ବିଜୁ, ବିକାଶ ଭବନରେ ନିୟମକୁ ଫୁ: ଅଧିକାରୀଙ୍କ ଆଗରେ ଭାଙ୍ଗୁଛି କରୋନା ନିୟମ

କଟକ ଅଫିସ,୨୩।୮: କଟକ ସହରରେ ପ୍ରତିଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କଟକ ମହାନଗର ନିଗମ (ସିଏମ୍‌ସି) ସହରରେ କରୋନା ନିୟନ୍ତ୍ରଣ ଓ ସଚେତନତା ପାଇଁ ଯେତିକି ସକ୍ରିୟ ଅଛି ବୋଲି କହୁଛି, ନିଜ କାର୍ଯ୍ୟାଳୟରେ ସେତିକି ନିଷ୍କ୍ରିୟ ଥିବା ପରି ମନେହେଉଛି। ଦୀପ ତଳ ଅନ୍ଧାର ଭଳି ସିଏମ୍‌ସିର ବିଜୁ ଭବନ ଓ ବିକାଶ ଭବନରେ ଲୋକଙ୍କ ଭିଡ଼ ଲାଗୁଛି। ସାମାଜିକ ଦୂରତା ରହୁନି। କରୋନା ଗାଇଡ୍‌ଲାଇନ୍‌କୁ କେହି ମାନୁନାହାନ୍ତି।

ସିଏମ୍‌ସି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୮ଶହ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସେଥିରୁ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ସ୍ଥିତିରେ ସିଏମ୍‌ସିର ବିଜୁ ଭବନ ଓ ବିକାଶ ଭବନ କାର୍ଯ୍ୟାଳୟକୁ ଯେତେବେଳେ ସାଧାରଣ ଲୋକ ଆସୁଛନ୍ତି, କରୋନା ପାଇଁ ଥିବା ସମସ୍ତ ନିୟମ କଡ଼ାକଡ଼ି ପାଳନ ହେବା କଥା। ଉଭୟ କାର୍ଯ୍ୟାଳୟକୁ ଦୈନିକ ବହୁ ଲୋକ ନିଜର କାର୍ଯ୍ୟ ପାଇଁ ଆସୁଛନ୍ତି। ବିକାଶ ଭବନରେ ଥିବା ଜନ୍ମ ମୃତ୍ୟୁ ପଞ୍ଜୀକରଣ ବିଭାଗରେ ଅତ୍ୟଧିକ ଭିଡ଼ ରହୁଛି। ନଗର ସ୍ବାସ୍ଥ୍ୟ ବିଭାଗ ଏହି କାର୍ଯ୍ୟାଳୟରେ ରହିଥିଲେ ମଧ୍ୟ ସାନିଟାଇଜର କିମ୍ବା ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ନାହିଁ। ସାମାଜିକ ଦୂରତ୍ୱ ରଖିବାକୁ ଯେଉଁ ରୋପ୍‌ ରହିଛି, ତାହା କାମରେ ଲାଗୁନାହିଁ। ସିଏମ୍‌ସିର କର୍ମଚାରୀ ଓ ଅଧିକାରୀଙ୍କ ଆଗରେ ଏଭଳି ହେଉଥିଲେ ମଧ୍ୟ ପଦକ୍ଷେପ ଶୂନ। ଏନେଇ ସିଏମ୍‌ସିର ଯୁଗ୍ମ କମିଶନର ସୁମିତା ସରକାର କହିଛନ୍ତି, ସିଏମ୍‌ସି କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି। କିନ୍ତୁ ସେମାନେ ସାମାଜିକ ଦୂରତ୍ୱ ରକ୍ଷା କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ କଫ ସିରପ୍‌ ଚାଲାଣ, କଣ୍ଡକ୍ଟର ଗିରଫ

ସୋହେଲା,୨୭।୯(ଡି.ଏନ.ଏ): ବରଗଡ଼ ଜିଲାରେ କଫ ସିରପ କାରବାର ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି । ଏକ ଯାତ୍ରୀବାହୀ ବସ୍‌(ନଂ-ଓଡ଼୧୭ସି ୨୫୫୫)ଯୋଗ କଫ୍‌ ସିରପ୍‌ ଚାଲାଣ ହେବାବେଳେ...

ଯବାନ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୨୬।୩(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଛି। ବହୁପରିମାଣର ବିସ୍ଫୋରକ ସାମଗ୍ରୀ ପୋଲିସ ଜବତ କରିଛି। ଖବରରୁ ଜଣାପଡିଛି,...

ବିନା ଟିକେଟରେ ଯାତ୍ରା କରି ବନ୍ଧା ହେଲେ ୨୫ଜଣ

ପୁରୀ ଅଫିସ, ୨୨ା୯: ବିଭିନ୍ନ ଟ୍ରେନ୍‌ରେ ବିନା ଟିକେଟରେ ଯାତ୍ରା କରିବା ଅଭିଯୋଗରେ ୨୫ଜଣଙ୍କୁ ରେଲଓ୍ବେ ପୋଲିସ ଗିରଫ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଙ୍ଗଳବାର...

ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁମାଡ଼

ନୟାଗଡ଼ ଅଫିସ,୨୯।୯: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ଜମି ବାବଦ ଅର୍ଥ ପ୍ରଦାନ ପାଇଁ ଲାଞ୍ଚ ମାଗିବା ଓ ମହିଳାଙ୍କୁ ଅସଦାଚରଣ କରିବା...

ମା’ ଙ୍କ ହତ୍ୟାର ୧୩ ଦିନରେ ଜୀବନ ହାରିଲେ ପୁଅ

ଛତ୍ରପୁର,୨୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗାଁରେ ସୁପ୍ରଭା ଚୌଧୁରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାର ୧୩ ଦିନ...

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନୟାଗଡ଼ ଅଫିସ, ୯।୯: ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ମାଳିସାହି ଗାଁରେ ମଙ୍ଗଳବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଲୋକ ଗାଁ ଦାଣ୍ଡରେ...

ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ହାତୀ ମୃତ

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ହାତିବାରି-ବନ୍ଦେର ସଂରକ୍ଷିତ ଜଙ୍ଗଲରୁ ରବିବାର ସକାଳେ ଏକ ଦନ୍ତା ହାତୀର ମୃତହେଦ ଠାବ ହୋଇଥିଲା। ବନ ବିଭାଗ ହାତୀର...

ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର ଅଫିସ, ୨୩।୫- ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ଜୀବନପ୍ରଦୀପ ଦାଶ ୧୩୫୬୩ ଭୋଟ ପାଇଥିବାବେଳେ ଭାଜପାର ମଦନ ମୋହନ ଦତ୍ତ...

Advertisement
Archives

Model This Week