ରାସ୍ତା ସମସ୍ୟା ସମାଧାନ ନ ହେଲେ ଧାରଣା ଚେତାବନୀ

ଦଶମନ୍ତପୁର, ୧୩।୮(ଡି.ଏନ୍‌.ଏ.): ସ୍ବାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଏବେ ବି ଲୋକଙ୍କ ଗମନାଗମନ ନିମନ୍ତେ ସମସ୍ୟା ରହିଛି। ଦୀପ ତଳ ଅନ୍ଧାର ସଦୃଶ ବ୍ଲକ ସଦର ମହକୁମାରୁ ମାତ୍ର ଅଳ୍ପଦୂରରେ ଅବସ୍ଥିତ ଗାଁକୁ ଯିବା ପାଇଁ ନାହିଁ ପକ୍କାରାସ୍ତା l ସରକାର ଜନସାଧାରଣଙ୍କ ଯାତାୟାତରେ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବ୍ଲକ ହେଡ୍‌କ୍ୱାର୍ଟରର ପଡ଼ୋଶୀ ଗାଁଗୁଡ଼ିକରେ ହୋଇନି ପକ୍କାରାସ୍ତା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତସ୍ଥିତ କେ.ଦଣ୍ଡାବାଡ଼ ଗାଁ।
ଏହି ଗାଁରେ ଆଦିବାସୀ, କମାର ଏବଂ ବିଷୋୟୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି l ହେଲେ ଆର୍‌ଡି ରାସ୍ତାଠାରୁ ଗାଁକୁ ମାତ୍ର ୩ କିମି ରାସ୍ତାର ଅବସ୍ଥା କହିଲେ ନ ସରେ। ରାସ୍ତାସାରା ସାନ ବଡ଼ ଗାତ ଭରି ରହିଛି। ଫଳରେ ସେଠାରେ ପାଣି ଜମି ଯାଉଛି। ଅଣଓସାରିଆ କାଦୁଅଭରା ମାଟିରାସ୍ତା ଯୋଗୁ ଜରୁରୀ ସମୟରେ ଆସିପାରୁନି ଆମ୍ବୁଲାନ୍ସ। କୌଣସି ଲୋକ ଅସୁସ୍ଥ ହେଲେ ସେମାନଙ୍କୁ ଭାରରେ ପକ୍କାରାସ୍ତା ପର୍ଯ୍ୟନ୍ତ ବୋହିନେବାକୁ ପଡ଼େ ବୋଲି ଗାଁର ଟଙ୍କଧର ବିଷୋୟୀ, ବାବୁଲା ବିଷୋୟୀ, ଲକ୍ଷ୍ମଣ ବିଷୋୟୀ, ଜଗନ୍ନାଥ ବିଷୋୟୀ, ଈଶ୍ୱର ହିକ୍‌କାଙ୍କ ସମେତ ଗ୍ରାମବାସୀ କହିଛନ୍ତି। ବାରମ୍ବାର ବ୍ଲକ ଓ ଜିଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ପ୍ରଶାସନ ସବୁ ଜାଣି ମଧ୍ୟ ସମାଧାନ ପ୍ରତି ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଧାୟକ ଓ ଏମ୍‌ପିଙ୍କୁ ମଧ୍ୟ ଏ ନେଇ ଜଣାଇଛୁ। ସମସ୍ୟା ସମାଧାନ ନେଇ ଏମ୍‌ପି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଣିର ଗାର ହୋଇ ରହିଯାଇଛି ବୋଲି ବନମାଳୀ ବିଷୋୟୀ, ରାଇ ମାଣ୍ଡିଙ୍ଗ, ଚନ୍ଦ୍ର କମାର, ବଳରାମ କମାର, ମଙ୍ଗୁଲୁ ହିକ୍‌କା ପ୍ରମୁଖ ପ୍ରକାଶ କରିଛନ୍ତି। ଗତମାସରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣିରେ ଜିଲାପାଳଙ୍କୁ ଗୁହାରି ଜଣାଇବା ସତ୍ତ୍ୱେ ପ୍ରଶାସନ କେ.ଦଣ୍ଡାବାଡ଼ ଗ୍ରାମ ପ୍ରତି ଅଣଦେଖା କରୁଥିବା ଗ୍ରାମବାସୀ କହିଛନ୍ତି। ରାସ୍ତା ସମସ୍ୟା ଥିବାରୁ ସ୍ବଚ୍ଛ ପାନୀୟଜଳ ମିଳୁନି। ରାସ୍ତା ନ ଥିବାରୁ ନଳକୂପ ଖନନ ଗାଡ଼ି ଗାଁକୁ ଯାଇପାରୁନି। ତେଣୁ ବାଧ୍ୟହୋଇ ଲୋକେ ନଈ ଝରଣା ପାଣି ବ୍ୟବହାର କରୁଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ତେବେ ବ୍ଲକ କାର୍ଯ୍ୟାଳୟର ଅତି ନିକଟ ଗାଁଗୁଡ଼ିକର ସମସ୍ୟା ଯଦି ଏଭଳି ତ ଅନ୍ୟ ପଞ୍ଚାୟତର ସମସ୍ୟା କିଭଳି ଥିବ ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପ୍ରଥମେ ରାସ୍ତା ଓ ପାନୀୟଜଳ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ବ୍ଲକ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଧାରଣା ଦେବୁ ବୋଲି ଉପସ୍ଥିତ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?