ଆମ ଜିଲା ଖବର

ଭଦ୍ରକରେ ୨୦୯୯ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ୯୨ ପଜିଟିଭ୍‌ ସମସ୍ତେ ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଅଫିସ,୨୩ା୮: ଭଦ୍ରକ ଜିଲାରେ ରବିବାର ୯୨ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୯ ଛୁଇଁଛି। ଆଜି ଚି଼ହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି କୁହାଯାଇଛି। ସୂଚନାଯୋଗ୍ୟ,...

ମୃତବ୍ୟକ୍ତିଙ୍କ ନମୁନା ପଜିଟିଭ୍‌: ଗ୍ରାମବାସୀ ଭୟଭୀତ

ଚୌଦ୍ୱାର,୨୩।୮(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ୨ନଂ. ୱାର୍ଡ କୁମ୍ଭାରସାହିରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ସାହିପଡ଼ିଶାଙ୍କ ସହାୟତାରେ ତାଙ୍କର ଅନ୍ତିମ ସଂସ୍କାର ସ୍ଥାନୀୟ ଶ୍ମଶାନରେ କରିଥିଲେ। ଶନିବାର ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ...

କଟକ ମହାନଗର ନିଗମର ଦାୟିତ୍ୱହୀନତା: ରାସ୍ତାରେ ପଡୁଛି ବ୍ୟବହୃତ ପିପିଇ କିଟ୍‌

କଟକ ଅଫିସ,୨୩।୮: କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ କିଟ୍‌) ବ୍ୟବହାର ହେଉଛି ସତ; କିନ୍ତୁ ଏହାପରେ ତାକୁ ରାସ୍ତା ଉପରେ ଫୋପାଡ଼ିଦେବା ଭଳି ଦାୟିତ୍ୱହୀନତା ଏବେ କଟକ ମହାନଗର ନିଗମ (ସିଏମ୍‌ସି)ରେ ଦେଖିବାକୁ ମିଳୁଛି।...

ବିଜୁ, ବିକାଶ ଭବନରେ ନିୟମକୁ ଫୁ: ଅଧିକାରୀଙ୍କ ଆଗରେ ଭାଙ୍ଗୁଛି କରୋନା ନିୟମ

କଟକ ଅଫିସ,୨୩।୮: କଟକ ସହରରେ ପ୍ରତିଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କଟକ ମହାନଗର ନିଗମ (ସିଏମ୍‌ସି) ସହରରେ କରୋନା ନିୟନ୍ତ୍ରଣ ଓ ସଚେତନତା ପାଇଁ ଯେତିକି ସକ୍ରିୟ ଅଛି ବୋଲି କହୁଛି, ନିଜ କାର୍ଯ୍ୟାଳୟରେ ସେତିକି...

ବିକ୍ରି ନୁହେଁ, ଥଇଥାନ କରାଯାଇଛି

ପୁରୀ ଅଫିସ,୨୩।୮: ବଗଲା ଧର୍ମଶାଳା ଜମିକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଭାଜପା ପକ୍ଷରୁ ବଗଲା ସମ୍ମୁଖରେ ଧାରଣା ଦିଆଯାଇଥିବାବେଳେ ଧୀରେ ଧୀରେ ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ତେବେ ଏହି ପ୍ରସଙ୍ଗରେ ଜିଲା...

ଅଟକିଲା ଦୁରନ୍ତୋ ଏକ୍ସପ୍ରେସ, କାରଣ ଅସ୍ପଷ୍ଟ

ବ୍ରହ୍ମପୁର ଅଫିସ,୨୩।୮: ବ୍ରହ୍ମପୁର ଦେଇ ଯାଉଥିବା ଦୁରନ୍ତ ଏକ୍ସପ୍ରେସ (ହାଓ୍ବଡା-ବେଙ୍ଗାଲୁର) ଶନିବାର ସନ୍ଧ୍ୟାରେ ଆମ୍ବପୁଆ ଲେବଲ କ୍ରସିଂରେ ହଠାତ୍‌ ଅଟକି ଯାଇଥିଲା। ଯାତ୍ରୀମାନେ କିଛି ବୁଝିପାରି ନ ଥିବାବେଳେ ଉଭୟ ପଟେ ଅଟକି ରହିଥିବା ଲୋକମାନେ ମଧ୍ୟ ଟ୍ରେନ ରହିବା...

ବାଲି ଚାଲାଣକୁ ବିରୋଧ: ପୋଡ଼ିଦେଲେ ଟ୍ରକ୍‌, ଟ୍ରାକ୍ଟର

ହିଞ୍ଜିଳିକାଟୁ,୨୩।୮(ଡ଼ି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ପୁରୁଷୋତ୍ତମପୁର ତହସିଲ କୋଳିଦାସପୁରରେ ଶୁକ୍ରବାର ରାତିରେ ବାଲି ଚାଲାଣକୁ ନେଇ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ୩ ଟ୍ରକ୍‌, ଗୋଟିଏ ଟ୍ରାକ୍ଟରକୁ ପୋଡି ଦେଇଛନ୍ତି। ଏଥିସହ ବାଲି ମାଫିଆଙ୍କ ୨ ବାଇକ୍‌...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହେଲା

ପାଟଣା,୨୩ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ତେଣ୍ଡେରା ରାସ୍ତାର କରଞ୍ଜିଆପଡ଼ା ରିଜର୍ଭ ଫରେଷ୍ଟ ଶାଳ ଜଙ୍ଗଲ ମଧ୍ୟରୁ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ରବିବାର ସକାଳେ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ତେଣ୍ଡେରା ପଞ୍ଚାୟତ ନୂଆଗାଁର...

ହାଇକୋର୍ଟଙ୍କ ଫୁଲ୍‌କୋର୍ଟରେ ନିଷ୍ପତ୍ତି: ସ୍ବାଭାବିକ ହେବ ତଳ କୋର୍ଟ କାର୍ଯ୍ୟ

କଟକ ଅଫିସ,୨୩।୮: କରୋନା କଟକଣା ଭିତରେ କୋର୍ଟଗୁଡ଼ିକ କିଭଳି କାର୍ଯ୍ୟ କରିବେ, ସେନେଇ ହାଇକୋର୍ଟର ଫୁଲ୍‌କୋର୍ଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ ସୀମିତ ରହିବ। ପୂର୍ବରୁ ଏହା ଅଗଷ୍ଟ ୨୧ ଯାଏ...

ପାକଳ ଧାନ କ୍ଷେତରେ ପୂଜା

ନୂଆଁଖାଇ କୃଷି ଓ କୃଷକର ପର୍ବ । ସେଥିପାଇଁ ଏହାକୁ କୃଷିଭିତ୍ତିକ ପର୍ବ ବୋଲି କୁହାଯାଏ । ନୂଆଁଖାଇ ଦିନ ଚାଷୀ ପୁଅ ପାକଳ ଧାନ କ୍ଷେତକୁ ଯାଇ ଅରୁଆ ଚାଉଳ, ଫୁଲ, ଦୀପ, ଧୂପ, ନାରିକେଳ ଦେଇ ପୂଜାର୍ଚ୍ଚନା...

ଫେସ୍‌ବୁକ୍‌ ଲାଇଭ୍‌ରେ ସମଲେଇଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ସମ୍ବଲପୁର,୨୩।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ  ନୂଆ ଖାଇବା ପରେ ବିଭନ୍ନ ଦେବୀଦେବଙ୍କୁ ଲୋକେ ଦର୍ଶନ କରିଥାନ୍ତି। ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଦର୍ଶନ ଶ୍ରଦ୍ଧାଳୁ କରିଥାନ୍ତି । ହେଲେ କରୋନା କଟକଣା ଯୋଗୁ ଚଳିତ ବର୍ଷ...

ନିର୍ମାଣ ଚାଲିଛି ଆଠମଲ୍ଲିକ-ଧଳପୁର ବ୍ରିଜ: କାମ ସରିଲେ ସେତୁ ରଚିବ କୀର୍ତ୍ତିମାନ

ବଇଣ୍ଡା, ୨୩।୮: ଧାର୍ଯ୍ୟ ଅବଧି ୮ ମାସ ତଳୁ ଶେଷ ହେଲାଣି। ତଥାପି ମହାନଦୀ ଉପରେ ନିର୍ମାଣ ସରୁନି ଓଡ଼ିଶାର ସବୁଠୁ ଲମ୍ବା ସେତୁର ଗୌରବ ଅର୍ଜନ କରିବାକୁ ଯାଉଥିବା ଆଠମଲ୍ଲିକ-ଧଳପୁର ସେତୁ। ଅନୁଗୋଳ ଜିଲା ଆଠମଲ୍ଲିକରୁ ବୌଦ୍ଧ ଜିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri