ନୂଆବର୍ଷ ପାଇଁ ନେଉଥିଲେ ବାର୍‌ହା ମାଂସ

ରାଜନଗର,୧ା୧(ଡି.ଏନ.ଏ.): ନୂଆବର୍ଷରେ ଭିତରକନିକା ଜାତୀୟ ଉଦ୍ୟାନରୁ ବାର୍‌ହା ଶିକାର କରାଯାଇ ମାଂସ ଚାଲାଣ କରାଯାଉଥିଲା। ଖବରପାଇ ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ କନିକା ରେଞ୍ଜ ଅଫିସର ମାନସ କୁମାର ଦାସଙ୍କ ନେତୃତ୍ୱରେ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ସୁନିଲ ରଞ୍ଜନ ରାଉତରାୟ, ଶ୍ରୀରାମ ମୁର୍ମୁଙ୍କ ସହିତ ବନ କର୍ମଚାରୀ ଖୋଳା ଚେକ୍‌ ଗେଟ୍‌ରେ ଜଗି ରହିଥିଲେ। ଡାଙ୍ଗମାଳ ପଟୁ ଆସୁଥିବା ବୋଲେରୋ(ନଂ. ଓଡି ୦୫ ଏପି ୩୭୯୬)କୁ କର୍ମଚାରୀମାନେ ଅଟକାଇ ତନଖି କରିବା ପରେ ଜରିରେ ଗୁଡା ହୋଇ ରଖାଯାଇଥିବା ୧୧ କେଜି ବାର୍‌ହା ମାଂସ ଜବତ କରିଥିଲେ। ଏହି ଘଟଣାରେ ବୋଲେରୋ ଡ୍ରାଇଭର ବାଙ୍କୁଆଳ ଗାଁର ଦୁର୍ଗା ଚରଣ ପାଢୀଙ୍କ ସହିତ ବରାଡିଆ ଗାଁର ଗୌରାଙ୍ଗ ସେଠୀ ଓ ପଟ୍ଟାମୁଣ୍ଡାଇ ଥାନା ବଡଝରିଆ ଗାଁର ସୁଶାନ୍ତ ଦାସଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

ଗୌରାଙ୍ଗ ଜଣେ ନିୟମିତ ଶିକାରୀ। ନୂଆ ବର୍ଷରେ ମାଂସର ଚାହିଦା ଥିବାରୁ ଭିତରକନିକା ଜାତୀୟ ଉଦ୍ୟାନରେ ପଶି ସେ ଶୁକ୍ରବାର ରାତିରେ ବାର୍‌ହା ଶିକାର କରିଥିଲେ। ଶିକାର ପରେ ମାଂସକୁ ବୋଲେରୋରେ ପଟ୍ଟାମୁଣ୍ଡାଇ ଓ ଆଳି ନିଆଯାଉଥିଲା। କେଜି ପ୍ରତି ୫ଶହ ଟଙ୍କାରେ ମାଂସ ବିକ୍ରି ହୋଇଥାଆନ୍ତା ବୋଲି ଗୌରାଙ୍ଗ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ଟ୍ରାକ୍ଟର ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ପରିବାରକୁ ମିଳିଲା ସରକାରୀ ସହାୟତା

ଦିଗପହଣ୍ଡି, ୩୦|୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ହସ୍ପିଟାଲ ଛକ ନିକଟ ମୁଖ୍ୟ…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri