ବୈରୀ ଡାଳିଯୋଡ଼ା ବନାଞ୍ଚଳ: ୧୦ ବର୍ଷରେ ୯ ହାତୀଙ୍କ ମୃତ୍ୟୁ

ଚଣ୍ଡିଖୋଲ,୨୧ା୭ (ଡି.ଏନ.ଏ.): ଯାଜପୁର ଜିଲା ବୈରୀ ଡାଳିଯୋଡ଼ା ବନାଞ୍ଚଳରେ ଦିନକୁ ଦିନ ବନ୍ୟପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏଥିସହିତ ସେମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ବନ୍ୟପ୍ରାଣୀ ଜନବସତିକୁ ଚାଲି ଆସୁଛନ୍ତି। ତେବେ କେବଳ ଜଙ୍ଗଲ କ୍ଷୟ ନୁହେଁ ପ୍ରାଣୀ ଶିକାର, ଜଙ୍ଗଲରେ ବେଆଇନ ଭାବେ ମେଶିନ ଲଗାଇ ଲଘୁ ଖଣିଜ ଲୁଟ୍‌ କରିବା, ଜଙ୍ଗଲ ନିକଟରେ ଶିଳ୍ପ ସଂସ୍ଥା ଗଢ଼ି ଉଠିବା ଯୋଗୁ ବନ୍ୟପ୍ରାଣୀଙ୍କ ଚଳାଚଳରେ ବ୍ୟାଘାତ ଦେଖାଦେଇଛି। ଉପରୋକ୍ତ କାରଣ ପାଇଁ ଦିନକୁ ଦିନ ଏହି ବନାଞ୍ଚଳରେ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା କୁହାଯାଉଛି। ଏହି ବନାଞ୍ଚଳରେ ବିଗତ ୧୦ ବର୍ଷରେ ବିଭିନ୍ନ କାରଣରୁ ୯ ହାତୀଙ୍କ ମୃତ୍ୟୁ ହୋଇଛି। ହାତୀ ଓ ଅନ୍ୟ ବନ୍ୟପ୍ରାଣୀ ଆକ୍ରମଣରେ ୧୪ ଲୋକଙ୍କ ଜୀବନ ଯାଇଛି। ସେହିପରି ଅନେକ ସଂଖ୍ୟାରେ ଖୁରାଣ୍ଟ, ଶମ୍ବର, ବାର୍‌ହା, ହରିଣ ଓ କୁଟୁରା ଆଦି ଶିକାରୀଙ୍କ ଦ୍ୱାରା ଓ ଜନବସତି ଆଡ଼କୁ ଆସି ମୃତ୍ୟୁକୁ ଆପଣେଇଛନ୍ତି। ମାତ୍ର ଏଦିଗରେ ବନ ବିଭାଗ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଉଥିବା ନଜିର ନାହଁି। ଦୀର୍ଘ ବର୍ଷ ହେବ ଶିକାରୀ ହରିଣ ଓ ଖୁାରଣ୍ଟିକୁ ମାଂସ ଲୋଭରେ ଶିକାର କରୁଛନ୍ତି। ଯଦିଓ ବନ ବିଭାଗ ପକ୍ଷରୁ କେତେକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ମାତ୍ର ବନ୍ୟପ୍ରାଣୀ ଶିକାର ଉପରେ ରୋକ ଲଗାଇବାରେ ଏହା ଯଥେଷ୍ଟ ନୁହେଁ ବୋଲି ପରିବେଶବିତ କହିଛନ୍ତି। ଏହି ବନାଞ୍ଚଳର ବିଭିନ୍ନ ସଂରକ୍ଷିତ ଓ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ରହିଥିବା ବେଆଇନ ଲଘୁଖଣିଜ ଖାଦାନ ବନ୍ୟପ୍ରାଣୀ ମୃତ୍ୟୁର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଅଭିଯୋଗ ହେଉଛି।

ସୂଚନା ଥାଉକି, ଏହି ବନାଞ୍ଚଳରେ ୨୪୭୩ ହେକ୍ଟରରେ ଦୁଇଟି ସଂରକ୍ଷିତ ଜଙ୍ଗଲ ରହିଥିବା ବେଳେ ୮୪୭୮ ହେକ୍ଟର ପରିମିତ ୧୯ ଟି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ୧୯ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲର ୮୪୭୮ ହେକ୍ଟର ଅଞ୍ଚଳକୁ ସଂରକ୍ଷିତ ଜଙ୍ଗଲରେ ପରିଣତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶନକୁ ପ୍ରାୟ ୫୦ ବର୍ଷ ବିତିଯାଇଛି। ମାତ୍ର ଆଜି ଯାଏ ଏହାକୁ ସଂରକ୍ଷିତ ଜଙ୍ଗଲରେ ପରିଣତ କରିବାକୁ କୌଣସି ପଦକ୍ଷେପ ନିଆଯାଇ ନାହଁି। ସଂରକ୍ଷିତ ଜଙ୍ଗଲରେ ପରିଣତ ହୋଇଥିଲେ ଏହି ସବୁ ଜଙ୍ଗଲରେ ଅଧିକ କଟକଣା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା, ଜଙ୍ଗଲ ସୁରକ୍ଷା ଆଦି ଉପରେ ଗୁରୁତ୍ୱ ଦିଆଯାଇପାରନ୍ତା। ତେବେ ଜଙ୍ଗଲ ଓ ରାଜସ୍ବ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ପାଇଁ ତାହା କାର୍ଯ୍ୟକାରୀ ହୋଇପାରିନାହଁି। ଏହି ୧୯ ଜଙ୍ଗଲକୁ ଜଙ୍ଗଲ ଆଇନ ଧାରା୪(୧)ରେ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରାଯାଇଥିଲା। ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ପୂର୍ବରୁ ଶମ୍ବର, ହରିଣ, ଭାଲୁ, ଖୁରାଣ୍ଟି ଓ ହେଟାବାଘ ଆଦି ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ଢେର ଅଧିକ ରହିଥିଲା। ହେଲେ ଏବେ ଶମ୍ବର, ହରିଣ ଓ ଭାଲୁଙ୍କ ସଂଖ୍ୟା ଆଉ ଆଗଭଳି ନାହଁି। ବନ ବିଭାଗ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା କୁହାଯାଉଛି। ବଡ଼ଚଣାର ପଶ୍ଚିମାଞ୍ଚଳରେ ଅନେକ ହାତୀ ଚଲାପଥ ରହିଛି, ଯାହା ପାଇଁ ବୈରୀ ରାସ୍ତାରେ ଜଙ୍ଗଲ ବିଭାଗ ପକ୍ଷରୁ ଭାରିଯାନ ଚଳାଚଳ ଉପରେ କଟକଣା ରହିଛି। ମାତ୍ର ଏହି ନିର୍ଦ୍ଦେଶକୁ କେତେକ ଶିଳ୍ପସଂସ୍ଥା ଓ ଲଘୁ ଖଣିଜ ମାଫିଆ ମାନୁନାହାନ୍ତି। ପ୍ରତ୍ୟେକ ରାତିରେ ବହୁସଂଖ୍ୟାରେ ଭାରିଯାନ ଚଳାଚଳ କରୁଛି, ଯାହାକୁ ନିଜେ ଜଙ୍ଗଲ ବିଭାଗ ସ୍ବୀକାର କରିଛି। ମାତ୍ର ସ୍ଥାନୀୟ ଅଧିକାରୀ ଘଟଣାକୁ ଅସ୍ବୀକାର କରିଛନ୍ତି। ତେବେ ଏହି ରାସ୍ତାରେ ପ୍ରତ୍ୟେକ ରାତିରେ ଶହ ଶହ ଶିଳ୍ପ ସଂସ୍ଥାର ଭାରିଯାନ ଓ ବେଆଇନ ଲଘୁ ଖଣିଜ ପରିବହନ ହେଉଥିବା ସ୍ଥାନୀୟ ଲୋକେ ମଧ୍ୟ କହିଛନ୍ତି। ଏଦିଗରେ ବନ ବିଭାଗ ଓ ସ୍ଥାନୀୟ ପୋଲିସ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବୈରୀ ରେଞ୍ଜର ଅଭିରାମ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ବନ୍ୟପ୍ରାଣୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି କରାଯାଉ ନାହଁି। ଯେଉଁଠି ଅଭିଯୋଗ ଆସୁଛି ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?