ବର୍ଷେ ୫ ମାସରେ ୧୨ ବାଲ୍ୟ ବିବାହ ବନ୍ଦ

କେନ୍ଦ୍ରାପଡ଼ା ଅଫିସ, ୯ା୧: ବିବାହ ବୟସ ସୀମା ଏବେ ଜାତୀୟସ୍ତରରେ ପ୍ରସଙ୍ଗ ପାଲଟିଛି। ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନକୁ ଅଗ୍ରାଧିକାର ଦିଆଯାଉଛି। ତେବେ ଏହି ସ୍ଲୋଗାନ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ କାର୍ଯ୍ୟ କରୁନାହିଁ। ଏହି ଅଞ୍ଚଳରେ ୧୮ ବର୍ଷ ପୂର୍ବରୁ ନାବାଳିକାଙ୍କ ବିବାହ ଜାରି ରହିଛି। ୨୦୧୭ରେ ଜିଲାରେ ମାତ୍ର ୪ଟି ବାଲ୍ୟ ବିବାହକୁ ରୋକା ଯାଇଥିବା ବେଳେ ୨୦୨୦ ଅଗଷ୍ଟରୁ ୨୦୨୧ ଡିସେମ୍ବର ବର୍ଷେ ୫ ମାସରେ ୧୨ଟି ବାଲ୍ୟ ବିବାହ ରୋକାଯାଇଛି।

ପ୍ରଶାସନର ଅଣଦେଖାରେ ଜିଲାରେ ପ୍ରତିବର୍ଷ ଶତାଧିକ ବାଲ୍ୟ ବିବାହ ହେଉଛି। ଜିଲାରେ ଦୀର୍ଘ ୩ ବର୍ଷ ଧରି ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନ ଥିବାବେଳେ ସଚେତନତା କାର୍ଯ୍ୟକ୍ରମକୁ ନେଇ ବୁଦ୍ଧିଜୀବୀଙ୍କ ସନ୍ଦେହ ବଢୁଛି। ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀକୁ ବାଲ୍ୟ ବିବାହ ରୋକିବା ଦାୟିତ୍ୱ ମିଳିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ମିଳିଛି।
ଏ ସମ୍ପର୍କରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କୁହନ୍ତି, ବାଲ୍ୟ ବିବାହ ସମାଜ ପାଇଁ ଏକ କଳଙ୍କ। ଏହାର ନିରାକରଣ ପାଇଁ ବାଲ୍ୟ ବିବାହ ନିରୋଧ ଅଧିନିୟମ ୨୦୦୬ ଓ ଓଡ଼ିଶା ବାଲ୍ୟ ବିବାହ ନିରୋଧ ନିୟମ ୨୦୦୯ କାର୍ଯ୍ୟକାରୀ ହେଉଛି।

ସେହିପରି ଏପରି ଘଟଣା ସମୟକ୍ରମେ ଜୁଭେନାଇଲ ଜଷ୍ଟିସ ଆକ୍ଟ ୨୦୧୫ ଓ ମଡେଲ ଆକ୍ଟ ୨୦୧୬ରେ ପୋକ୍‌ସୋ କୋର୍ଟକୁ ଆସୁଛି। କେନ୍ଦ୍ର, ରାଜ୍ୟ ସରକାର ଏ ନେଇ ମହିଳା ଓ ଶିଶୁ ବିଭାଗ, ମିଶନ ଶକ୍ତି ବିଭାଗ, ରାଜ୍ୟ ମହିଳା ସମ୍ବଳ କେନ୍ଦ୍ର, ଚାଇଲ୍ଡ ୱେଲଫେୟାର କମିଟି, ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ ଆଦି ଗଠନ କରିଥିଲେ ମଧ୍ୟ ତୃଣମୂଳସ୍ତରରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଓଡ଼ିଶାରେ ବାଲ୍ୟ ବିବାହ ଘଟଣା ସଂଖ୍ୟା ସର୍ବ ଭାରତୀୟସ୍ତରରେ ୨୧ ପ୍ରତିଶତ ଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ଏହାର ହାର ୧୨ ପ୍ରତିଶତରୁ ଅଧିକ ଅଛି। ଶୈଶବ ପ୍ରତି ଅନ୍ୟାୟ ହେଉଥିବାରୁ ଏହାକୁ ରୋକିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଆନ୍ତର୍ଜାତିକ ମାନାବାଧିକାର ପରିଷଦର କେନ୍ଦ୍ରାପଡ଼ା ଜିଲା ଆବାହକ ପ୍ରତାପ ଚନ୍ଦ୍ର ପାଢୀ କୁହନ୍ତି, ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବାଲ୍ୟ ବିବାହ ସଂଖ୍ୟା ଅଧିକ। ଦାରିଦ୍ର୍ୟ ସହିତ ସଚେତନତା ଅଭାବ, ପାରମ୍ପରିକ ରୀତିନୀତି, ଅନୁପ୍ରବେଶକାରୀଙ୍କୁ ସଂରକ୍ଷଣ ଆଦି କାରଣରୁ ଏହି ଅଞ୍ଚଳରେ ବାଲ୍ୟ ବିବାହ ବଢୁଛି। ଜିଲାର ଏହି ଦୁଇ ବ୍ଲକ ଅଞ୍ଚଳରେ ବଙ୍ଗଭାଷୀଙ୍କ ସଂଖ୍ୟା ଅଧିକ। ଏଠାରେ ପ୍ରତିବର୍ଷ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଛି। ଜିଲାରେ ସ୍ଥାୟୀ ବସବାସ ସହ ସମ୍ପର୍କ ଗଠନ ଉଦ୍ଦେଶ୍ୟରେ ନାବାଳିକାଙ୍କୁ ବିବାହ ପରି ହୀନ କାର୍ଯ୍ୟରେ ପରିବାର ସଦସ୍ୟ କାର୍ଯ୍ୟକାରୀ କରୁଛନ୍ତି। ତୃଣମୂଳସ୍ତରରେ ଏହାକୁ ରୋକିବାକୁ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଉ। ଏଥିସହ ବାଲ୍ୟ ବିବାହ ଘଟଣାରେ ସ୍ଥାନୀୟ ଏସ୍‌ଏସ୍‌ଜି ନୀରବ ଥିବା ଲୋକଲୋଚନକୁ ଆସିଲେ ଉତ୍ତରଦାୟୀ କରାଯାଉ। ଫଳରେ ବାଲ୍ୟ ବିବାହ ରୋକାଯାଇ ପାରିବ ବୋଲି ସେ ମତ ଦେଇଛନ୍ତି।

ଏ ସମ୍ପର୍କରେ ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, ଜିଲା ମହିଳା ଓ ଶିଶୁ ବିକାଶ ବିଭାଗର କର୍ମଚାରୀ ଏ ନେଇ ତପତ୍ର ହେବା କଥା। ତେବେ ଜିଲାରେ ଏହି ବିଭାଗ ସ୍ଥାଣୁ ପାଲଟିଛି। ବିଭାଗୀୟ ତଥ୍ୟରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉପାନ୍ତ ଅଞ୍ଚଳରେ ଏହାର ପ୍ରଭାବ ନାହିଁ। ଏ ସମ୍ପର୍କରେ ଭାରପ୍ରାପ୍ତ ଡିସିପିଓ ପ୍ରଭାସ ଦାସ କହିଛନ୍ତି, ଜିଲାରେ ଦେଢ଼ବର୍ଷ ମଧ୍ୟରେ ଏ ନେଇ ୧୩ଟି ମାମଲା ଆସିଥିବା ବେଳେ ୧୨ଟି ବିବାହକୁ ରୋକାଯାଇ ପାରିଛି। ତେବେ ସୂଚନା ନ ମିଳିବାରୁ ଅଧିକାଂଶ ବାଲ୍ୟ ବିବାହକୁ ରୋକାଯାଇ ପାରୁନାହିଁ। ଏଥିସହ ସ୍ଥାୟୀ ଡିସିପିଓ ରହିଲେ ଏହି ପ୍ରକ୍ରିୟାର ଅଗ୍ରଗତି ହୋଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?