ମ୍ୟାନେଜରଙ୍କଠାରୁ ଲୁଟି ଧରାପଡିଲେ

ରାଇରଙ୍ଗପୁର,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ଲକ୍ଷ୍ମୀପୋଷି ଗ୍ରାମ ନିକଟସ୍ଥ ରାସ୍ତାରେ ଗତ ୨ ତାରିଖରେ ଏକ ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜରଙ୍କଠାରୁ ଲୁଟ ଘଟଣାରେ ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲା ମଝିଗାଁ ଗ୍ରାମର ମହମ୍ମଦ ମୁବାରକ ଏବଂ ଅବଦୁଲ କୟମ। ମଙ୍ଗଳବାର ରାଇରଙ୍ଗପୁର ଅତିରିକ୍ତ ଏସ୍‌ପି ମନୋରଞ୍ଜନ ବିଶ୍ୱାଳ ଏକ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ସେମାନଙ୍କଠାରୁ ଏକ ବାଇକ୍‌ ସହ ୨ଟି ମୋବାଇଲ ଏବଂ ୪ ହଜାର ୫୮୦ ଟଙ୍କା ଜବତ ହୋଇଛି।

ସୂଚନା ଅନୁଯାୟୀ, ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ମ୍ୟାନେଜର ନିଶାକର ମଲ୍ଲିକ୍‌ ଯାମଦା ଅଞ୍ଚଳରୁ ୧୪ ହଜାର ୮ଶହ ଋଣ ଟଙ୍କା ଆଦାୟ କରି ଏକ ବ୍ୟାଗ୍‌ରେ ନେଇ ବାଇକ୍‌ ଯୋଗେ ରାଇରଙ୍ଗପୁର ଆସୁଥିଲେ। ଯାମଦା-ରାଇରଙ୍ଗପୁର ରାସ୍ତାରେ ନିର୍ଜନ ସ୍ଥାନରେ ୩ ଲୁଟେରା ତାଙ୍କୁ ଭୟଭୀତ କରି ଟଙ୍କା ବ୍ୟାଗ ଛଡ଼ାଇ ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇ ପୋଲିସ ତଦନ୍ତ ଜାରି ରଖିଥିଲା। ରାଇରଙ୍ଗପୁର- ହାଟବାଦଡ଼ା ରାସ୍ତାରେ ସୋମବାର ସନ୍ଧ୍ୟାରେ ପୋଲିସ ୨ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଅନ୍ୟ ଜଣେ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା ପୋଲିସ କହିଛି। ମଙ୍ଗଳବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲା ନିର୍ବାଚନକୁ ନେଇ ମାମଲା: ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌

କଟକ ଅଫିସ, ୧।୧୦: ରାଉରକେଲା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଭାଜପାର...

ଜୀବନ ସହ ସଂଗ୍ରାମ କରୁଛି ୮ ଦିନର ଶିଶୁକନ୍ୟା

ବାଲେଶ୍ୱର ଅଫିସ, ୩ା୨: ବାଲେଶ୍ୱର ସହରସ୍ଥିତ କରଞ୍ଜିଆ ଅଞ୍ଚଳର ମୂରଲୀଧର ପାଣିଗ୍ରାହୀଙ୍କ ସ୍ତ୍ରୀ ସୁଚିସ୍ମିତା ଗତ ଜାନୁୟାରୀ ୨୬ତାରିଖରେ ଏକ ଘରୋଇ ଡାକ୍ତରଖାନାରେ ଏକ ଶିଶୁକନ୍ୟାକୁ...

ଜାନୁୟାରୀରୁ ଚାଲିବ ଭଦ୍ରକ-ପୁରୀ ପାସେଞ୍ଜର

ଭଦ୍ରକ ଅଫିସ, ୮ା୧୨: ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନ ବିଭିନ୍ନ ଷ୍ଟେଶନ କାର୍ଯ୍ୟର ଅଗ୍ରଗତି ବାବଦରେ ଭୁବନେଶ୍ୱର ପୂର୍ବତଟ ରେଳବାଇ ମୁଖ୍ୟାଳୟଠାରେ ଜେନେରାଲ ମ୍ୟାନେଜର ଏବଂ...

ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ ଅଫିସ, ୧ା୨: ହାଇକୋର୍ଟରେ ସୋମବାର ଢିଙ୍କିଆ ବିବାଦ ମାମଲାର ଶୁଣାଣି ହୋଇଛି। ଏ ନେଇ ହାଇକୋର୍ଟରେ ଦାଏର ହୋଇଥିବା ୩ଟି ଯାକ ମାମଲାରେ ରାଜ୍ୟ...

ଶେଷରେ କପିଳାସ ଗଲା ନରହନ୍ତା ହାତୀ

ବନ୍ତଳା/ତାଳଚେର,୨୨।୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ଶେଷରେ କପିଳାସ ପଠାଯାଇଛି। ସୋମବାର ବନ ବିଭାଗ...

କଳାବ୍ୟାଜ ପିନ୍ଧିଲେ ସ୍ବାସ୍ଥ୍ୟକର୍ମୀ

ପାରଳାଖେମୁଣ୍ଡି,୯।୧୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ମହିଳା, ପୁରୁଷ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ୫ ଦଫା ଦାବି ନେଇ କଳାବ୍ୟାଜ ପରିଧାନ କରିଛନ୍ତି।...

କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨: ଗୋଟିଏ ଦିନରେ ୯ ସଂକ୍ରମିତ

ଫୁଲବାଣୀ ଅଫିସ, ୧ା୬-କନ୍ଧମାଳ ଜିଲା ଫୁଲବାଣୀ କୋଭିଡ୍‌ ହସ୍ପିଟାଲରେ ଦୁଇ ଦିନ ପୂର୍ବରୁ ଭର୍ତ୍ତି ହୋଇଥିବା ସମସ୍ତ ୯ ଜଣ କରୋନା ଚିହ୍ନଟ ହୋଇଛନ୍ତିି। ସେମାନଙ୍କ...

ନାଳରେ ବୁଢ଼ି ଛାତ୍ର ମୃତ

ଧାରକୋଟ,୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧାରକୋଟ ଥାନା ଅନ୍ତର୍ଗତ ଶରଧାପୁର ହାଇସ୍କୁଲସ୍ଥିତ କେଞ୍ଚୁଆ ନାଳଡିଆଁ ଶଙ୍ଖଠାରେ ଥିବା ନାଳରେ ଭାସିଯାଇ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ...

Advertisement
Archives

Model This Week