ପଞ୍ଚାୟତ ନିର୍ବାଚନ: ଗଞ୍ଜାମରେ ୧୫,୯୪୯ ନାମାଙ୍କନପତ୍ର ଦାଖଲ
ଛତ୍ରପୁର,୨୨।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଦଳୀୟ ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ପର୍ବ ସମାପ୍ତ ହୋଇଛି। ବିଭିନ୍ନ ପଦ ପଦବୀ ନିମନ୍ତେ ମୋଟ ୧୫,୯୪୯ ଜଣ ନାମାଙ୍କନ ଦାଖଲ କରିଛନ୍ତି। ସେଥିମଧ୍ୟରେ ୧୧,୬୫୭ ଜଣ ୱାର୍ଡମେମ୍ବର,…
ଘନ କୁହୁଡ଼ି: ଗମନାଗମନ ବାଧାପ୍ରାପ୍ତ
ପାଟଣା,୨୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଶନିବାର ଘନ କୁହୁଡ଼ି ଆସ୍ତରଣ ଯୋଗୁ ଦିନ ୧୦ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ସହ ଗମନାଗମନରେ ବ୍ୟାଘାତ ସୃଷ୍ଟି ହୋଇଛି। କୁହୁଡ଼ି ଆସ୍ତରଣ ହେତୁ ମୁହଁକୁ ମୁହଁ ଦୃଶ୍ୟମାନ ହେଉନାହିଁ। ଫଳରେ ବାଇକ୍, କାର,…
ନାମାଙ୍କନପତ୍ର ଦାଖଲ ପରେ ପଞ୍ଚାୟତ କାର୍ଯ୍ୟାଳୟରେ ଭଙ୍ଗାରୁଜା
ଭଦ୍ରକ ଅଫିସ,୨୨।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ପଞ୍ଚାୟତ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ କାର୍ଯ୍ୟାଳୟରେ। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ…
ଚିକିତ୍ସା ଅବହେଳାରୁ ଗର୍ଭବତୀ ଆଶାକର୍ମୀଙ୍କ ଜୀବନ ଗଲା
ଭବାନୀପାଟଣା,୨୨।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣକ ହେଲେ ଧର୍ମଗଡ଼ ବ୍ଲକ ବେହେରା ନିକଟସ୍ଥ ଟେଣାପାଳି ଗ୍ରାମର ଆଶାକର୍ମୀ ସୁମିତ୍ରା…
ମାଓବାଦୀଙ୍କ ବର୍ବର କାଣ୍ଡ: ଜାଳିଦେଲେ ଗାଡ଼ି
ମାଲକାନଗିରି,୨୨।୧(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ପାଇଁ ନିୟୋଜିତ ଥିବା ଗାଡ଼ିିକୁ ମାଓବାଦୀ ଜାଳି ଦେଇଛନ୍ତି। ଛତିଶଗଡ଼ ବିଜାପୁର ଜିଲା ଅନ୍ତର୍ଗତ ଭାମରାଗଡ଼ ତହସିଲ ଅନ୍ତର୍ଭୁକ୍ତ ଧୋନ୍ଦ୍ରାଜରୁ କଭାଣ୍ଡେ ପର୍ଯ୍ୟନ୍ତ…
ବିଜେଡି ବିଧାୟକଙ୍କ ଭାଇ ଭାଜପାର ଜିଲା ପରିଷଦ ପ୍ରାର୍ଥୀ
କେନ୍ଦୁଝର, ୨୨।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ବଡ଼ଭାଇ ସତ୍ୟବ୍ରତ ନାଏକ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପା ଟିକେଟରେ ଉକ୍ତ ନିର୍ବାଚନମଣ୍ଡଳୀର ୨୧ ନଂ. ଜୋନ୍ରୁ ନାମାଙ୍କନପତ୍ର ଦାଖଲ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…
ବିଜେଡି-ଭାଜପା ମୁହାଁମୁହିଁ
ଭଦ୍ରକ ଅଫିସ, ୨୨।୧ ଭଦ୍ରକ ଜିଲା ସଦର ବ୍ଲକରେ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲକୁ ନେଇ ବିଜେଡି ଓ ଭାଜପା ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ଆସୁଥିବା ବେଳେ ଭାଜପା କର୍ମୀମାନଙ୍କୁ ରାହାଞ୍ଜଠାରେ ପ୍ରତିପକ୍ଷ ବିଭିନ୍ନ ଆକ୍ଷେପ ମୂଳକ…
ରାସ୍ତା ପାଲଟିଲା ଜନସମୁଦ୍ର
ବାଲେଶ୍ୱର ଅଫିସ, ୨୨।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାର ଶୁକ୍ରବାର ଶେଷ ହୋଇଛି। ଶେଷ ଦିନରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ ଅଫିସ ଏମିତିକି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀମାନେ ବହୁ…
ବିର୍ଲା ଟାୟାର୍ସକୁ କାର୍ଯ୍ୟକ୍ଷମ କରିବାକୁ ନିବେଦନ
ବାଲେଶ୍ୱର ଅଫିସ, ୨୨।୧ ବାଲେଶ୍ୱର ଜିଲାର ସର୍ବପୁରାତନ ଏବଂ ବୃହତ କାରଖାନା ବିର୍ଲା ଟାୟାର୍ସ ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ଏହା ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ନିର୍ଭର କରୁଥିବା ୨୦ରୁ ୨୫ହଜାର ପରିବାର ଭୋକ ଉପାସରେ ଜୀବନ ଅତିବାହିତ କରୁଛନ୍ତି।…
ମଣ୍ଡିରେ ପଡ଼ି ରହିଛି ଧାନ
ପଦ୍ମପୁର, ୨୨।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଭିନ୍ନ ସମିତି ଓ ସ୍ବୟଂସହାୟକ ଗୋଷ୍ଠୀଠାରୁ ଧାନ ଉଠାଉ ନାହାନ୍ତି ସହବନ୍ଧିତ ମିଲର। ବ୍ଲକର ୨୦ଟି ସେବା ସମବାୟ ସମିତି ଓ ୭ଟି ସ୍ବୟଂ ସହାୟକ ଗୋଷ୍ଠୀ ଚାଷୀମାନଙ୍କଠାରୁ ଧାନ…
‘ଡ. ବିଧାନଚନ୍ଦ୍ର ପରପିଢ଼ି ପାଇଁ ଆଦର୍ଶ’
ଢେଙ୍କାନାଳ ଅଫିସ, ୨୨।୧ଡ. ବିଧାନ ଚନ୍ଦ୍ର ମିଶ୍ର ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଜଣେ ସୁସଙ୍ଗଠକ, ଶିକ୍ଷାବିତ୍, ସାହିତି୍ୟକ, ଆଇନଜୀବୀ ଭାବେ ବିଭିନ୍ନ ବିଭାଗରେ ତାଙ୍କର ଦଖଲ ଥିଲା। ସେ ଥିଲେ ଜଣେ ସ୍ପଷ୍ଟବାଦୀ ଏବଂ ସାଲିସବିହୀନ ବ୍ୟକ୍ତି। ଜିଲାର ସ୍ବାର୍ଥ…
ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି
ବଇଣ୍ଡା,୨୨।୧ (ଡି.ଏନ.ଏ.) ଆଠମଲ୍ଲିକ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଶୁକ୍ରବାର ଏକ ବୈଠକ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଲଲିତ ମୋହନ ବେହେରାଙ୍କ ସଭାପତିତ୍ୱରେ ଏହି ବୈଠକରେ ଏସ୍ଡିପିଓ ଚିନ୍ତାମଣି ପ୍ରଧାନ, ଆଠମଲ୍ଲିକ ଥାନା ଆଇଆଇସି ନିରୋଦ କୁମାର…
Archives


