ଓଡ଼ିଶାରେ ‘ଅଚ୍ଛେଦିନ୍’: ଶାହା
କଟକ ଅଫିସ,୯/୮:୨୦୧୯ ସାଧାରଣ ନିର୍ବାଚନ ସମୟରେ ଭାଜପାର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏବେକାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ପୋଡ଼ା ଟ୍ରାନ୍ସଫର୍ମର କହି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ରାଜ୍ୟବାସୀଙ୍କୁ…
ଝିଙ୍କପାହାଡ଼ି ସ୍କୁଲର ୬ ଛାତ୍ରୀ ଅସୁସ୍ଥ
ବାଙ୍ଗିରିପୋଷି,୮ା୮(ଡି.ଏନ.ଏ.): ବାଙ୍ଗିରିପୋଷି ବ୍ଲକ ନାଫ୍ରି ପଞ୍ଚାୟତ ଅନ୍ତର୍ଗତ ଝିଙ୍କପାହାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟର ୬ ଛାତ୍ରୀ ସୋମବାର ହାଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସାପାଇଁ ସେମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନେ ସୁସ୍ଥ ହୋଇ ଫେରି ଆସିଥିବା…
ଆତ୍ମହତ୍ୟା ଉଦ୍ୟମ କରିଥିବା କଏଦୀ ଗୁରୁତର
ଝାରସୁଗୁଡ଼ା ଅଫିସ,୮ା୮: ଝାରସୁଗୁଡ଼ା ଉପକାରାଗାରରେ ବିଚାରାଧୀନ କଏଦୀ ସୁରଜ କର(୨୫) ଗଳା ଓ ହାତକାଟି ଆମତ୍ହତ୍ୟା ଉଦ୍ୟମ କରିଥିଲେ। ଏହା ଜଣାପଡିବା ପରେ ଉପକାରାଗାର କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଗଳାରେ…
ଗାଡ଼ି ଜାଳିଦେଲେ ମାଓବାଦୀ
ମାଲକାନଗିରି,୮ା୮(ଡି.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲାରେ ନିର୍ମାଣ କାର୍ଯ୍ୟ ପାଇଁ ଯାଉଥିବା ୨ଟି ଗାଡ଼ିକୁ ମାଓବାଦୀ ଜାଳି ଦେଇଛନ୍ତି। ସୂଚନା ଅନୁଯାୟୀ ଛତିଶଗଡ଼ର କିଷ୍ଟାରାମ ଥାନା ଅଧୀନ ସିନ୍ଧୁରଗୁଡ଼ା ଅଞ୍ଚଳରେ ଜଣେ ଠିକାଦାର ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ଏଥିରେ…
ବାପ ପୁଅଙ୍କ ଆକ୍ରମଣରେ ଚାଲିଗଲା ପଡ଼ୋଶୀଙ୍କ ଜୀବନ
ପୋଲସରା,୮ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡ଼ା ପଞ୍ଚାୟତ ପାତାଳସିଙ୍ଗି ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗାଁର ପଞ୍ଚୁ ସାହୁ (୫୫)। ମୃତକଙ୍କ ଭାଇ ବିଦ୍ୟାଧରଙ୍କ କହିବା ମୁତାବକ, ପଞ୍ଚୁଙ୍କ…
ଟ୍ରାକ୍ଟରରେ କରୁଥିଲେ ହଳ, ପଡ଼ିଗଲେ କୂଅରେ
ଟିଟିଲାଗଡ଼,୮ା୮(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅଧୀନ ଦେସିଲଠାରେ ସୋମବାର ଏକ ଅଘଟଣ ଘଟିଛି। ଜମିରେ ହଳ କରୁଥିବା ବେଳେ ଏକ ଟ୍ରାକ୍ଟର ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କୂଅରେ ଗଳି ପଡିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରଙ୍କ…
ଅସ୍ତ୍ରୋପଚାର ପାଇଁ ପଶ୍ଚିମବଙ୍ଗ ଗଲେ ୭ ଶିଶୁ
କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଜାତୀୟ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ହୃଦ୍ରୋଗରେ ପୀଡିତ ଥିବା ଶିଶୁଙ୍କ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି। ରବିବାର ରାତିରେ ଜିଲାର ୭ ଶିଶୁଙ୍କ ମାଗଣା ଅସ୍ତ୍ରୋପଚାର ନିମନ୍ତେ ପଶ୍ଚିମବଙ୍ଗର ହାୱଡା…
ତଳି ପାଇଁ ନଦୀରେ ଫସିଲେ ଚାଷୀ
ଭବାନୀପାଟଣା,୮।୮(ସ୍ବ.ପ୍ର.): ଧାନ ତଳି ସୁରକ୍ଷିତ ସ୍ଥାନରେ ରଖିବାକୁ ଯାଇ ନଦୀରେ ଜଳବନ୍ଦୀ ହେଲେ ୨ ଚାଷୀ। ଦୀର୍ଘ ସମୟ ଧରି ଜଳରେ ଫଶି ରହିବା ପରେ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି। କଳାହାଣ୍ଡି ଜିଲାରେ ଏଭଳି ଏକ ଘଟଣା ସାମାନାକୁ…
ନିଖୋଜ ଦୁଇ ଏମ୍ସିଏଲ୍ କର୍ମଚାରୀଙ୍କ ମିଳିଲା ମୃତଦେହ
ସମ୍ବଲପୁର,୮ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଥିଲା। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍ସିଏଲ୍ )ର ୨ଜଣ ମହେଶ ଛିତୋରୀ( ୪୦) ଓ ଅଭିଷେକ କୁମାର( ୪୫) କର୍ମଚାରୀ ନିଖୋଜ ଥିଲେ ।…
ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ଚଢ଼ାଉ
କଟକ ଅଫିସ,୮।୮: କଟକ କମର୍ସିଆଲ ଟାକ୍ସ ଓ ଜିଏସଟି ଅତିରିକ୍ତ କମିଶନର ପୀୟୂଷ କାନ୍ତ ପାଣି ସୋମବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ କରାଯାଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି…
ହାତୀନଦୀରେ ବଡ଼ ବନ୍ୟା: ଯୋଗାଯୋଗ ବିଚ୍ଛିନ୍ନ
ଭବାନୀପାଟଣା,୮।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଅନେକ ମୁଖ୍ୟ ରାସ୍ତାରେ ବନ୍ୟା ପାଣି…
ନୃସିଂହନାଥ ଝରଣାରେ ଫଶିଗଲେ କାଉଡ଼ିଆ
ବରଗଡ଼ ଅଫିସ,୮।୮: ଶ୍ରାବଣର ଶେଷ ସୋମବାରରେ ଆଜି ଶୈବପୀଠ ଗୁଡିକରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ବରଗଡ଼ ଜିଲାର ନୃସିଂହନାଥ ମନ୍ଦିରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ରୁ ହଜାର ହଜାର ଭକ୍ତ ମନ୍ଦିରକୁ ଆସିଥିଲେ।…

