ବିକ୍ରି ନୁହେଁ, ଥଇଥାନ କରାଯାଇଛି

ପୁରୀ ଅଫିସ,୨୩।୮: ବଗଲା ଧର୍ମଶାଳା ଜମିକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଭାଜପା ପକ୍ଷରୁ ବଗଲା ସମ୍ମୁଖରେ ଧାରଣା ଦିଆଯାଇଥିବାବେଳେ ଧୀରେ ଧୀରେ ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ତେବେ ଏହି ପ୍ରସଙ୍ଗରେ ଜିଲା ପ୍ରଶାସନ ଶନିବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ତା’ର ସ୍ପଷ୍ଟ ମତ ରଖିଛି। ବଗଲା ଜମି ଘରୋଇ ଲଜ୍‌ ମାଲିକଙ୍କୁ ବିକ୍ରି କରାଯାଇଥିବା କହିବା ଠିକ୍‌ ନୁହେଁ। ଶ୍ରୀମନ୍ଦିର ଐତିହ୍ୟ କରିଡର ନିମନ୍ତେ ମହାପ୍ରଭୁଙ୍କ ପାଇଁ ଜମି ଦେଇଥିବା କେତେଜଣ ସେବାୟତ ଏବଂ ବ୍ୟକ୍ତିଙ୍କୁ ଏଠାରେ ଥଇଥାନ କରାଯାଇଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବଗଲା ଧର୍ମଶାଳାର ମୋଟ ୨ଏକର ୭୩୮ ଡେସିମିଲ ଜମିରୁ ୧୨ପ୍ରତିଶତ ଜାଗାରେ କେତେଜଣ ଜମିହରା ସେବାୟତ ଏବଂ ବ୍ୟକ୍ତିଙ୍କୁ ଥଇଥାନ କରାଯାଇଛି। ଭିତର ସେବାୟତ ନିଯୋଗକୁ ଜମି ଦିଆଯାଇଛି। ଏହି ନିଯୋଗରେ ଅନେକ ସେବାୟତ ସମ୍ପୃକ୍ତ ଅଛନ୍ତି। ଯେଉଁମାନେ କି ଶହ ଶହ ବର୍ଷ ଧରି ମହାପ୍ରଭୁଙ୍କ ସେବା କରିଆସୁଛନ୍ତି। ସରକାରଙ୍କ ଆହ୍ବାନରେ ସେମାନେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ତାଙ୍କ ଜମି ଉତ୍ସର୍ଗ କରିଛନ୍ତି। ବଗଲା ଜମି ପୂର୍ବରୁ ଲଜିଂ ହାଉସ୍‌ ଫଣ୍ଡ କମିଟି ନଁାରେ ଥିବାବେଳେ ଏହାକୁ ରାଜସ୍ବ ବିଭାଗ ନଁାକୁ ଅଣାଯାଇଛି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଥଇଥାନ ନୀତି ଅନୁସରଣ କରାଯାଇଛି, ଯାହାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ବଗଲା ଧର୍ମଶାଳାରେ ୨୦୦ ଯାତ୍ରୀଙ୍କ ରହଣି କ୍ଷମତା ଥିଲା। କିନ୍ତୁ ରାଜ୍ୟ ସରକାର ଏକକାଳୀନ ୨,୦୦୦ ଗରିବ ଭକ୍ତଙ୍କ ରହଣି ଲାଗି ପିଲିଗ୍ରୀମ ସେଣ୍ଟର କରୁଛନ୍ତି। ଆଗାମୀ ଦିନରେ ପୁରୀରେ ଆହୁରି ୮,୦୦୦ ଅର୍ଥାତ୍‌ ମୋଟ ୧୦,୦୦୦ ଗରିବ ଭକ୍ତ କିପରି ସୁବିଧାରେ ପୁରୀରେ ରହିପାରିବେ ସେ ନେଇ ପ୍ରକ୍ରିୟା ଜାରି ରଖିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ ବଗଲା ଜମି କାହାକୁ
ବିକ୍ରି କରାଯାଇ ନ ଥିବା କୁହାଯାଉଥିବାବେଳେ ୬ ଜଣଙ୍କ ନଁାରେ ୩୪୦ ଡିସିମିଲ୍‌ ବଗଲା ଜମି ବିକ୍ରି କବଲା ହୋଇଥିବା ଜଣାପଡିଛି। ଯାହାକୁ ନେଇ ଲୋକମାନଙ୍କ ମନରୁ ସଂଶୟ ଦୂର ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri