ଆମ ଜିଲା ଖବର

ଆଇନ ସଚେତନତା ଶିବିର, ନିଜ ଅଧିକାର ନିଜେ ଜାଣିଲେ ସମାଜରେ ଆଗକୁ…

ଭଞ୍ଜନଗର,୧୯ା୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ମୁଦୁଲିପଲ୍ଲୀ ଠାରେ ଏକ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ହେଲା ଲୋକକୁ ଆଇନଗତ ଅଧିକାର ଓ ସରକାରଙ୍କ ଯୋଜନା…

ଟିଭି ଦେଖିବାକୁ ମନାକଲେ ମା’, ଝୁଲିପଡିଲେ ନାବାଳିକା

ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା କୁପୁରା ଅଞ୍ଚଳରେ ଅଭାବନୀୟ ଘଟଣା । ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ନାବାଳିକା । ମୃତକ ହେଉଛନ୍ତି ଧରିତ୍ରୀ ମହାରଣା(୧୫)। ରବିବାର ମଧ୍ୟାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି ।…

ଓଲଟିଲା ମାଛ ବୋଝେଇ ଅଟୋ

ବାଲିଗୁଡ଼ା,୧୯ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ମୁସୁକୁଲିସ୍ଥିତ ବୁଲାଣି ନିକଟରେ ରବିବାର ମାଛ ବୋଝେଇ ହୋଇଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁର୍ଘଟଣା ଘଟିଛି। ଘଟଣାରୁ ପ୍ରକାଶ ଯେ, ବାଲିଗୁଡ଼ାରୁ ଅଟୋ ଯୋଗେ ବାରଖମାକୁ ମାଛ…

ଶିକ୍ଷାରେ ଅବହେଳା ହେଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ, ଛାତ୍ରୀଛାତ୍ର ଫେଲ୍‌ ହେଲେ ଦାୟୀ ରହିବେ ଶିକ୍ଷକ

କୋରାପୁଟ,୧୯ା୪(ଅମିତାଭ ବେହେରା): ବିଦ୍ୟାଳୟରେ ଶିକ୍ଷାରେ ଅବହେଳା କିମ୍ବା ତ୍ରୁଟି ଦେଖାଦେଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସତର୍କ କରିଛନ୍ତି। ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ସେ…

ରକ୍ତରଞ୍ଜିତ ହେଲା ଲଖୁଆପଡା, ରାତିଅଧରେ ୯ ଜଣଙ୍କୁ ଶାବଳରେ ଆକ୍ରମଣ କଲେ ମାନସିକ ବିକାରଗ୍ରସ୍ତ ଯୁବକ

ବଡ଼ଗାଁ,୧୯ା୪(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଲଖୁଆପଡା ଗାଁ ଦାଣ୍ଡ ଶନିବାର ରାତିରେ ରକ୍ତରଞ୍ଚିତ ହୋଇଥିଲା। ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଗାଁ ଦାଣ୍ଡରେ ଶୋଇଥିବା ବ୍ୟକ୍ତିଙ୍କୁ ଶାବଳରେ ମରଣାନ୍ତକ ଆକ୍ରମଣ କରିବାରୁ ୯ ଜଣ…

ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଅନାଥ ନାବାଳିକା, ମାସେ ହେଲା ଜୋର୍‌ ଜବରଦସ୍ତ…

ଦେବଗଡ଼,୧୯ା୪(ଶଶାଙ୍କ ଶେଖର ଝାଙ୍କର): ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ନାଁରେ ବାରକୋଟ ଥାନାରେ ଜଣେ ଅନାଥ ନାବାଳିକା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସୂଚନାଥାଉକି, ପ୍ରତ୍ୟେକ ବର୍ଷ ମାଟ୍ରିକ ପାସ୍‌ ପରେ ଶିଶୁ ଗୃହର ଅନ୍ତେବାସୀମାନେ ବାରକୋଟସ୍ଥିତ ସରକାରୀ ଆଇଟିଆଇରେ ବୈଷୟିକ ଶିକ୍ଷା…

ଦେବଗଡ଼ରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ, ଏତିକି ଦିନ ରହିବ ବନ୍ଦ

ଦେବଗଡ଼,୧୯ା୪(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗରମକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲାର ସମସ୍ତ ବିଦ୍ୟାଳୟକୁ ଆସନ୍ତା ୪ ଦିନ ପାଇଁ ବନ୍ଦ…

ଘରୁ ବାହାରକୁ ଯାଉଥିଲେ ଯୁବକ, ହଠାତ୍‌ ତାଙ୍କ ଉପରକୁ ଲମ୍ଫ ମାରିଲା ଜଙ୍ଗଲୀ ବାର୍‌ହା

ପାରଳାଖେମୁଣ୍ଡି,୧୯ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ତରଙ୍ଗଡ଼ା ପଞ୍ଚାୟତ ଦେବଗିରି ରେଞ୍ଜ ଅନ୍ତର୍ଗତ ତାମସିଂ ଗ୍ରାମରେ ବାର୍‌ହା ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହାତ ଯୁବକ ଜଣକ ଜୈରାସ ରଇତ (୨୮) ବୋଲି ଜଣାପଡ଼ିଛି। ଗତକାଲି ଘରୁ ବାହାରକୁ…

ଜମୁଛି ଜମ୍ବୁଦ୍ୱୀପ ମହୋତ୍ସବ: ଆଦିବାସୀ ନୃତ୍ୟ-ସଙ୍ଗୀତରେ ଝୁମିଲେ ଦର୍ଶକ, ନୌବାଣିଜ୍ୟ ପରମ୍ପରାକୁ ନେଇ…

ମହାକାଳପଡ଼ା, ୧୯ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ମା’ ରାମଚଣ୍ଡୀଙ୍କ ପୀଠଠାରେ ଜମ୍ବୁଦ୍ୱୀପ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ଶନିବାର ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ଆଦିବାସୀ ନୃତ୍ୟ, ସଙ୍ଗୀତରେ ଉପସ୍ଥିତ ଦର୍ଶକମାନେ ଝୁମିଥିଲେ।…

ହଜିଯାଇଥିବା ୧୧୪ ଫୋନ୍‌ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କଲା ପୋଲିସ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଚଳାଯାଇ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲଗୁଡ଼ିକୁ ଉଦ୍ଧାର କରାଯାଇଛି। ସମୁଦାୟ ୧୧୪ଟି ମୋବାଇଲ ଜବତ କରାଯାଇଥିବାବେଳେ ଜିଲା ପୋଲିସ ମୁଖ୍ୟାଳୟ(ଡିପିଓ)ରେ ରବିବାର ଅନୁଷ୍ଠିତ ଏକ ‘ମୋବାଇଲ ହ୍ୟାଣ୍ଡଓଭର ମେଳା’…

ଏବେ ବି ବଞ୍ଚିଛି ମାନବିକତା: ରାସ୍ତାରୁ ମିଳିଥିବା ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ନାଏବ ସରପଞ୍ଚ

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତର ନାଏବ ସରପଞ୍ଚ ନରସିଂହପୁର ଗ୍ରାମର ଜି.ଶେଖର ଦୋରା ରାସ୍ତାରୁ ପାଇଥିବା ଟଙ୍କା ଭର୍ତ୍ତି ମନିପର୍ସକୁ ଫେରାଇ ପ୍ରଶଂସା ସାଉଣ୍ଟିଛନ୍ତି। ଶେଖର ବାଇକ୍‌ ଯୋଗେ ବ୍ରହ୍ମପୁର ନିକଟ ଲାଞ୍ଜିଆ ଗ୍ରାମକୁ…

ଫେଲ୍‌ ମାରିଛି କୁକୁଡ଼ାଚାଷ, ସରକାରୀ ସହାୟତା ଅର୍ଥ ଆତ୍ମସାତ୍‌ ଅଭିଯୋଗ

କେସିଙ୍ଗା,୧୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ରାଜ୍ୟ ଯୋଜନା ଅଧୀନରେ ବିଭିନ୍ନ ମହିଳା ଗ୍ରୁପ୍‌କୁ ରୋଜଗାର କ୍ଷମତା ବଢାଇବା ପାଇଁ ତତ୍କାଳୀନ ରାଜ୍ୟ ସରକାର କୁକୁଡ଼ା ଚାଷ ପାଳନ କରିବା ପାଇଁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡ଼ିଶା ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?