ରାଇବଣିଆରେ ଦୁଇ ଦଳରେ ୬୮ ହାତୀ

ଜଳେଶ୍ୱର, ୯।୧ (ଡି.ଏନ.ଏ.)-ଗତ କିଛିଦିନ ଧରି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଅଦ୍ୟାବଧି ୧୮ଟି ପରିବାରର ଘର କ୍ଷତିଗ୍ରସ୍ତ ହୋଇଛି। ଶନିବାର ବାଲେଶ୍ୱର, ମୟୂରଭଞ୍ଜ ଓ ପଶ୍ଚିମବଙ୍ଗର ମେଦିନୀପୁର ଜିଲାର ଜଙ୍ଗଲ ବିଭାଗ କର୍ମଚାରୀ ପଶ୍ଚିମବଙ୍ଗର ଦଲମା ଜଙ୍ଗଲକୁ ହାତୀଗୁଡ଼ିକୁ ଘଉଡ଼ାଇବାର ପ୍ରଚେଷ୍ଟା ଜାରି ରଖିଛନ୍ତି।
ଗତ ଗୁରୁବାର ରାତିରେ ଲୁହାପଡ଼ା, କେନ୍ଦୁଖୁଣ୍ଟା ଜଙ୍ଗଲରୁ ୨ଟି ଦଳରେ ଥିବା ୬୮ଟି ହାତୀ ନିକଟସ୍ଥ ଗ୍ରାମରେ କ୍ଷତି ଘଟାଇଥିଲେ ା କେତେକ ଘର ଭାଙ୍ଗିଥିବା ବେଳେ ଘରେ ଓ ଖଳାରେ ଥିବା ଧନ, ବାଡ଼ିରେ ଥିବା ପନିପରିବା ଚାଷର ବ୍ୟାପକ କ୍ଷତି କରିଛନ୍ତି ା ଗତ ଶୁକ୍ରବାର ରାତିରେ ନୀଳଗିରି ଓ ଜଳେଶ୍ୱର ରେଞ୍ଜର କର୍ମଚାରୀମାନେ ଭାଗ ଭାଗ ହୋଇ ହାତୀଗୁଡ଼ିକୁ ଘଉଡାଇବାରେ ସଫଳ ହୋଇଥିଲେ ମଧ୍ୟ ରାତି ୩ଟାରେ ହାତୀଗୁଡ଼ିକ ପୁଣି କେନ୍ଦୁଖୁଣ୍ଟା , ଆମ୍ବତୁମ୍ବା ଜଙ୍ଗଲକୁ ଫେରିଥିଲେ। ଶନିବାର ବାଲେଶ୍ୱର ଡିଏଫଓଙ୍କ ନିର୍ଦ୍ଦେଶରେ ଏସିଏଫ୍‌ ସୁଶାନ୍ତ ଜେନା, ଜଳେଶ୍ୱର ରେଞ୍ଜର ସରୋଜ ମହାନ୍ତି, ଫରେଷ୍ଟର ବିବେକାନନ୍ଦ ଜେନା ଓ ଦୁଷ୍ମନ୍ତ ଜେନା ୩୦ଜଣ କର୍ମଚାରୀଙ୍କୁ ଧରି ୫ଟି ଦଳରେ ବିଭକ୍ତ ହୋଇ ହାତୀ ଘଉଡ଼ାଇବା କାର୍ଯ୍ୟ ଜାରି ରଖିଥିଲେ। ଅବୈତନିକ ବନ ସଂରକ୍ଷକ ଅଶ୍ୱିନୀ କୁମାର ଦାସ ହାତୀ ସୁରକ୍ଷା ଦଳ ଓ ସବୁଜବାହିନୀକୁ ଧରି ଏହି ହାତୀ ଘଉଡ଼ା କାର୍ଯ୍ୟରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳର ବନ କର୍ମଚାରୀମାନେ ଜଙ୍ଗଲର ଅନ୍ୟପଟୁ ହାତୀ ଘଉଡ଼ାଇବା କାଯର୍‌ୟରେ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ା ୩ ଜିଲାର ବନକର୍ମଚାରୀ ଆଜି ରାତିରେ ହାତୀକୁ ପଶ୍ଚିମବଙ୍ଗର ପାଇକା ଯାଏ ନେଇ ସୁବର୍ଣ୍ଣରେଖା ନଦୀ ପାରି କରିବେ ବୋଲି ଜଳେଶ୍ୱର ରେଞ୍ଜର ସରୋଜ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri