ଅବ୍ୟବସ୍ଥାରେ ମଧୁକୁଞ୍ଜ ପାର୍କ
କଟକ ଅଫିସ,୨୪ା୧୦: କଟକ ମହାନଗର ନିଗମ (ସିଏମ୍ସି)ର ୧୬ ନମ୍ବର ୱାର୍ଡ ଅଧୀନ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କରେ ଅନେକ ଅବ୍ୟବସ୍ଥା ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ପାର୍କ ପରିସରରେ ଥିବା ଲାଇଟ୍ ଅଧାରୁ ଅଧିକ ଅଚଳ ହୋଇପଡିଛି। ଏପରି କି ସେଠାରେ…
ନୋଟିସ ବଦଳରେ ନୋଟିସ
କେନ୍ଦ୍ରାପଡ଼ା ଅଫିସ, ୨୪ା୧୦: ଗତ ୧୮ ତାରିଖରେ ଜାରି ହୋଇଥିବା ଦୁଇ ନୋଟିସ ଏବେ ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦକୁ ଅଧିକ ରୋଚକ କରିଛି । ପ୍ରକଳ୍ପ ନିର୍ମାଣ ଅନିଶ୍ଚିତତା ଆଡ଼କୁ ଗତି କରୁଥିବାରୁ ଜିଲା ପ୍ରଶାସନ ଆକ୍ରୋଶମୂଳକ…
୨୫ରେ ମୟୂରଭଞ୍ଜ ବନ୍ଦ
ବାରିପଦା ଅଫିସ,୨୪।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ସମୟରେ ଶୁକ୍ରବାର ଭାଜପା କର୍ମୀମାନଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଭାଜପା ପକ୍ଷରୁ ସୋମବାର ୧୨ ଘଣ୍ଟିଆ ଜିଲା ବନ୍ଦ ଡାକରା ଦିଆଯାଇଛି। ଜିଲା ଭାଜପା (ପୂର୍ବ) ସଭାପତି…
ସୀମାନ୍ତ ପଞ୍ଚାୟତରେ ବୁଲୁଛନ୍ତି ଆନ୍ଧ୍ର ଏଜେଣ୍ଟ
ପଟ୍ଟାଙ୍ଗୀ, ୨୪।୧୦(ଡି.ଏନ୍.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନରେ ଥିବା ୧୪ରୁ ୮ଟି ପଞ୍ଚାୟତ ଆନ୍ଧ୍ର ରାଜ୍ୟ ସୀମାନ୍ତକୁ ଲାଗି ରହିଛି। କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିଜର ଜବରଦଖଲ ଜାହିର କରୁଛି। ଅନ୍ୟ ପଞ୍ଚାୟତଗୁଡ଼ିକରେ ମଧ୍ୟ ଅନୁପ୍ରବେଶ କରିବାକୁ ପଛଘୁଞ୍ଚା ଦେଉନି।…
ଦୃଷ୍ଟି ଆଢ଼ୁଆଳରେ ଚକ୍ରତୀର୍ଥ ପୀଠ, ସଂରକ୍ଷଣ ଲୋଡୁଛି
କେନ୍ଦୁଝର, ୨୪ା୧୦: କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡରେ ଥିବା ଚକ୍ରତୀର୍ଥ, ଗଡ଼ଚଣ୍ଡୀ ପର୍ଯ୍ୟଟନ କ୍ଷେତ୍ରରେ ପ୍ରାଚୀନ ବୌଦ୍ଧ ଓ ଜୈନ ପରମ୍ପରାର ଝଲକ ଦେଖିବାକୁ ମିଳେ। କିନ୍ତୁ ଏହି ସ୍ଥାନ ଗୁଡ଼ିକ ଅବହେଳିତ ହୋଇଥିବାରୁ ଜଙ୍ଗଲରେ ପଡ଼ିରହିଛି ଜୈନ ଓ ବୌଦ୍ଧ…
ଲକ୍ଷେ ୮୦ ହଜାରରେ ସ୍ତ୍ରୀଙ୍କୁ ବିକିଦେଲେ
ବେଲପଡା,୨୪ା୧୦(ଡି.ଏନ.ଏ.): ପ୍ରଥମେ ପ୍ରେମ ତା ପରେ ଘର ଲୋକଙ୍କ ସହମତିରେ ବିବାହ ହୋଇଥିଲା। ସାଇପଡିଶା ଓ ବନ୍ଧୁ ବାନ୍ଧବଙ୍କୁ ଭୋଜିଭାତ ବି ଦିଆଯାଇଥିଲା। କିଛିଦିନ ଠିକ୍ଠାକ ଚାଲିଲା ପରେ ସବୁ ଯେମିତି ବିଗିଡି ଗଲା। ଅପଣାର କରିଥିବା ସ୍ତ୍ରୀଙ୍କୁ ରାଜସ୍ଥାନର ଜଣଙ୍କୁ…
ଭୁଲ୍ ଔଷଧ ନେଲା ଶିଶୁର ଜୀବନ
ଟିକିରି,୨୩ା୧୦(ଡି.ଏନ୍.ଏ.): ଭୁଲ୍ ଔଷଧ ଦେବାରୁ ୧୪ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏଏନ୍ଏମ୍ କର୍ମୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରାଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ସାନକୁମୁଲି ଧାଙ୍ଗଡ଼ିସିଲ ଗ୍ରାମର ମହାନନ୍ଦ ନାୟକ ଏଭଳି…
ବ୍ରହ୍ମପୁର ଆଇଟିଆଇକୁ ସ୍ବର୍ଣ୍ଣ
ବ୍ରହ୍ମପୁର ଅଫିସ,୨୩ା୧୦: ବ୍ରହ୍ମପୁର ଆଇଟିଆଇ ଜାତୀୟସ୍ତରୀୟ ଦକ୍ଷତାଭିତ୍ତିକ ପ୍ରତିଯୋଗିତାରେ ସଫଳତା ହାସଲ କରିଛି। ଗତ ୨୦ରୁ ୨୩ ତାରିଖ ଯାଏ ବିହାର ପାଟନାଠାରେ ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ ୮ଟି ରାଜ୍ୟର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ବ୍ରହ୍ମପୁର ଆଇଟିଆଇ ଇଲେକଟ୍ରିିକାଲ…
ସ୍ଲଟ୍ ବୁକିଂ କଲେ ବରଗଡ଼ର ଯୁବତୀ, ଟିକା ନେଲେ ଉତ୍ତରପ୍ରଦେଶ ଲୋକ
ବରଗଡ଼ ଅଫିସ୍,୨୩।୧୦: ଦେଶରେ ଶହେ କୋଟି କୋଭିଡ୍ ଟିକାକରଣ ନେଇ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ କୋଭିଡ୍ ଟିକା ନେଇ ନ ଥିବା ଲୋକଙ୍କୁ ମିଳିଛି ଭୁଲ ଟିକାକରଣ ପ୍ରମାଣପତ୍ର। ଏଭଳି ଘଟଣା ଘଟିଛି ବରଗଡ଼ର ଯୁବତୀ ଯଶୋବନ୍ତୀ ସାହୁଙ୍କ…
୫୦ କୁଇଣ୍ଟାଲର ଇଲା ମାଛ
ଚାନ୍ଦବାଲି,୨୧।୧୦(ଡି.ଏନ.ଏ.):ଭଦ୍ରକ ଜିଲା ଧାମରା ମାଛଧରା ଜେଟିରେ ଶନିବାର ପ୍ରାୟ ୫୦ କୁଇଣ୍ଟାଲ ‘ଇଲା’ ମାଛ ଧରାଯାଇଛି। ଏହି ମାଛ ଦେଖିବାକୁ ଇଲଶି ପରି। ଏହାର ସ୍ଥାନୀୟ ନାମ ଚନ୍ଦନୀ ବୋଲି ଜଣାଯାଇଛି। ଆକାରରେ ଛୋଟ ହୋଇଥିବା ବେଳେ ଗୋଟିଏ ମାଛର ଓଜନ…
ବିନା ଭକ୍ତରେ ଶେଷ ହେଲା ବୁଢ଼ାରଜାଙ୍କ ବାର୍ଷିକ ଦଶହରା
କୋକସରା,୨୩।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣିଠାରେ ବୁଢ଼ାରଜାଙ୍କ ବାର୍ଷିକ ଦଶହରା ଉତ୍ସବ ବିନା ଭକ୍ତରେ ଶେଷ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟି ତଳେ ଅବସ୍ଥିତ ଆରାଧ୍ୟ ଦେବତା ବୁଢ଼ାରଜାଙ୍କ ଦଶହରା ପର୍ବ ଶନିବାର ନିରାଡ଼ମ୍ବରରେ…
ପୋଲିସ କର୍ମଚାରୀଙ୍କ ମାଡ଼ରେ ଯୁବକ ଗୁରୁତର
ବରୀ,୨୩।୧୦: ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ବରୀ ‘ବିଲସାହି’ ଗ୍ରାମର ବାବୁଲି ମଲ୍ଲିକ ନାମକ (୨୧)ଜଣେ ଯୁବକଙ୍କୁ ବରୀ ଥାନାର ଜଣେ ପୋଲିସ କର୍ମଚାରୀ ମାଡ ମାରିଥିବା ଅଭିଯୋଗ ହୋଇଛି। ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ପରିବାର ଲୋକେ ତାଙ୍କୁ…

