ମ୍ୟାନେଜରଙ୍କଠାରୁ ଲୁଟି ଧରାପଡିଲେ

ରାଇରଙ୍ଗପୁର,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ଲକ୍ଷ୍ମୀପୋଷି ଗ୍ରାମ ନିକଟସ୍ଥ ରାସ୍ତାରେ ଗତ ୨ ତାରିଖରେ ଏକ ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜରଙ୍କଠାରୁ ଲୁଟ ଘଟଣାରେ ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲା ମଝିଗାଁ ଗ୍ରାମର ମହମ୍ମଦ ମୁବାରକ ଏବଂ ଅବଦୁଲ କୟମ। ମଙ୍ଗଳବାର ରାଇରଙ୍ଗପୁର ଅତିରିକ୍ତ ଏସ୍‌ପି ମନୋରଞ୍ଜନ ବିଶ୍ୱାଳ ଏକ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ସେମାନଙ୍କଠାରୁ ଏକ ବାଇକ୍‌ ସହ ୨ଟି ମୋବାଇଲ ଏବଂ ୪ ହଜାର ୫୮୦ ଟଙ୍କା ଜବତ ହୋଇଛି।

ସୂଚନା ଅନୁଯାୟୀ, ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ମ୍ୟାନେଜର ନିଶାକର ମଲ୍ଲିକ୍‌ ଯାମଦା ଅଞ୍ଚଳରୁ ୧୪ ହଜାର ୮ଶହ ଋଣ ଟଙ୍କା ଆଦାୟ କରି ଏକ ବ୍ୟାଗ୍‌ରେ ନେଇ ବାଇକ୍‌ ଯୋଗେ ରାଇରଙ୍ଗପୁର ଆସୁଥିଲେ। ଯାମଦା-ରାଇରଙ୍ଗପୁର ରାସ୍ତାରେ ନିର୍ଜନ ସ୍ଥାନରେ ୩ ଲୁଟେରା ତାଙ୍କୁ ଭୟଭୀତ କରି ଟଙ୍କା ବ୍ୟାଗ ଛଡ଼ାଇ ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇ ପୋଲିସ ତଦନ୍ତ ଜାରି ରଖିଥିଲା। ରାଇରଙ୍ଗପୁର- ହାଟବାଦଡ଼ା ରାସ୍ତାରେ ସୋମବାର ସନ୍ଧ୍ୟାରେ ପୋଲିସ ୨ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଅନ୍ୟ ଜଣେ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା ପୋଲିସ କହିଛି। ମଙ୍ଗଳବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri