍ଗଳ ଆଳତି ସହ ସୁନାବେଶ ସମ୍ପନ୍ନ ହୋଇଛି। କୋଭିଡ୍‌ କଟକଣା ଯୋଗୁ ମନ୍ଦିର ୩ ଦିନ…

ବର୍ଷ ଆରମ୍ଭରୁ ମାଓବାଦୀ ସଙ୍ଗଠନକୁ ଶକ୍ତ ଧକ୍କା

ମାଲକାନଗିରି,୧।୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତରେ ନୂତନ ବର୍ଷର ପ୍ରଥମ ଦିନରେ ମାଓବାଦୀ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା। ମାଲକାନଗିରି ଜିଲା ସୀମାନ୍ତକୁ ଲାଗିଥିବା ଛତିଶଗଡ଼ର ସୁକ୍‌ମାରେ ଏହା ଦେଖିବାକୁ ମିଳିଛି। ସଙ୍ଗଠନକୁ ବିରୋଧ କରି ୯ ଜଣ ମହିଳାଙ୍କ ସମେତ ୪୪…

ନୂଆବର୍ଷ ପାଇଁ ନେଉଥିଲେ ବାର୍‌ହା ମାଂସ

ରାଜନଗର,୧ା୧(ଡି.ଏନ.ଏ.): ନୂଆବର୍ଷରେ ଭିତରକନିକା ଜାତୀୟ ଉଦ୍ୟାନରୁ ବାର୍‌ହା ଶିକାର କରାଯାଇ ମାଂସ ଚାଲାଣ କରାଯାଉଥିଲା। ଖବରପାଇ ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ କନିକା ରେଞ୍ଜ ଅଫିସର ମାନସ କୁମାର ଦାସଙ୍କ ନେତୃତ୍ୱରେ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ସୁନିଲ…

ମଜୁରି ବାବଦରେ ମିଳିଲା ନକଲି ଟଙ୍କା

ମାଲକାନଗିରି,୧ା୧(ଡି.ଏନ୍‌.ଏ.): ଜଣେ ଠିକାଦାର ଶ୍ରମିକଙ୍କୁ କାମ କରାଇ ମଜୁରି ବାବଦରେ ନକଲି ଟଙ୍କା ଦେଇ ଠକିଛନ୍ତି। ଏ ସମ୍ପର୍କରେ ଶ୍ରମିକମାନେ ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଠିକାଦାରଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଏମ୍‌ପିଭି-୭୦ ଗ୍ରାମର ରସିକ ମଣ୍ଡଳ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?