ବସ୍ତା ବିଧାୟକଙ୍କୁ ହତ୍ୟା ଧମକ

ବସ୍ତା,୧୩।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀ ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ସାରା ଜିଲାରେ ଏହା ଚର୍ଚ୍ଚା ବିଷୟ ପାଲଟିଛି। ଏ ସଂକ୍ରାନ୍ତରେ ବିଧାୟକ ସାହୁ ଏସ୍‌ପି ସୁଧାଂଶୁ ମିଶ୍ରଙ୍କୁ ଅବଗତ କରାଇଛନ୍ତି।

ବିଧାୟକ ସାହୁଙ୍କ ମୋବାଇଲକୁ ମଙ୍ଗଳବାର ସକାଳ ୮ଟା ବେଳେ ଏକ ଧମକପୂର୍ଣ୍ଣ ଫୋନ (ନଂ. ୮୦୯୩୮୯୯୦୮୮)  କଲ୍‌ ଆସିଥିଲା। ଟଙ୍କା ନ ଦେଲେ ସୁପାରୀ କିଲର ସମେତ ୩ଜଣ କାର୍‌ରେ ଆସି ତାଙ୍କୁ ହତ୍ୟା କରିବେ ବୋଲି ଧମକ ମିଳିଥିଲା। ବିଧାୟକ ସାହୁ ଏସ୍‌ପିଙ୍କୁ ଜଣାଇବା ପରେ ପୋଲିସ ଏହାର ପ୍ରାଥମିକ ତଦନ୍ତ କରିଥିଲା। ଏହି ଫୋନ କଲ୍‌ ଯାଜପୁର ଅଞ୍ଚଳରୁ ଆସିଥିବା ପୋଲିସ ଜାଣିବା ପରେ ଯାଜପୁର ପୋଲିସକୁ ଜଣାଇଥିଲା। ଏହି ଘଟଣାର ଅନୁସନ୍ଧାନ କରି ସମ୍ପୃକ୍ତି ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ଯାଜପୁର ପୋଲିସ ପଚରାଉଚୁରା କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri