ଦେବସ୍ନାନ ପୂର୍ଣ୍ଣିମା: ବିଗ୍ରହଙ୍କ ଆଗରେ ଛିଡାହୋଇ ରହିବେ ନାହିଁ ସେବାୟତ

ପୁରୀ ଅଫିସ, ୧୦।୬: ଆଉ ଦିନ ୩ଟା ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତବର୍ଷ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏ ନେଇ ଜିଲା, ପୋଲିସ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକ ବସିଥିଲା। ବୈଠକରେ ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ଆଲୋଚନା ହୋଇଛି। ଜଳଲାଗି, ହାତୀବେଶ ସମୟରେ ଯେଭଳି ଶୃଙ୍ଖଳା ରକ୍ଷା ହେବ ସେ ନେଇ ଗୁରୁତ୍ୱ ଦିଆଯାଇଛି। ସ୍ନାନ ମଣ୍ଡପରେ ସିସିଟିଭି କ୍ୟାମେରା ସହ ଖୁବ କମ ସମୟରେ କିଭଳି ଅଧିକ ଭକ୍ତ ଦର୍ଶନ କରିପାରିବେ ସେ ନେଇ ନିଷ୍ପତ୍ତି ହୋଇଛି।
ବିଗ୍ରହଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ଦର୍ଶନରେ ବାଧା ସୃଷ୍ଟି କରିବେ ନାହିଁ ସେ ନେଇ ସବୁ ସେବାୟତଙ୍କ ଭିତରେ ସମନୟ ରକ୍ଷା କରାଯିବ ବୋଲି ବୈଠକରେ ନିଷତ୍ତି ହୋଇଛି। ମାର୍କେଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାରିକେଟ ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ତୀବ୍ର ବିରୋଧ: ହଜାରରୁ ଅଧିକ ଲୋକଙ୍କ ଜନଆନ୍ଦୋଳନ

ତିହିଡ଼ି,୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀ ହରିହଂସ କୀର୍ତ୍ତନ ମଣ୍ଡପ ପରିସରରେ ଆଜି ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍‌ ୭ଟି…

ଦୁଇ ଓସିଏସ୍‌ଙ୍କୁ ସମ୍ମାନିତ କଲେ ଜିଲାପାଳ, କହିଲେ ସମସ୍ତ ପ୍ରକାରର ଲୋକଙ୍କୁ କିପରି…

କେସିଙ୍ଗା,୧୫ା୬(ତୁମେଶ୍ୱର ସାହୁ): ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶିତ ପରେ ଉତ୍ତୀର୍ଣ୍ଣ ହୋଇଥିବା କଳାହାଣ୍ଡି ଜିଲାର କେସିଙ୍ଗା ସହରର ଚତୁର୍ଥ ସ୍ଥାନରେ ଥିବା କନକ ଜୈନ ଏବଂ…

ମୋଦିଙ୍କ ସହ ସେଲ୍‌ଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି: ଫଟୋ ଶେୟାର କରି ଲେଖିଲେ…

ନାଇସ୍‌,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇସ୍‌ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରଁଙ୍କୁ ଭେଟି ଆନନ୍ଦ ପ୍ରକାଶ କରିଥିଲେ। ଦୁଇ ନେତା ‘ଇଣ୍ଡିଆ ଇନୋଭେଟ୍ସ ୨୦୨୬’…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri