ଲଟେରି ମାଧ୍ୟମରେ ବଣ୍ଟନ ହେଲା ମଦ ଦୋକାନ

ନୂଆପଡ଼ା,୨୯ା୫(ମକାରୁ ବେମାଲ): ନୂଆପଡ଼ା ଅବକାରୀ ଜିଲାର ୨୦୨୬-୨୭ବର୍ଷ ପାଇଁ ଆଇଏମ୍‌ଏଫ୍‌ଏଲ୍‌ (ବିଦେଶୀ ମଦ) ଦୋକାନ ବଣ୍ଟନ ନିମନ୍ତେ ଶୁକ୍ରବାର ସଦ୍‌ଭାବନା ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଖୋଲା ଲଟେରି ପ୍ରକ୍ରିୟା ସମ୍ପନ୍ନ ହୋଇଛି।

ଚଳିତବର୍ଷ ଜିଲାର ମୋଟ ୯ଟି ଆଇଏମ୍‌ଏଫ୍‌ଏଲ୍‌ (ଅଫ୍‌) ଦୋକାନ ଯଥା ଖଡ଼ିଆର ରୋଡ-୧, ଖଡ଼ିଆର ରୋଡ-୨, ବେଲଟୁକୁରି, ବୋଡେନ, ଖଡ଼ିଆଳ, କୋମନା, ଲଖନା, ନୂଆପଡ଼ା ଓ ସିନାପାଲି ପାଇଁ ମୋଟ ୨୮୦ଟି ଆବେଦନ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ନୂଆପଡ଼ା ଦୋକାନ ପାଇଁ ସର୍ବାଧିକ ୧୦୬ ଆବେଦନ ମିଳିଥିବା ବେଳେ ସିନାପାଲି ପାଇଁ ୫୦, କୋମନା ପାଇଁ ୪୦ ଓ ବୋଡେନ ପାଇଁ ୩୯ ଆବେଦନ ଦାଖଲ ହୋଇଥିଲା। ଲଟେରି ପ୍ରକ୍ରିୟା ୯ଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଥିଲା।

ପ୍ରତ୍ୟେକ ପର୍ଯ୍ୟାୟ ଶେଷରେ ସମ୍ପୃକ୍ତ ଦୋକାନ ପାଇଁ ଅସ୍ଥାୟୀ ଭାବେ ମନୋନୀତ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା। ମନୋନୀତ ଆବେଦନକାରୀଙ୍କ ଆବେଦନପତ୍ର ଓ ଅନ୍ୟାନ୍ୟ ଦଲିଲ ଯାଞ୍ଚ ଏବଂ ନିର୍ଦ୍ଧାରିତ ଫି ପ୍ରଦାନ କରିବା ପରେ ଲାଇସେନ୍ସ ପ୍ରଦାନ କରାଯିବ। ଲଟେରି ପ୍ରକ୍ରିୟାର ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିରପେକ୍ଷତା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଭିଡିଓ ରେକର୍ଡିଂ କରାଯାଇ ସ୍ବଚ୍ଛତାକୁ ସୁନିଶ୍ଚିତ କରାଯାଇଥିଲା। ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ ହୋଇଥିବାରୁ ଜିଲାପାଳ ସମସ୍ତ ଆବେଦନକାରୀ, ପ୍ରଶାସନିକ ଅଧିକାରୀ ଓ ଅବକାରୀ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲାପାଳ ସୁବାଶ ଚନ୍ଦ୍ର ରଇତ, ଉପଜିଲାପାଳ ସୁର୍ମୀ ସୋରେନ, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ଏସ୍‌ଡିପିଓ ଖିରେଶ୍ୱର ସାହୁ, ଜିଲା ସୂଚନାବିଜ୍ଞାନ ଅଧିକାରୀ ବିନୟ କୁମାର ତିୱାରୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ଭୁଶୁଡିଲା ବିଜେଡି ଗଡ଼; ସାମୂହିକ ଇସ୍ତଫା ଦେଲେ ୧୦ କାଉନସିଲର, ଜାଣନ୍ତୁ କାହିଁକି…

ଝାରସୁଗୁଡ଼ା,୧୪।୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେଲପାହଡ଼ରେ ଭୁଶୁଡୁଛି ବିଜେଡି ଗଡ଼। ବିଜେଡି ସଦସ୍ୟତାରୁ ଇସ୍ତଫା ଦେଲେ ୧୦ କାଉନସିଲର। ହିତେଶ ଠକରଙ୍କୁ ନିଲମ୍ବନ ପରେ କାଉନସିଲର ବିଜେଡି…

ରଥଯାତ୍ରା ପୂର୍ବରୁ ଏମିତି କହିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ: ୬୫ ସ୍ଥାନରେ…

ପୁରୀ, ୧୪।୭: ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଟ୍ରାଫିକ୍‌ ନିର୍ଦ୍ଦେଶାବଳୀ ଭଲଭାବେ ଅନୁଧ୍ୟାନ କରିବାକୁ ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି।…

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ମଧ୍ୟରେ ଭୀଷଣ ଧକ୍କା: ଚୂରମାର ହେଲା…

ତେହରାନ,୧୪।୭: ହର୍ମୁଜ୍ ପ୍ରଣାଳୀରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ହୋଇଛି । ​​ଏକ ବଲ୍କ କ୍ୟାରିଅର୍ ଅନ୍ୟ ଏକ ଜାହାଜ ସହିତ ଧକ୍କା ହୋଇଛି । ଧକ୍କା…

ଏହି ଛାତ୍ରୀଛାତ୍ରଙ୍କୁ ମିଳିବ କେଜିରୁ ପିଜି ମାଗଣା ଶିକ୍ଷା; ଜାରି ହେଲା ଯୋଗ୍ୟତା ସର୍ତ୍ତ

ଭୁବନେଶ୍ୱର,୧୪।୭: କେଜିରୁ ପିଜି ମାଗଣା ପାଠପଢ଼ା ପ୍ରସଙ୍ଗ ଉପରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଯୋଗ୍ୟତା ସର୍ତ୍ତ ଜାରି କରାଯାଇଛି। ସୂଚନାନୁସାରେ ଶ୍ରେଣୀଗୃହରେ ୭୫% ଉପସ୍ଥାନ ବାଧ୍ୟତାମୂଳକ ରହିଛି।…

ରାଜଧାନୀରେ ମାତିଲେଣି ଲୁଟେରା, ଘରେ ପଶି ନେଇଗଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ୱର,୧୪।୭: ରାଜଧାନୀ ଉପପଣ୍ଠରେ ମାତିଛନ୍ତି ଲୁଟେରା। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। କେତେଜଣ ଦୁର୍ବୃତ୍ତ ଜାମୁକୋଳି ଗାଁର ଏକ…

ମହିଳା ଶ୍ରମିକଙ୍କ ମୁଣ୍ଡ ଉପରେ ଚଢିଗଲା ଟ୍ରକ୍‌: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଉରକେଲା,୧୪।୭(ସଙ୍ଗୀତା ଜେନା) ବେଦବ୍ୟାସ ଅଞ୍ଚଳରେ ମଙ୍ଗଳବାର ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି। ସ’ମିଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଚଢ଼ିଯିବାରୁ ଜଣେ ମହିଳା ଶ୍ରମିକଙ୍କ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri