ମା’କୁ କୁରାଢ଼ିରେ ହାଣିଲା ପୁଅ
ବାରିପଦା ଅଫିସ,୨୧ା୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଚକୁଳିଆ ଗ୍ରାମରେ ଜନ୍ମ କଲା ମା’ଙ୍କୁ କୁରାଢ଼ିରେ ହାଣିଛି ପୁଅ। ଅଭିଯୁକ୍ତ ପୁଅ ହେଲେ ଲୋସ ହେମ୍ବ୍ରମ। ମୃତକ ମା’ ଗୁରୁବାରି ହେମ୍ବ୍ରମ। ରାସଗୋବିନ୍ଦପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ପହଞ୍ଚି…
ମେ’ ୧୫ରୁ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା: ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଲାଗି ପ୍ରସ୍ତାବ
ଛତ୍ରପୁର,୨୧ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ମେ’ ୧୫ରୁ ଆରମ୍ଭ ହୋଇ ୨୦ ତାରିଖରେ ଅନୁଷ୍ଠିତ ହେବ। ଏନେଇ ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ…
ଆଜିଠୁ କାମରେ ଯୋଗଦେବେ ସେବା ପେପର ମିଲ୍ ଶ୍ରମିକ
ଜୟପୁର, ୨୧।୪(ନି.ପ୍ର.): ଜୟପୁର ଡିଭିଜନର ଯୁଗ୍ମ ଶ୍ରମ କମିଶନରଙ୍କ ଅଧ୍ୟକ୍ଷତା ଏବଂ କୋରାପୁଟ ଡିଏଲ୍ଓଙ୍କ ଉପସ୍ଥିତିରେ ୟୁନିଟ୍ ସେବା କାଗଜକଳ ଶ୍ରମିକ କର୍ମଚାରୀ ସଂଘ ଓ ମ୍ୟାନେଜମେଣ୍ଟ ପ୍ରତିନିଧିଙ୍କ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ମ୍ୟାନେଜମେଣ୍ଟ ପକ୍ଷରୁ ବେସିକ୍ ଡିଏ…
ଡାକ୍ତର ଅଭାବ, ପ୍ରକଳ୍ପ କାମ ବିଳମ୍ବ ଦେଖି ବିଗିଡ଼ିଲେ ମନ୍ତ୍ରୀ
ଉମରକୋଟ, ୨୧।୪(ସ୍ବ.ପ୍ର.): କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶୋଭା କାରାଣ୍ଡୁଜେ ୨ଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଆସିଛନ୍ତି। ବୁଧବାର ସେ ଉମରକୋଟରେ ପହଞ୍ଚତ୍ବା ପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲ। ନବରଙ୍ଗପୁର ଜିଲାପାଳ ଡ.…
ଦାବି ପୂରଣ ନ ହେବା ଯାଏ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
ଡାବୁଗାଁ, ୨୧।୪ (ଡି.ଏନ୍.ଏ.): ରାଜ୍ୟ ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ଡାବୁଗାଁ ଶାଖା ତରଫରୁ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ଆରମ୍ଭ ହୋଇଛି। ମଙ୍ଗଳବାର ଏହି ଆନ୍ଦୋଳନ ସମ୍ପର୍କରେ ସଂଘ ପକ୍ଷରୁ ଡାବୁଗାଁ ଥାନାରେ ସୂଚନା ଦିଆଯାଇଥିଲା।…
୧ ଲକ୍ଷ ୧୯ ହଜାର ଟଙ୍କାର କାଠ ଧରିଲା ଭିଜିଲାନ୍ସ
ଜୟପୁର/କୋରାପୁଟ, ୨୧।୪(ନି.ପ୍ର./ସ୍ବ.ପ୍ର.): ବେଆଇନ କାଠ ଚାଲାଣବେଳେ ଜୟପୁର ଭିଜିଲାନ୍ସ ଚଢାଉ କରିଛି। ଓଡିଶା ଛତିଶଗଡ ଫରେଷ୍ଟ ବାଉଣ୍ଡିର ଜୟପୁର ବନଖଣ୍ଡର କୋଟପାଡ ଫରେଷ୍ଟ ରେଞ୍ଜର ମାଲଚମାଲ ସଂରକ୍ଷିତ ଜଙ୍ଗଲେ ଚଢାଉ କରିଛି। କାଠକୁ ଚାଲାଣ କରିବା ନେଇ ଯୋଜନା କରିଥିବା ବେଳେ…
ଚୋରା ଚାଲାଣ ବେଳେ ଚଢ଼ାଉ
ବଇଣ୍ଡା,୨୧।୪(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକସ୍ଥିତ ମହାନଦୀରୁ ଚୋରାରେ ବାଲି ଚାଲାଣ ହେଉଥିବାବେଳେ ବୁଧବାର ଠାକୁରଗଡ଼ ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରାଯାଇ ୫ଟି ଟିପ୍ପର ଜବତ କରାଯାଇଛି। ଏଥିସହ ଉକ୍ତ ଗାଡ଼ିଗୁଡ଼ିକରୁ ୧ଲକ୍ଷ୧୦ ହଜାର ଟଙ୍କା ଜରିମାନା ଆଦାୟ…
ଭିକାରୀ ବେଶଧରି ଚୋରି କରୁଥିଲେ
କାଲିମେଳା,୨୧।୪(ଡି.ଏନ.ଏ.): ମାଲାକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳରେ ବାରମ୍ବାର ଚୋରି ଅଭିଯୋଗ ହେଉଥିଲା। କାଲିମେଳା ସଦର ଅଞ୍ଚଳରେ ଜଣଙ୍କ ଘରୁ ଚୋରି ମାମଲାର ତଦନ୍ତବେଳେ ପୋଲିସ ତଦନ୍ତ କରି ଚୋର ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି। ସେମାନେ ହେଲେ…
୧୪ ଘଣ୍ଟା ବିତିଲା: ହଟି ନାହିଁ ରାସ୍ତା ଅବରୋଧ, ମୃତଦେହ ରଖି ରାସ୍ତାରେ ଆନ୍ଦୋଳନକାରୀ
ବରଗଡ଼ ଅଫିସ,୨୧ା୪:ବରଗଡ଼ ସହରର ଭଟଲି ଛକ ନିକଟରେ ବୁଧବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଟ୍ରକ ଚାପାରେ ଜଣେ ବାଇକ୍ ଆରୋହୀ ତଥା ସହର ଉପକଣ୍ଠ ଡାଙ୍ଗ ନଦୀପଡ଼ାର କିଶୋର କୁମାର ବେଲଘରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।…
ଏସ୍ପି କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ
ଢେଙ୍କାନାଳ ଅଫିସ୍, ୨୧।୪: କନଷ୍ଟେବଳ ସ୍ବାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ମହିଳା ଦେହରେ ପେଟ୍ରୋଲ ଢାଳିହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଢେଙ୍କାନାଳ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ବୁଧବାର ମଧ୍ୟାହ୍ନରେ ଘଟିଛି ଏଭଳି ଅଭାବନୀୟ ଘଟଣା, ଯାହା ଖାକିକୁ କରିଛି ବଦନାମ।…
ପୂର୍ଣ୍ଣ କ୍ଷମତାରେ ଚାଲିବ ନାଲ୍କୋ
ବଅଁରପାଳ,୨୧।୪(ଡି.ଏନ.ଏ.): ଚୁକ୍ତି ମୁତାବକ କୋଇଲା ଏମ୍ସିଏଲ୍ ଯୋଗାଣ କରୁ ନ ଥିବାରୁ ଅନୁଗୋଳ ଜିଲା ନାଲ୍କୋରେ କୋଇଲା ସଙ୍କଟ ଗୁରୁତର ହୋଇପଡ଼ିଛି। ଏପରି କି ସିପିପିରେ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ନାଲ୍କୋ କର୍ତ୍ତୃପକ୍ଷ ଓ ଶ୍ରମିକ ସଙ୍ଗଠନଗୁଡ଼ିକ…
ଛେପରେ ନାକ ଘଷିବାକୁ ଦଳିତଙ୍କୁ ବାଧ୍ୟ କରାଗଲା
କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ,୨୧।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନାରେ ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ମଙ୍ଗଳବାର ଏକ ସଙ୍ଗିନ ଅଭିଯୋଗ ହୋଇଛି।ସମ୍ପୃକ୍ତ ପଞ୍ଚାୟତର ଜଣେ ଦଳିତ ବ୍ୟକ୍ତିଙ୍କୁ ତଳେ ଛେପ ପକାଇ ନାକ ଘଷିବା ପାଇଁ ଗ୍ରାମସଭାରେ ସରପଞ୍ଚ ଚାମେଲି…

