ବିଶ୍ୱ ବଜାରରେ ବିକ୍ରି ହେବ ସ୍ବାଭିମାନ ଅଞ୍ଚଳର ହଳଦୀ

ମାଲକାନଗିରି,୯ା୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଉତ୍ପାଦିତ ହଳଦୀ ଆମାଜନରେ ବିକ୍ରି ହେବ। ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ୫୦ ଟନରୁ ଉର୍ଦ୍ଧ୍ୱ ହଳଦୀ ଅମଳ ହେଉଛି। ସ୍ବାଭିମାନ ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିବା ଲାଗି ପ୍ରାୟ ୫ କୋଟି ଟଙ୍କାର ହଳଦୀ ପ୍ରକଳ୍ପ ହେବ । ୧୦ କୋଟି ଟଙ୍କା ବ୍ୟୟରେ କୃଷିଭିତିକ ଶିଳ୍ପ ସ୍ଥାପନ କରାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜିଲାପାଳ ବିଶାଳ ସିଂ କହିଛନ୍ତି।

ଜିଲାପାଳ କହିଛନ୍ତ ଯେ, ସ୍ବାଭିମାନ ଅଞ୍ଚଳର ଆଦିବାସୀଙ୍କ ଆର୍ଥତ୍କ ଉନ୍ନତି ନିମନ୍ତେ ବିଶେଷ କରି ପନିପରିବା ଚାଷ ଉପରେ ଗୁରୁତ୍ୱାରୋପ କରାଯାଉଛି। ସୁଆଁ, ଅଳସୀ, ମାଣ୍ଡିଆ ଭଳି ଅନ୍ୟାନ୍ୟ ଉତ୍ପାଦିତ ଶସ୍ୟକୁ ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ସ୍ଥାପନ କରାଯିବ। ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ଛୋଟ ଛୋଟ ମିଲ୍‌ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ୫ଟି ବଡ ୟୁନିଟ ପ୍ରତିଷ୍ଠା କରାଯିବ। ତେବେ ହଳଦୀ ଚାଷ ପାଇଁ ଚାଷୀଙ୍କୁ ସ୍ବତନ୍ତ୍ର ହାଇବ୍ରିଡ୍‌ ହଳଦୀ ମଞ୍ଜି ଯୋଗାଇ ଦିଆଯିବ। ସମସ୍ତ ଚାଷୀ ସେତୁ ଯୋଜନାରେ ତାଲିମ ନେବେ। କନ୍ଧମାଳ ଅପେକ୍ଷା ମାଲକାନଗିରି ହଳଦୀ ଆହୁରି ଉନ୍ନତମାନର ହୋଇଥିବାରୁ ସ୍ବତନ୍ତ୍ର ପ୍ୟାକିଂ ୟୁନିଟ ପ୍ରତିଷ୍ଠା ଉପରେ ଜିଲାପାଳ ଗୁରୁତ୍ୱାରୋପ କାରିଥିଲେ। ହଳଦୀର ପ୍ରଚାରପ୍ରସାର ଇଣ୍ଟରନେଟ ମାଧ୍ୟମରେ କରାଯିବ। ଆମାଜନ କମ୍ପାନୀ ଦ୍ୱାରା ବିଶ୍ୱ ବଜାରରେ ଏହାକୁ ବିକ୍ରି କରାଗଲେ ଚାଷୀ ଲାଭବାନ ହୋଇପାରିବେ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ରକ୍ତଦାନ ଶିବିର

ମୋହନା,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ଶୁକ୍ରବାର ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆର. ଉଦୟଗିରି...

କୁଲଡ଼ିହାରେ ପକ୍ଷୀ ଗଣନା ଆରମ୍ଭ

ସଜନାଗଡ଼, ୪।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ବନ ବିଭାଗ ପକ୍ଷରୁ କୁଲଡିହା ଅଭୟାରଣ୍ୟରେ ପକ୍ଷୀଗଣନା ଆରମ୍ଭ ହୋଇଛି।...

କାଳୀପୂଜା ପାଇଁ ଝଲସୁଛି ଯାଜପୁର ସହର

ଯାଜପୁର ଟାଉନ,୨୬ା୧୦(ଡି.ଏନ.ଏ.): ଯାଜପୁରର ଗଣପର୍ବ କାଳୀପୂଜା ସୋମବାର ରାତିରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ସୂର୍ଯ୍ୟ ପରାଗ ଯୋଗୁ ରାତି ୧୦ଟା ସମୟରେ ବୈତରଣୀ ନଦୀରେ...

ଅବହେଳିତ ଗାଁ ଗୋଧୂଳି

ଚମ୍ପୁଆ,୪।୯(ଡି.ଏନ.ଏ.)-ଚମ୍ପୁଆ ଏନଏସି ଅନ୍ତର୍ଗତ ୧ ନଂ ୱାର୍ଡ ମାନ୍ୟତା ପାଇଥିବା ଗୋଧୂଳି ଗାଁ ଆଜି ଅବହେଳିତ। ରାସ୍ତା ଘାଟ ଠାରୁ ଆରମ୍ଭ କରି କମ୍ୟୁନିଟି ପାଇଖାନା...

ମହାପ୍ରଭୁଙ୍କ ଜମିରେ ମଦ ଦୋକାନ ମନା

ପୁରୀ ଅଫିସ,୧୬।୯: ସ୍ବର୍ଗଦ୍ୱାର ନିକଟରେ ଜବରଦଖଲରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ମଦ ଦୋକାନ ହୋଇପାରିବ ନାହିଁ। ଦଖଲରେ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ମହାପ୍ରଭୁଙ୍କ ମାଲିକାନାରୁ...

କମିଛି, ଆଖିଦୃଶିଆ ନୁହେଁ

ଢେଙ୍କାନାଳ ଅଫିସ, ୨୦।୫ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୪ରେ ଢେଙ୍କାନାଳ ଜିଲାରେ ବାଲ୍ୟ ବିବାହ ହାରଥିଲା ୨୫.୪%। ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ରେ ଏହା ୨୩.୭%କୁ...

ସହରରେ ସୁଧୁରୁନି ଟ୍ରାଫିକ ବ୍ୟବସ୍ଥା

ବାଲେଶ୍ୱର ଅଫିସ, ୧୧।୧: ବାଲେଶ୍ୱର ସହରରେ ବିପର୍ଯ୍ୟସ୍ତ ହୋଇପଡିଛି ଟ୍ରାଫିକ୍‌ ବ୍ୟବସ୍ଥା। ଟ୍ରାଫିକ୍‌ ନିୟମ ଠିକ୍‌ ଭାବେ ପାଳନ ହେଉ ନ ଥିବା ବେଳେ ବେଆଇନ...

ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଲେ ଗ୍ରାମବାସୀ

କୁତ୍ରା,୧୨।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଜମୁଥିବାବେଳେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ମାଲୁପଡ଼ାଠାରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଗ୍ରାମର...

Advertisement
Archives

Model This Week