ଆରମ୍ଭ ହେଲା ଧାନ କିଣା

ବାରିପଦା ଅଫିସ,୪ ।୨ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶନୁସାରେ ଚଳିତ ଖରିଫ ଋତୁରେ ମୟୂରଭଞ୍ଜ ଜିଲାରୁ ଧାନ କିଣା ଆରମ୍ଭ ହୋଇଛି। ଜିଲାର ଶାମାଖୁଣ୍ଟା ଲ୍ୟାମ୍ପସ୍‌ ଜରିଆରେ ପଞ୍ଜୀକୃତ ଚାଷୀମାନଙ୍କ ଠାରୁ ସୋମବାର ଧାନ କିଣାଯାଇଛି। ଜିଲାପାଳ ବିନୀତ ଭରଦ୍ୱାଜ ଆନୁଷ୍ଠାନିକ ଭାବେ ଧାନ ମଣ୍ଡି ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଢ଼ୀ, ସଦର ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଡିଆର୍‌ସିଏସ୍‌ ଦମୟନ୍ତି ସିଂ, ଏସ୍‌ଆର୍‌ସିଏସ୍‌ ତୁଷାରକାନ୍ତ ମହାନ୍ତି, ଆର୍‌ଏମ୍‌ସି ସମ୍ପାଦକ ସୁଧାକର ସାହୁ, ଶାମାଖୁଣ୍ଟା ବିଡିିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଜିଲାରୁ ୧୪ ମିଲରଙ୍କ ଜରିଆରେ ମୋଟ ୧୮ ଲକ୍ଷ ୫୮ ହଜାର ୭୯୯.୭୫ କୁଇଣ୍ଟାଲ୍‌ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪ଲକ୍ଷ ୨୬ହଜାର ୪୭୦.୫୮ କୁଇଣ୍ଟାଲ୍‌ ଧାନ କିଣା ହେବ। ଏ ନେଇ ଜିଲାର ୫୨ଟି ପ୍ରାଥମିକ ସମବାୟ ସମିତି (ପ୍ୟାକ୍ସ) ଓ ଲ୍ୟାମ୍ପସ୍‌ ଅଧୀନରେ ଥିବା ୧୦୧ଟି କେନ୍ଦ୍ର(ମଣ୍ଡି)ଜରିଆରେ ଧାନ କ୍ରୟ କରାଯିବ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଜିଲାର ମୋଟ ୭୧ହଜାର ୮୭୭ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ସେଥି ମଧ୍ୟରେ ୮୭୭ଜଣ ଭାଗ ଚାଷୀ ରହିଛନ୍ତି। ଏହି ଅବସରରେ ଜୟଗୋପାଲ ମହାନ୍ତ, ପଲ୍ଲବ କୁମାର ବେହେରା ଓ ଭରତ ଚନ୍ଦ୍ର ମହାନ୍ତ ପ୍ରମୁଖ ୩ ପଞ୍ଜୀକୃତ ଚାଷୀ ୧୮୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରୀଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?