ବର୍ଷେ ୫ ମାସରେ ୧୨ ବାଲ୍ୟ ବିବାହ ବନ୍ଦ

କେନ୍ଦ୍ରାପଡ଼ା ଅଫିସ, ୯ା୧: ବିବାହ ବୟସ ସୀମା ଏବେ ଜାତୀୟସ୍ତରରେ ପ୍ରସଙ୍ଗ ପାଲଟିଛି। ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନକୁ ଅଗ୍ରାଧିକାର ଦିଆଯାଉଛି। ତେବେ ଏହି ସ୍ଲୋଗାନ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ କାର୍ଯ୍ୟ କରୁନାହିଁ। ଏହି ଅଞ୍ଚଳରେ ୧୮ ବର୍ଷ ପୂର୍ବରୁ ନାବାଳିକାଙ୍କ ବିବାହ ଜାରି ରହିଛି। ୨୦୧୭ରେ ଜିଲାରେ ମାତ୍ର ୪ଟି ବାଲ୍ୟ ବିବାହକୁ ରୋକା ଯାଇଥିବା ବେଳେ ୨୦୨୦ ଅଗଷ୍ଟରୁ ୨୦୨୧ ଡିସେମ୍ବର ବର୍ଷେ ୫ ମାସରେ ୧୨ଟି ବାଲ୍ୟ ବିବାହ ରୋକାଯାଇଛି।

ପ୍ରଶାସନର ଅଣଦେଖାରେ ଜିଲାରେ ପ୍ରତିବର୍ଷ ଶତାଧିକ ବାଲ୍ୟ ବିବାହ ହେଉଛି। ଜିଲାରେ ଦୀର୍ଘ ୩ ବର୍ଷ ଧରି ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନ ଥିବାବେଳେ ସଚେତନତା କାର୍ଯ୍ୟକ୍ରମକୁ ନେଇ ବୁଦ୍ଧିଜୀବୀଙ୍କ ସନ୍ଦେହ ବଢୁଛି। ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀକୁ ବାଲ୍ୟ ବିବାହ ରୋକିବା ଦାୟିତ୍ୱ ମିଳିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ମିଳିଛି।
ଏ ସମ୍ପର୍କରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କୁହନ୍ତି, ବାଲ୍ୟ ବିବାହ ସମାଜ ପାଇଁ ଏକ କଳଙ୍କ। ଏହାର ନିରାକରଣ ପାଇଁ ବାଲ୍ୟ ବିବାହ ନିରୋଧ ଅଧିନିୟମ ୨୦୦୬ ଓ ଓଡ଼ିଶା ବାଲ୍ୟ ବିବାହ ନିରୋଧ ନିୟମ ୨୦୦୯ କାର୍ଯ୍ୟକାରୀ ହେଉଛି।

ସେହିପରି ଏପରି ଘଟଣା ସମୟକ୍ରମେ ଜୁଭେନାଇଲ ଜଷ୍ଟିସ ଆକ୍ଟ ୨୦୧୫ ଓ ମଡେଲ ଆକ୍ଟ ୨୦୧୬ରେ ପୋକ୍‌ସୋ କୋର୍ଟକୁ ଆସୁଛି। କେନ୍ଦ୍ର, ରାଜ୍ୟ ସରକାର ଏ ନେଇ ମହିଳା ଓ ଶିଶୁ ବିଭାଗ, ମିଶନ ଶକ୍ତି ବିଭାଗ, ରାଜ୍ୟ ମହିଳା ସମ୍ବଳ କେନ୍ଦ୍ର, ଚାଇଲ୍ଡ ୱେଲଫେୟାର କମିଟି, ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ ଆଦି ଗଠନ କରିଥିଲେ ମଧ୍ୟ ତୃଣମୂଳସ୍ତରରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଓଡ଼ିଶାରେ ବାଲ୍ୟ ବିବାହ ଘଟଣା ସଂଖ୍ୟା ସର୍ବ ଭାରତୀୟସ୍ତରରେ ୨୧ ପ୍ରତିଶତ ଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ଏହାର ହାର ୧୨ ପ୍ରତିଶତରୁ ଅଧିକ ଅଛି। ଶୈଶବ ପ୍ରତି ଅନ୍ୟାୟ ହେଉଥିବାରୁ ଏହାକୁ ରୋକିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଆନ୍ତର୍ଜାତିକ ମାନାବାଧିକାର ପରିଷଦର କେନ୍ଦ୍ରାପଡ଼ା ଜିଲା ଆବାହକ ପ୍ରତାପ ଚନ୍ଦ୍ର ପାଢୀ କୁହନ୍ତି, ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବାଲ୍ୟ ବିବାହ ସଂଖ୍ୟା ଅଧିକ। ଦାରିଦ୍ର୍ୟ ସହିତ ସଚେତନତା ଅଭାବ, ପାରମ୍ପରିକ ରୀତିନୀତି, ଅନୁପ୍ରବେଶକାରୀଙ୍କୁ ସଂରକ୍ଷଣ ଆଦି କାରଣରୁ ଏହି ଅଞ୍ଚଳରେ ବାଲ୍ୟ ବିବାହ ବଢୁଛି। ଜିଲାର ଏହି ଦୁଇ ବ୍ଲକ ଅଞ୍ଚଳରେ ବଙ୍ଗଭାଷୀଙ୍କ ସଂଖ୍ୟା ଅଧିକ। ଏଠାରେ ପ୍ରତିବର୍ଷ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଛି। ଜିଲାରେ ସ୍ଥାୟୀ ବସବାସ ସହ ସମ୍ପର୍କ ଗଠନ ଉଦ୍ଦେଶ୍ୟରେ ନାବାଳିକାଙ୍କୁ ବିବାହ ପରି ହୀନ କାର୍ଯ୍ୟରେ ପରିବାର ସଦସ୍ୟ କାର୍ଯ୍ୟକାରୀ କରୁଛନ୍ତି। ତୃଣମୂଳସ୍ତରରେ ଏହାକୁ ରୋକିବାକୁ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଉ। ଏଥିସହ ବାଲ୍ୟ ବିବାହ ଘଟଣାରେ ସ୍ଥାନୀୟ ଏସ୍‌ଏସ୍‌ଜି ନୀରବ ଥିବା ଲୋକଲୋଚନକୁ ଆସିଲେ ଉତ୍ତରଦାୟୀ କରାଯାଉ। ଫଳରେ ବାଲ୍ୟ ବିବାହ ରୋକାଯାଇ ପାରିବ ବୋଲି ସେ ମତ ଦେଇଛନ୍ତି।

ଏ ସମ୍ପର୍କରେ ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, ଜିଲା ମହିଳା ଓ ଶିଶୁ ବିକାଶ ବିଭାଗର କର୍ମଚାରୀ ଏ ନେଇ ତପତ୍ର ହେବା କଥା। ତେବେ ଜିଲାରେ ଏହି ବିଭାଗ ସ୍ଥାଣୁ ପାଲଟିଛି। ବିଭାଗୀୟ ତଥ୍ୟରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉପାନ୍ତ ଅଞ୍ଚଳରେ ଏହାର ପ୍ରଭାବ ନାହିଁ। ଏ ସମ୍ପର୍କରେ ଭାରପ୍ରାପ୍ତ ଡିସିପିଓ ପ୍ରଭାସ ଦାସ କହିଛନ୍ତି, ଜିଲାରେ ଦେଢ଼ବର୍ଷ ମଧ୍ୟରେ ଏ ନେଇ ୧୩ଟି ମାମଲା ଆସିଥିବା ବେଳେ ୧୨ଟି ବିବାହକୁ ରୋକାଯାଇ ପାରିଛି। ତେବେ ସୂଚନା ନ ମିଳିବାରୁ ଅଧିକାଂଶ ବାଲ୍ୟ ବିବାହକୁ ରୋକାଯାଇ ପାରୁନାହିଁ। ଏଥିସହ ସ୍ଥାୟୀ ଡିସିପିଓ ରହିଲେ ଏହି ପ୍ରକ୍ରିୟାର ଅଗ୍ରଗତି ହୋଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri