‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଐତିହାସିକ’

ଖୋର୍ଦ୍ଧା ଅଫିସ,୪।୧: ଖବରକାଗଜ ବିତରକ (ହକର)ଙ୍କୁ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ ଖୋର୍ଦ୍ଧାରୁ ଶୁଭାରମ୍ଭ ହୋଇଛି। ସୋମବାର ଜିଲା ସଂସ୍କୃତି ଭବନ ପରିସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଯୋଗଦେଇ ଏହାର ଶୁଭାରମ୍ଭ କରି କହିଥିଲେ, ରାଜ୍ୟର ସମସ୍ତ ଜିଲାରେ ପର୍ଯ୍ୟାୟକ୍ରମେ ଏହି ପରିଚୟପତ୍ର ବଣ୍ଟନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ଏକ ଐତିହାସିକ ପଦକ୍ଷେପ ଓ ଅଭିନବ ପ୍ରୟାସ। ହକରଙ୍କୁ ସରକାରୀ ସ୍ତରରେ ସ୍ବୀକୃତି ପ୍ରଦାନ କରିଛନ୍ତି। ଗତ ଡିସେମ୍ବର ୨୩ରେ ମୁଖ୍ୟମନ୍ତ୍ରୀ ହକରଙ୍କୁ କୋଭିଡ୍‌ ସହାୟତା ପ୍ରଦାନ କରିଥିଲେ। ଏଥିସହ ଅଣସଙ୍ଗଠିତ ଶ୍ରମିକ ସାମାଜିକ କଲ୍ୟାଣ ବୋର୍ଡରେ ସାମିଲ କରିଛନ୍ତି। ରାଜ୍ୟର ୭୩୦୦ ହକରଙ୍କୁ ଏହି ପରିଚୟପତ୍ର ବଣ୍ଟନ କରାଯିବ। ହକରମାନେ ନିରବଚ୍ଛିନ୍ନ ଭାବେ ଖବରକାଗଜ ବିତରଣ କରି ଆସୁଛନ୍ତି। କୋଭିଡ୍‌ର ପ୍ରଥମ ଲହର ବେଳେ ହକରମାନେ ଯାତାୟାତରେ ହଇରାଣ ହୋଇଛନ୍ତି। ଏଣିକି ସବୁ ସମୟରେ ପରିଚୟପତ୍ର ସେମାନଙ୍କୁ ସହାୟକ ହେବ।
ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ, ତିନି ସପ୍ତାହ ମଧ୍ୟରେ ହକରଙ୍କ ତାଲିକା ପ୍ରସ୍ତୁତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୧୫ଦିନ ମଧ୍ୟରେ ରାଜ୍ୟର ହକରଙ୍କ ଡାଟାବେସ ପ୍ରସ୍ତୁତ କରାଯାଇଛି। ସମସ୍ତ ହକରଙ୍କ ଆକାଉଣ୍ଟକୁ ୬ହଜାର ଟଙ୍କା କୋଭିଡ୍‌ ସହାୟତା ପଠାଯାଇଛି। କେତେଜଣ ହକରଙ୍କ ବ୍ୟାଙ୍କ ଆକାଉଣ୍ଟ ଜନିତ ତ୍ରୁଟି ଯୋଗୁ ସମସ୍ୟା ହୋଇଛି। ଏହାର ଖୁବଶୀଘ୍ର ସମାଧାନ କରାଯିବ। କୋଭିଡ୍‌ ସମୟରେ ଭୟଭୀତ ନ ହୋଇ ଖବରକାଗଜ ବିତରଣ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ସେହିପରି ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର କହିଛନ୍ତି, ହକରମାନେ ଘର ଘର ବୁଲି ଖବରକାଗଜ ପହଞ୍ଚାଇଥାନ୍ତି। ପରିବାର ପୋଷଣ ପାଇଁ ନିଃସ୍ବାର୍ଥ ଭାବେ କାର୍ଯ୍ୟ କରୁଛନ୍ତି। କୋଭିଡ୍‌ ସହାୟତା ଠାରୁ ପରିଚୟପତ୍ର ସେମାନଙ୍କ ପାଇଁ ସମ୍ମାନ ଆଣିଦେବ। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ, ହକରଙ୍କ ସାମାଜିକ ଦାୟିତ୍ୱବୋଧ, କର୍ତ୍ତବ୍ୟନିଷ୍ଠା ଏବଂ ସମୟାନୁବର୍ତ୍ତିତା ଉଚ୍ଚକୋଟୀର। ଶ୍ରମର ସାର୍ଥକତାକୁ ଠିକ୍‌ ପ୍ରତିପାଦନ କରିପାରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ, ଅତିରିକ୍ତ ଜିଲାପାଳ ମନୋଜ ପାଢୀ ମଞ୍ଚାସୀନ ଥିଲେ। ଏହି ଅବସରରେ ହକର ଜିତେନ୍ଦ୍ର କୁମାର ବେହେରା ଅନୁଭୂତି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ହକରଙ୍କ ପାଇଁ ଖୁସି ଆଣିଛି। ଏଥିଲାଗି ସେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ। କୋଭିଡ ଗାଇଡ୍‌ଲାଇନ ଯୋଗୁ ୧୦ଜଣ ହକରଙ୍କୁ ଅତିଥିମାନେ ପରିଚୟପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri