ମଧ୍ୟାହ୍ନ ଭୋଜନ ଖାଇ ୨୦ଛାତ୍ରୀଛାତ୍ର ଅସୁସ୍ଥ
ବରଗଡ଼ ଅଫିସ,୨୮।୬: ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସେବାଶ୍ରମ ସ୍କୁଲର ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡିଛନ୍ତି। ମଧ୍ୟାହ୍ନ ଭୋଜନ ପରେ ଛାତ୍ରୀଛାତ୍ରଙ୍କ ପେଟବ୍ୟଥା ହୋଇଥିଲା। ଉକ୍ତ ସ୍କୁଲର ୨୦ରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଏଭଳି ଅସୁସ୍ଥ ହୋଇ ପଡିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ…
କେସିଙ୍ଗା ପରିଦର୍ଶନ କଲେ ନୂଆ ଜିଲାପାଳ
କେସିଙ୍ଗା,୨୮।୬(ଡିି.ଏନ୍ .ଏ.): କଳାହାଣ୍ଡି ଜିଲାର ନୂତନ ଜିଲାପାଳ ପି. ଅନ୍ବେସା ରେଡି ସୋମବାର ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ମଙ୍ଗଳବାର ସେ ଜୁଲାଇ ପ୍ରଥମ ସପ୍ତାହରେ ଉଡାଣ ଭରିବାକୁ ଥିବା ଉତକେଲା ଏୟାର ଷ୍ଟ୍ରିପ୍କୁ ଯାଇ ପରିଦର୍ଶନ କରିଥିଲେ।…
କିଶନନଗର ଥାନା ଆଇଆଇସି ନିଲମ୍ବିତ
କିଶନନଗର,୨୮।୬(ଡି.ଏନ୍.ଏ.): କଟକ ଜିଲା କିଶନନଗର ଥାନା ଆଇଆଇସି ସସ୍ମିତା ରାଣାଙ୍କୁ ନିଲମ୍ବନ କରାଯାଇଛି। କିଶନନଗର ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଘଟଣାରେ କାର୍ଯ୍ୟରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବନ କରାଯାଇଛି। ଏସ୍ପିଙ୍କ ସୁପାରିସ ପରେ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାନୁଯାୟୀ,…
ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି, ସକାଳ ୮ଟାରୁ ଦର୍ଶନ
ପୁରୀ ଅଫିସ,୨୮।୬: ବୁଧବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଜାରି ହୋଇଛି। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ଏହାପରେ ସକାଳ…
ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା
ଢେଙ୍କାନାଳ ଅଫିସ,୨୮।୬: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ବମ୍ପା ଗ୍ରାମରେ ମଙ୍ଗଳବାର ଭୋରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶରତ ପଲେଇ(୬୮) । ମିଳିଥିବା ସୂଚନା ମୁତାବକ, ଶରତ ମଙ୍ଗଳବାର ଭୋର ସମୟରେ ବାଡ଼ିପଟକୁ…
ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟୁଇଟ୍: ରାମ ଗୋପାଳ ବର୍ମାଙ୍କ ନାମରେ ମାମଲା
ବାରିପଦା ଅଫିସ,୨୮।୫(ବ୍ୟୁରୋ): ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ବିବାଦୀୟ ଟୁଇଟ୍ କରିଥିଲେ। ଏହାକୁ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଭାଜପା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଜଣେ ଆଦିବାସୀ…
ଛେଳି ପାଇଁ ଡାଳ ସଂଗ୍ରହ କରୁଥିଲେ, ଚାଲିଗଲା ଜୀବନ
ଟିକିରି,୨୮ା୬(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅଧୀନ ସୋରିଷପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବ୍ଲକ ଅନ୍ତର୍ଗତ ସେମିଳିଗୁଡ଼ା ଗ୍ରାମର…
ଦ୍ୱିତୀୟ ବିବାହ ହୋଇ ପ୍ରଥମ ସ୍ତ୍ରୀଙ୍କୁ ନିର୍ଯାତନା
ଜୟପୁର,୨୮ା୬ (ନି.ପ୍ର.): ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରି ସ୍ବାମୀ ପ୍ରଥମ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ସୁନାବେଡାର ଅଞ୍ଜୁ ଖରା ୧୩ ବର୍ଷ ତଳେ ମନୋଜ ଖରାଙ୍କୁ ବିବାହ କରିଥିଲେ। ହେଲେ ୬…
ଶାବର ଶ୍ରୀକ୍ଷେତ୍ରରୁ ପୁରୀକୁ ଚାଲିବ ସ୍ବତନ୍ତ୍ର ଟ୍ରେନ
କୋରାପୁଟ,୨୮ା୬(ସ୍ବ.ପ୍ର.): ଜୁଲାଇ ୧ରେ ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ କୋରାପୁଟ ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଧାମକୁ ପୂର୍ବତଟ ରେଳପଥ ପକ୍ଷରୁ ଗୋଟିଏ ସ୍ବତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚାଲିବ ବୋଲି କୋରାପୁଟ ଷ୍ଟେଶନ ମ୍ୟାନେଜର ନନ୍ଦକିଶୋର ଭିତରେ…
ହାତୀ କଙ୍କାଳ ଉଦ୍ଧାର ଘଟଣାରେ ନିଲମ୍ବିତ ହେଲେ ରେଞ୍ଜ ଅଫିସର
ଅନୁଗୋଳ ଅଫିସ,୨୮।୬: ସାତକୋଶିଆ ବନଖଣ୍ଡରେ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ପିସିସିଏଫ୍ ଶଶି ପୌଲ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୩ଜଣ ୱାଚରଙ୍କୁ ଗିରଫ କରାଯାଇଥିବା ବେଳେ ୨ଫରେଷ୍ଟରଙ୍କୁ ନିଲମ୍ବନ…
ସାତକୋଶିଆରେ ହାତୀଛୁଆର ମୃତ୍ୟୁ
ଅନୁଗୋଳ ଅଫିସ,୨୮।୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ମଙ୍ଗଳବାର ଏକ ହାତୀଛୁଆର ମୃତ୍ୟୁ ହୋଇଛି। ତେବେ ସେହି ମୃତ ହାତୀର ବୟସ ୩ରୁ ୪ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ସୂଚନାନୁସାରେ, ହାତୀ ଛୁଆଟି ରକ୍ତହୀନତାର ଶିକାର ହୋଇଥିଲା।…
ରଥଯାତ୍ରା ପ୍ରସ୍ତୁତି: ପୋଲିସ ପକ୍ଷରୁ ସ୍ବତନ୍ତ୍ର ମକ୍ଡ୍ରିଲ
ପୁରୀ ଅଫିସ,୨୮।୬: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ମକ୍ଡ୍ରିଲ କରାଯାଉଛି। ପୋଲିସ ଲାଇନ ପଡିଆରେ ଡିଜିପିଙ୍କ ପରିଚାଳନାରେ ଡେମୋ କାର୍ଯ୍ୟକ୍ରମ କରାଯାଉଛି।…

