ବିକ୍ରି ନୁହେଁ, ଥଇଥାନ କରାଯାଇଛି

ପୁରୀ ଅଫିସ,୨୩।୮: ବଗଲା ଧର୍ମଶାଳା ଜମିକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଭାଜପା ପକ୍ଷରୁ ବଗଲା ସମ୍ମୁଖରେ ଧାରଣା ଦିଆଯାଇଥିବାବେଳେ ଧୀରେ ଧୀରେ ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ତେବେ ଏହି ପ୍ରସଙ୍ଗରେ ଜିଲା ପ୍ରଶାସନ ଶନିବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ତା’ର ସ୍ପଷ୍ଟ ମତ ରଖିଛି। ବଗଲା ଜମି ଘରୋଇ ଲଜ୍‌ ମାଲିକଙ୍କୁ ବିକ୍ରି କରାଯାଇଥିବା କହିବା ଠିକ୍‌ ନୁହେଁ। ଶ୍ରୀମନ୍ଦିର ଐତିହ୍ୟ କରିଡର ନିମନ୍ତେ ମହାପ୍ରଭୁଙ୍କ ପାଇଁ ଜମି ଦେଇଥିବା କେତେଜଣ ସେବାୟତ ଏବଂ ବ୍ୟକ୍ତିଙ୍କୁ ଏଠାରେ ଥଇଥାନ କରାଯାଇଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବଗଲା ଧର୍ମଶାଳାର ମୋଟ ୨ଏକର ୭୩୮ ଡେସିମିଲ ଜମିରୁ ୧୨ପ୍ରତିଶତ ଜାଗାରେ କେତେଜଣ ଜମିହରା ସେବାୟତ ଏବଂ ବ୍ୟକ୍ତିଙ୍କୁ ଥଇଥାନ କରାଯାଇଛି। ଭିତର ସେବାୟତ ନିଯୋଗକୁ ଜମି ଦିଆଯାଇଛି। ଏହି ନିଯୋଗରେ ଅନେକ ସେବାୟତ ସମ୍ପୃକ୍ତ ଅଛନ୍ତି। ଯେଉଁମାନେ କି ଶହ ଶହ ବର୍ଷ ଧରି ମହାପ୍ରଭୁଙ୍କ ସେବା କରିଆସୁଛନ୍ତି। ସରକାରଙ୍କ ଆହ୍ବାନରେ ସେମାନେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ତାଙ୍କ ଜମି ଉତ୍ସର୍ଗ କରିଛନ୍ତି। ବଗଲା ଜମି ପୂର୍ବରୁ ଲଜିଂ ହାଉସ୍‌ ଫଣ୍ଡ କମିଟି ନଁାରେ ଥିବାବେଳେ ଏହାକୁ ରାଜସ୍ବ ବିଭାଗ ନଁାକୁ ଅଣାଯାଇଛି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଥଇଥାନ ନୀତି ଅନୁସରଣ କରାଯାଇଛି, ଯାହାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ବଗଲା ଧର୍ମଶାଳାରେ ୨୦୦ ଯାତ୍ରୀଙ୍କ ରହଣି କ୍ଷମତା ଥିଲା। କିନ୍ତୁ ରାଜ୍ୟ ସରକାର ଏକକାଳୀନ ୨,୦୦୦ ଗରିବ ଭକ୍ତଙ୍କ ରହଣି ଲାଗି ପିଲିଗ୍ରୀମ ସେଣ୍ଟର କରୁଛନ୍ତି। ଆଗାମୀ ଦିନରେ ପୁରୀରେ ଆହୁରି ୮,୦୦୦ ଅର୍ଥାତ୍‌ ମୋଟ ୧୦,୦୦୦ ଗରିବ ଭକ୍ତ କିପରି ସୁବିଧାରେ ପୁରୀରେ ରହିପାରିବେ ସେ ନେଇ ପ୍ରକ୍ରିୟା ଜାରି ରଖିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ ବଗଲା ଜମି କାହାକୁ
ବିକ୍ରି କରାଯାଇ ନ ଥିବା କୁହାଯାଉଥିବାବେଳେ ୬ ଜଣଙ୍କ ନଁାରେ ୩୪୦ ଡିସିମିଲ୍‌ ବଗଲା ଜମି ବିକ୍ରି କବଲା ହୋଇଥିବା ଜଣାପଡିଛି। ଯାହାକୁ ନେଇ ଲୋକମାନଙ୍କ ମନରୁ ସଂଶୟ ଦୂର ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri