ଓଡ଼ଗାଁରେ ଆରମ୍ଭ, ଭାପୁରରେ ଶେଷ

ନୟାଗଡ଼ ଅଫିସ,୧୩।୧: କରୋନାର ତୃତୀୟ ଲହର ସମୟରେ ପଞ୍ଚାୟତ ନିର୍ବାଚନ ଭୋଟରଙ୍କ ଭୟ ବଢ଼ାଇଛି। ତଥାପି ନିର୍ବାଚନ ବିଗୁଲ୍‌ ବାଜିବା ପରେ ନେତା ଓ ଆଶାୟଙ୍କ ଉତ୍କଣ୍ଠା ବଢ଼ିଛି । ବିଶେଷ କରି ଶାସକ ଦଳର କର୍ମୀ, ନେତା ଓ ସମର୍ଥକ ବେଶୀ ଖୁସି ଥିବା ପରିଲକ୍ଷିତ ହୋଇଛି । ଜିଲା ପରିଷଦ ସଭ୍ୟ ଆସନକୁ ହାତେଇବାକୁ ନେତାମାନେ ବେଶୀ ଆଗ୍ରହୀ । କାରଣ ବିଧାୟକ ଟିକେଟ୍‌ ପାଇଁ ଜିଲା ପରିଷଦ ସଭ୍ୟଙ୍କ ବିଜୟ ମାପକାଠି ହୋଇପାରେ। ଏପରି ସ୍ଥଳେ ନିର୍ବାଚନ କମିଶନର ଭୋଟ ଗ୍ରହଣ ତାରିଖ ଘୋଷଣା କରିଛନ୍ତି । ଫେବୃୟାରୀ ୧୬ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଓଡ଼ଗାଁ ବ୍ଲକରେ ହେବ । ସେହିପରି ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ରଣପୁର ବ୍ଲକରେ ହେବାକୁ ଥିବାବେଳେ ୨୦ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନୟାଗଡ଼ ବ୍ଲକରେ ହେବ। ୨୨ରେ ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକରେ ହେବ ବୋଲି ଘୋଷଣା କରାଯାଇଛି । ଅନ୍ୟପକ୍ଷେ ୨୪ରେ ଶେଷ ପର୍ଯ୍ୟାୟ ନିର୍ବାଚନ ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ହେବ। ଅପରପକ୍ଷେ ଅନାସ୍ଥାଭୋଟରେ ପରାଜୟର ଭୟକୁ ରୋକିବାକୁ ନିଜ ସମର୍ଥିତ ପ୍ରାର୍ଥୀ ବିଜୟୀ ହେବାକୁ ବିଭିନ୍ନ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଏଣୁ ତୃଣମୂଳସ୍ତରରେ ପ୍ରତି ରାଜନୈତିକ ଦଳ ସଙ୍ଗଠନକୁ ଗୁରୁତ୍ୱ ଦେଇଛନ୍ତି। ଶାସକ ଦଳରେ ଯେପରି ଅସନ୍ତୁଷ୍ଟ ପ୍ରାର୍ଥୀ ନ ରହିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ହେଲେ ଟିକେଟ୍‌ ନ ମିଳିଲେ ଅସନ୍ତୁଷ୍ଟ ବଢ଼ିବେ ବୋଲି କେତେଜଣ ଶାସକ ଦଳର କର୍ମୀ ନିଜ ନଁା ଗୋପନ ରଖି ପ୍ରକାଶ କରିଛନ୍ତି। ଯଦିଓ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପାଇଁ ଦଳୀୟ ଚିହ୍ନ ନ ଥାଏ ତେବେ ପ୍ରାର୍ଥୀମାନେ ବିଭିନ୍ନ ରାଜନୈତିକ ଦଳର ସମର୍ଥନରେ ନିର୍ବାଚନରେ ବିଜୟୀ ହୋଇଥାନ୍ତି । ସେହିପରି ପରୋକ୍ଷ ନିର୍ବାଚନ ମାର୍ଚ୍ଚ୧୧ରେ ନାଏବ ସରପଞ୍ଚ, ମାର୍ଚ୍ଚ ୧୨ରେ ବ୍ଲକ ଅଧ୍ୟକ୍ଷ, ମାର୍ଚ୍ଚ୧୩ ଜିଲା ପରିଷଦ ସଭାପତି, ମାର୍ଚ୍ଚ୨୩ ବ୍ଲକ ଉପାଧ୍ୟକ୍ଷ, ମାର୍ଚ୍ଚ ୨୫ ଜିଲା ପରିଷଦ ଉପସଭାପତି ନିର୍ବାଚନ ହେବ। ସୂଚନାଯୋଗ୍ୟ, ଜିଲାର ୮ ବ୍ଲକ୍‌ରେ ୮ ଅଧ୍ୟକ୍ଷ, ୧୯୪ ଜଣ ସରପଞ୍ଚ, ୧୯୪ ସମିତି ସଭ୍ୟ, ୨୪ ଜିଲା ପରିଷଦ ଆସନ ପାଇଁ ନିର୍ବାଚନ ହେଉଛି । ଅନ୍ୟପକ୍ଷେ ନୟାଗଡ଼ ବ୍ଲକରେ ୪୩୫, ଓଡ଼ଗାଁ ବ୍ଲକରେ ୫୭୪, ଦଶପଲ୍ଲା ବ୍ଲକରେ ୨୭୬, ନୂଆଗାଁ ବ୍ଲକରେ ୩୪୩, ଗଣିଆ ବ୍ଲକରେ ୧୧୯, ରଣପୁର ବ୍ଲକରେ ୫୧୭, ଭାପୁର ବ୍ଳକରେ ୩୪୨, ଖଣ୍ଡପଡା ବ୍ଲକରେ ୩୮୨ ଜଣ ୱାର୍ଡ ସଭ୍ୟ ଏପରି ମୋଟରେ ୨୯୮୮ ୱାର୍ଡ ସଭ୍ୟ ଆସନ ପାଇଁ ଅନୁରୂପ ଭାବେ ନିର୍ବାଚନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?